
ବବ୍ଲୁ ସାହୁ
କର୍ଲାମୁଣ୍ଡ଼ା : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡ଼ା ବ୍ଲକ୍ ଅନ୍ତର୍ଗତ ପୋରାକେଲା ଗ୍ରାମରେ ଘଟି ଯାଇଛି ଏକ ଦୁଃଖଦ ଘଟଣା । ଏକ ମହୁଲ ଗଛରୁ ଉଦ୍ଧାର ହୋଇଛି ପ୍ରେମିଯୁଗଳଙ୍କ ଶବ । ଆଜି ସକାଳୁ କିଛି ଗ୍ରାମବାସୀ ମହୁଲ ଗଛରେ ଗୋଟିଏ ପୁଅ ଓ ଝିଅର ଶବ ଝୁଲୁଥିବା ଦେଖିବାକୁ ପାଇଥିଲେ । ପ୍ରେମିଯୁଗଳ ପୋରାକେଳା ଗ୍ରାମର ନବୀନ (22) ଏବଂ ଦିପା (16) (ଉଭୟ ଛଦ୍ମନାମ) ବୋଲି ଜଣାପଡିଛି । ଉଭୟଙ୍କ ମଧ୍ୟରେ ପ୍ରେମସଂପର୍କ ରହିଥିବା ବେଳେ କେଉଁ ପରସ୍ଥିତିରେ ଆତ୍ମହତ୍ୟା କଲେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କେସିଙ୍ଗା ଏସ୍ଡିପିଓ ଗୁପ୍ତେଶ୍ୱର ଭୋଇ, ଏମ.ରାମପୁର ଥାନାଧିକାରୀ ଓ ରିଶୀଡ଼ା ଫାଣ୍ଡି ଅଧିକାରୀ ଲବରାମ୍ ଛତ୍ରିଆ ଏବଂ ସ୍ଥାନୀୟ ତହସିଲଦାରଙ୍କ ଉପସ୍ଥିତିରେ ଶବକୁ ଓହ୍ଲାଇବା ସହିତ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ତେବେ ଏହା ଆତ୍ମହତ୍ୟା କି ହତ୍ୟା ତଦନ୍ତ ପରେ ଜଣାପଡିବ ବୋଲି ଜଣାପଡିଛି ।