ରାଜ୍ୟରେ ପୁଣି ଆଉ ଏକ ମୁଣ୍ଡ ନେଲା କରୋନା : ମୃତ୍ୟୁ ସଂଖ୍ୟା 7କୁ ବୃଦ୍ଧି

Published: May 21, 2020, 9:45 am IST

ଭୁବନେଶ୍ବର : ରାଜ୍ୟରେ ପୁଣି ଆଉ ଜଣକର ମୁଣ୍ଡ ନେଇଛି କରୋନା । ଆଜି କରୋନା ଯୋଗୁଁ ରାଜ୍ୟରେ ଜଣକର ମୃତ୍ୟୁ ହୋଇଥିବାର ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସୂଚନା ମିଳିଛି। ଏବେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 7କୁ ବୃଦ୍ଧି ହୋଇଛି। ମୃତକ ଜଣକ ଗଞ୍ଜାମ ଜିଲ୍ଲାର ବୋଲି ଜଣାପଡିଛି । 85 ବର୍ଷୀୟ ବୃଦ୍ଧ ଜଣକ ସୁରତ ଫେରନ୍ତା ଥିଲେ । ବୃଦ୍ଧଙ୍କର ଉଚ୍ଚ ରକ୍ତଚାପ ସହ ବିଭିନ୍ନ ସ୍ବାସ୍ଥ୍ୟଗତ ସମସ୍ୟା ଥିଲେ । ପୂର୍ବରୁ ରାଜ୍ୟରେ ଖୋର୍ଦ୍ଧାରୁ ତିନି ଓ ଗଞ୍ଜାମରୁ 2 ଓ କଟକରୁ ଜଣକର ମୃତ୍ୟୁ ହୋଇଛି ।

ସେହିପରି ରାଜ୍ୟରେ ଆଜି 51 ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଏବେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା 1103କୁ ବୃଦ୍ଧି ହୋଇଛି । ଏବେ ରାଜ୍ୟରେ ସକ୍ରିୟ ରୋଗୀ 753 ରହିଥିବାବେଳେ ସୁସ୍ଥ ହୋଇଛନ୍ତି 343 ।

Related posts