Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଗୁଗୁଲ୍‌ ଡୁଡୁଲ୍‌ରେ ମହିଳା ବିଶେଷ
ଆଜିର ଖବର

ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଗୁଗୁଲ୍‌ ଡୁଡୁଲ୍‌ରେ ମହିଳା ବିଶେଷ

March 8, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link
google celebrates international women's day
google celebrates international women's day

ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଏହି ଦିବସକୁ ସେଲିବ୍ରେଟ୍‌ କରିଛି ଗୁଗୁଲ୍ । ଆଜିର ଡୁଡୁଲ୍‌ରେ ମହିଳାଙ୍କ ବିଶେଷାଙ୍କ ରହିଛି । ପାଖାପାଖି ୧୧ଟି ଭାଷାରେ ମହିଳା ଲେଖାଯାଇଛି ଏହି ଡୁଡୁଲ୍‌ରେ ।  ହିନ୍ଦୀ, ଆରବିକ୍‌, ଫ୍ରେଞ୍ଚ୍‌, ବଙ୍ଗାଳୀ, ରୁଷିଆନ୍‌, ଜାପାନିସ୍‌, ଜର୍ମାନୀ, ଇଟାଲିଆନ୍‌, ଇଂରାଜୀ, ସ୍ପାନିଶ୍ ଏବଂ ପର୍ତ୍ତୁଗୀଜ୍‌ ପ୍ରମୁଖ ଭାଷାରେ ମହିଳା ଲେଖାଯାଇଛି । ଡୁଡୁଲ୍‌ରେ ଥିବା ପ୍ଲେ ବଟନ୍‌ରେ ଏକ ସ୍ଲାଇଡ୍‌ ଶୋ’ ଜରିଆରେ ସାରା ବିଶ୍ବର ସଫଳ ମହିଳାଙ୍କ ନିଜ ଭାଷାରେ ପ୍ରେରଣାଦାୟକ ବାର୍ତ୍ତା ରହିଛି । ଏହି ସ୍ଲାଇଡ୍‌ ଶୋ’ରେ ଆମେରିକା ମହାକାଶଚାରୀ ତଥା ଡ. ମାଇ ଜେମସନ୍‌, ମେକ୍ସିକୋର ଆର୍ଟିଷ୍ଟ ଫ୍ରିଡା କାହ୍‌ଲୋ, ଇଣ୍ଡିଆନ୍‌ ବକ୍ସର ମେରି କମ୍‌, ବ୍ରିଟିଶ୍‌ ଇରାକୀ ଆର୍କିଟେକ୍‌ ଜାହା ହଦିଦ୍‌ଙ୍କ ନାମ ରହିଛି । ପ୍ରତ୍ୟେକ ବର୍ଷ ମାର୍ଚ୍ଚ ୮ ତାରିଖରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଥାଏ । ପ୍ରଥମେ ଆମେରିକାର ସମାଜବାଦୀ ପାର୍ଟି ଫେବୃଆରୀ ୨୮ ତାରିଖରେ ମହିଳା ଦିବସର ପାଳନ କରିଥିଲେ । ପରବର୍ତ୍ତୀ ସମୟରେ ୧୯୧୭ ମସିହାରେ ରୁଷିଆରେ ମାର୍ଚ୍ଚ ୮କୁ ଜାତୀୟ ଛୁଟି ଦିବସ ରୂପେ ଘୋଷଣା କରାଗଲା । ପରବର୍ତ୍ତୀ ୬ ଶତାବ୍ଦୀ ପର୍ଯ୍ୟନ୍ତ ଏହି ଦିବସଟି ବିଭିନ୍ନ ସଂସ୍କାରବାଦୀ ଆନ୍ଦୋଳନ ତଥା କମ୍ୟୁନିଷ୍ଟ୍‌ ଦେଶମାନେ ଏହି ଦିବସଟିକୁ ପାଳନ କଲେ । ୧୯୭୫ରେ ୟୁଏନ୍‌ ଏହି ଅନ୍ତର୍ଜାତୀୟ ଦିବସକୁ ପାଳନ କଲେ । ସେବେଠାରୁ ମାର୍ଚ୍ଚ ୮କୁ ମହିଳାଙ୍କ ଅଧିକାର ତଥା ବିଶ୍ବଶାନ୍ତି ପାଇଁ ୟୁଏନ୍‌ ଏହି ଦିବସଟିକୁ ଅନ୍ତର୍ଜାତୀୟ ମହିଳା ଦିବସ ରୂପେ ପାଳନ କରିଆସୁଛି । ବିଭିନ୍ନ ବର୍ଷ ଭିନ୍ନ ଭିନ୍ନ ଥିମ୍‌କୁ ନେଇ ମହିଳା ଦିବସ ପାଳନ କରାଯାଉଥିବାବେଳେ ଚଳିତ ବର୍ଷ ଅନ୍ତର୍ଜାତୀୟ ମହିଳା ଦିବସର ଥିମ୍‌ ରହିଛି –Think equal, build smart, innovate for change’. ସମାନ ଅଧିକାର ପାଇବା ବା ପୁରୁଷ ସହ ବରାବର ହେବା, ନିଜକୁ ସ୍ମାର୍ଟ କରିବା ତଥା ପରିବର୍ତ୍ତନ ପାଇଁ ଅଭିନବତାକୁ ଆପଣାଇବା ହେଉଛି ଆଜି ମହିଳା ଦିବସର ଥିମ୍‌ । ତେବେ ଆସନ୍ତୁ ଏହି ମହିଳା ଦିବସ ଅବସରରେ ମହିଳାଙ୍କୁ ସମ୍ମାନ ଦେବା ତଥା  ପରିବର୍ତ୍ତନ କରି ଆଜିର ସମୟରେ ନିଜ ଅଧିକାର ପାଇଁ ଲଢେଇ ଜାରି ରଖିବା ।

