ସରିଲା ମାଟ୍ରିକ ପରୀକ୍ଷା : ଭାଇରାଲ୍‌ରୁ ଆରମ୍ଭ, ପୁଣି ଶେଷେର ବି ଭାଇରାଲ୍‌

Published: Mar 8, 2019, 5:57 pm IST
supplimentary exam starts

ଆଜି ସରିଲା ମାଟ୍ରିକ୍‌ ପରୀକ୍ଷା । ଶେଷଦିନରେ ସାମାଜିକ ବିଜ୍ଞାନ ପ୍ରଶ୍ନପତ୍ର ଭାଇରାଲ୍‌ ହୋଇଥିଲା । ପ୍ରଥମ ଦିନରୁ ମାଟ୍ରିକ୍‌ ପ୍ରଶ୍ନପତ୍ର ଭାଇରାଲ୍‌ ହୋଇ ଉଚ୍ଚ ଶିକ୍ଷା ବିଭାଗର ମୁଣ୍ଡବ୍ୟାଥାର କାରଣ ପାଲଟିଥିଲା । ମାଟ୍ରିକ୍‌ ପରୀକ୍ଷାକୁ ଶୃଙ୍ଖଳିତ ତଥା ସୁବ୍ୟବସ୍ଥିତ କରିବା ପାଇଁ ବହୁ ପଦକ୍ଷେପ ନିଆଯାଇଥିବାବେଳେ ସଂସ୍କୃତ ଓ ବିଜ୍ଞାନ ପ୍ରଶ୍ନପତ୍ର ଛାଡ଼ି ଦେଲେ ଅନ୍ୟାନ୍ୟ ସମସ୍ତ ବିଷୟର ପ୍ରଶ୍ନପତ୍ରଗୁଡ଼ିକ ଭାଇରାଲ୍‌ ହୋଇଥିଲା । ଆଜିର ଶେଷଦିନରେ ବି ବଲାଙ୍ଗୀରଠାରେ ପ୍ରଶ୍ନପତ୍ର ଭାଇରାଲ୍‌ ହୋଇଛି ।  ମାଲକାନଗିରି ଜିଲ୍ଲାର ପଡ଼ିଆ ହାଇସ୍କୁଲର ଗଣିତ ପରୀକ୍ଷାର ଓଏମ୍‌ଆର୍‌ ସିଟ୍‌ ଗାଏବ ହେବା ପରେ ୧୦୮ଜଣ ପରୀକ୍ଷାର୍ଥୀଙ୍କ ଭାଗ୍ୟ ଅନିଶ୍ଚିତତାରେ ରହିଛି । ସେହିପରି ତିନୋଟି କେନ୍ଦ୍ରରେ ବାତିଲ୍‌ ହୋଇଥିବା ଇଂରାଜୀ ପରୀକ୍ଷାକୁ ପୁର୍ନବାର କରିବା ଉପରେ ମଧ୍ୟ ନିଷ୍ପତ୍ତି ନିଆଯାଇନାହି । ମାଟ୍ରିକ୍ ପରୀକ୍ଷା ସରିବା ପରେ ବୋର୍ଡ ସଭାପତିଙ୍କ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ବୋର୍ଡ କର୍ତ୍ତୃପକ୍ଷ ଭାଇରାଲ ଘଟଣାର ଅନୁଧ୍ୟାନ କରୁଛନ୍ତି, ଭାଇରାଲ ଅଭିଯୋଗ ଆସିଥିବା କୌଣସି ପ୍ରଶ୍ନପତ୍ରର ପୁନଃ ପରୀକ୍ଷା ହେବ ନାହିଁ । ତେବେ ବାତିଲ୍‌ ହୋଇଥିବା ଇଂରାଜୀ ପରୀକ୍ଷା ପାଇଁ ଆସନ୍ତା ୧୨ ତାରିଖରେ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ରହିଛି । ଚଳିତ ବର୍ଷ ରାଜ୍ୟର ୨୯୫୩ଟି କେନ୍ଦ୍ରରେ ପ୍ରାୟ ୫ଲକ୍ଷ ୮୭,୭୨୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ପରୀକ୍ଷା ସୁପରିଚାଳନା ନିମନ୍ତେ ୫୮ଟି ଜିଲ୍ଲାସ୍ତରୀୟ ସ୍କ୍ଵାର୍ଡ, ବୋର୍ଡ ଅଫ ସେକେଣ୍ଡାରି ଏଡୁକେସନର ୪୪ଟି କେନ୍ଦ୍ରୀୟ ସ୍କ୍ଵାର୍ଡ ଏବଂ ଜିଲ୍ଲାପାଳମାନଙ୍କ ତତ୍ତ୍ୱାବଧାନରେ ସ୍ୱତନ୍ତ୍ର ସ୍କ୍ଵାର୍ଡ ଗଠନ କରାଯାଇଥିଲେ ମଧ୍ୟ ପ୍ରଶ୍ନପତ୍ର ଭାଇରାଲ୍‌ ହେବା ଚିନ୍ତାର ବିଷୟ ପାଲଟିଛି ।

Related posts