
ଭୁବନେଶ୍ବର : ରାଜ୍ୟରେ ଆଉ 24 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହି 24 ଜଣଙ୍କୁ ମିଶାଇ ରାଜ୍ୟରେ ସମୁଦାୟ 220 ଜଣ ସୁସ୍ଥ ହୋଇଛନ୍ତି । 24 ଜଣଙ୍କ ମଧ୍ୟରୋ ଗଞ୍ଜାମରୁ 19 ଜଣ, ଯାଜପୁରରୁ 3 ଜଣ ଏବଂ ବାଲେଶ୍ବରରୁ 2ଜଣ ଆକ୍ରାନ୍ତ ରହିଛନ୍ତି । ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 827 ରହିଥିବା ବେଳେ ତନ୍ମଧ୍ୟରୁ 220 ଜଣ ସୁସ୍ଥ ହୋଇଛନ୍ତି ଏବଂ 4 ଜଣ ପ୍ରାଣ ହରାଇଛନ୍ତି ।