googledoodle thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ଶଶ୍ଵର ଘରେ ଜ୍ଵାଇଁଙ୍କୁ ପେଟ୍ରୋଲ ଢାଳି ହତ୍ୟା

April 28, 2026

ବୃଦ୍ଧଙ୍କୁ ଗଳା କାଟି ହତ୍ୟା

April 28, 2026

ଯୁବକକୁ ମରଣାନ୍ତକ ଆକ୍ରମଣ

April 28, 2026

ମାଙ୍ଗାଲୁରୁ ପ୍ରେସରକୁକର ବିସ୍ଫୋରଣ ମାମଲା: ଆତଙ୍କୀକୁ ୧୦ ବର୍ଷ ଜେଲଦଣ୍ଡ

April 28, 2026
Latest News

ଶଶ୍ଵର ଘରେ ଜ୍ଵାଇଁଙ୍କୁ ପେଟ୍ରୋଲ ଢାଳି ହତ୍ୟା

April 28, 2026

ବୃଦ୍ଧଙ୍କୁ ଗଳା କାଟି ହତ୍ୟା

April 28, 2026

ଯୁବକକୁ ମରଣାନ୍ତକ ଆକ୍ରମଣ

April 28, 2026

ମାଙ୍ଗାଲୁରୁ ପ୍ରେସରକୁକର ବିସ୍ଫୋରଣ ମାମଲା: ଆତଙ୍କୀକୁ ୧୦ ବର୍ଷ ଜେଲଦଣ୍ଡ

April 28, 2026

ମହାରାଷ୍ଟ୍ର ମନ୍ତ୍ରୀ ନିତେଶ ରାଣେଙ୍କୁ ମିଳିପାରେ ଜେଲ୍ ଦଣ୍ଡ ! କାଦୁଅ ଫିଙ୍ଗା ମାମଲାରେ କୋର୍ଟ ଶୁଣାଇଲେ ସଜ୍ଜା

April 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.