ନୂଆଦିଲ୍ଲୀ : ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଏବେ ଚୀନ୍କୁ ଟପିଯାଇଛି । ଭାରତରେ ଏପର୍ଯ୍ୟନ୍ତ ଆକ୍ରାନ୍ତଙ୍କ ସଂଖ୍ୟା 85 ହଜାର 940ରେ ପହଞ୍ଚିଛି । ଅପରପକ୍ଷରେ ଚୀନରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 82 ହଜାର 933 ରହିଛି । ଯାହା ଭାରତ ଠାରୁ ତିନିଜ ହଜାର କମ୍ ରହିଛି । ବିଶ୍ବରରେ ସର୍ବାଧିକ କରୋନା ଆକ୍ରାନ୍ତ ମାମଲାରେ ଭାରତ ଏବେ 12ତମ ସ୍ଥାନରେ ରହିଛି ।
ସ୍ବାସ୍ଥ୍ୟମନ୍ତ୍ରାଳୟ ସୂଚନା ଅନୁସାରେ ଗତ 24 ଘଣ୍ଟାରେ କରୋନା 103ଜଣଙ୍କ ଜୀବନ ନେଇଥିବାବେଳେ 3 ହଜାର 970 ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଦେଶରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା 85,940 ରେ ପହଞ୍ଚିଛି। ଏବେ 53 ହଜାର 35 ଚିକିତ୍ସାଧୀନ ରହିଥିବାବେଳେ ସୁସ୍ଥ ହୋଇ ଡିସଚାର୍ଜ ହୋଇଛନ୍ତି 30,153ଜଣ ।
ମହାରାଷ୍ଟ୍ରରେ ସ୍ଥିତି ଦିନକୁ ଦିନ ବେକାବୁ ହେବାରେ ଲାଗିଛି। ମହାରାଷ୍ଟ୍ରରେ ସର୍ବାଧିକ 29 ହଜାର 100 ଆକ୍ରାନ୍ତ ହେବା ସହ 1068 ଜଣଙ୍କ ମୃତ୍ୟୁ ହୋଇଛି। ଗୁଜୁରାଟରେ 606, ମଧ୍ୟପ୍ରଦେଶରେ 239ଜଣ, ପଶ୍ଚିମବଙ୍ଗରେ 225 ମୃତ, ରାଜସ୍ଥାନରେ 125, ଦିଲ୍ଲୀରେ 123 ଓ ତାମିଲନାଡୁରେ 71, ରାଜସ୍ଥାନରେ 125, ଉତ୍ତରପ୍ରଦେଶରେ 95, ଆନ୍ଧ୍ରପ୍ରଦେଶରେ 48, ପଞ୍ଜାବରେ 32, ତେଲେଙ୍ଗାନାରେ 34, କର୍ଣ୍ଣାଟକରେ 36, ବିହାରରେ 7, ଜମ୍ମୁକାଶ୍ମୀରରେ11, ହରିୟାଣାରେ 13, ଓଡ଼ିଶାରେ 3, କେରଳରେ 4, ଝାଡଖଣ୍ଡରେ 3, ଚଣ୍ଡୀଗଡରେ 3, ଆସାମରେ 2, ହିମାଚଳ ପ୍ରଦେଶରେ ତିନି, ମେଘାଳୟ ଓ ଉତ୍ତରାଖଣ୍ଡରେ ଜଣେ ଲେଖାଏ ମୃତ୍ୟୁବରଣ କରିଛନ୍ତି । (ଏଜେନ୍ସି)



