Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସରିଲା ମାଟ୍ରିକ ପରୀକ୍ଷା : ଭାଇରାଲ୍‌ରୁ ଆରମ୍ଭ, ପୁଣି ଶେଷେର ବି ଭାଇରାଲ୍‌
ଆଜିର ଖବର

ସରିଲା ମାଟ୍ରିକ ପରୀକ୍ଷା : ଭାଇରାଲ୍‌ରୁ ଆରମ୍ଭ, ପୁଣି ଶେଷେର ବି ଭାଇରାଲ୍‌

March 8, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
supplimentary exam starts
supplimentary exam starts

ଆଜି ସରିଲା ମାଟ୍ରିକ୍‌ ପରୀକ୍ଷା । ଶେଷଦିନରେ ସାମାଜିକ ବିଜ୍ଞାନ ପ୍ରଶ୍ନପତ୍ର ଭାଇରାଲ୍‌ ହୋଇଥିଲା । ପ୍ରଥମ ଦିନରୁ ମାଟ୍ରିକ୍‌ ପ୍ରଶ୍ନପତ୍ର ଭାଇରାଲ୍‌ ହୋଇ ଉଚ୍ଚ ଶିକ୍ଷା ବିଭାଗର ମୁଣ୍ଡବ୍ୟାଥାର କାରଣ ପାଲଟିଥିଲା । ମାଟ୍ରିକ୍‌ ପରୀକ୍ଷାକୁ ଶୃଙ୍ଖଳିତ ତଥା ସୁବ୍ୟବସ୍ଥିତ କରିବା ପାଇଁ ବହୁ ପଦକ୍ଷେପ ନିଆଯାଇଥିବାବେଳେ ସଂସ୍କୃତ ଓ ବିଜ୍ଞାନ ପ୍ରଶ୍ନପତ୍ର ଛାଡ଼ି ଦେଲେ ଅନ୍ୟାନ୍ୟ ସମସ୍ତ ବିଷୟର ପ୍ରଶ୍ନପତ୍ରଗୁଡ଼ିକ ଭାଇରାଲ୍‌ ହୋଇଥିଲା । ଆଜିର ଶେଷଦିନରେ ବି ବଲାଙ୍ଗୀରଠାରେ ପ୍ରଶ୍ନପତ୍ର ଭାଇରାଲ୍‌ ହୋଇଛି ।  ମାଲକାନଗିରି ଜିଲ୍ଲାର ପଡ଼ିଆ ହାଇସ୍କୁଲର ଗଣିତ ପରୀକ୍ଷାର ଓଏମ୍‌ଆର୍‌ ସିଟ୍‌ ଗାଏବ ହେବା ପରେ ୧୦୮ଜଣ ପରୀକ୍ଷାର୍ଥୀଙ୍କ ଭାଗ୍ୟ ଅନିଶ୍ଚିତତାରେ ରହିଛି । ସେହିପରି ତିନୋଟି କେନ୍ଦ୍ରରେ ବାତିଲ୍‌ ହୋଇଥିବା ଇଂରାଜୀ ପରୀକ୍ଷାକୁ ପୁର୍ନବାର କରିବା ଉପରେ ମଧ୍ୟ ନିଷ୍ପତ୍ତି ନିଆଯାଇନାହି । ମାଟ୍ରିକ୍ ପରୀକ୍ଷା ସରିବା ପରେ ବୋର୍ଡ ସଭାପତିଙ୍କ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ବୋର୍ଡ କର୍ତ୍ତୃପକ୍ଷ ଭାଇରାଲ ଘଟଣାର ଅନୁଧ୍ୟାନ କରୁଛନ୍ତି, ଭାଇରାଲ ଅଭିଯୋଗ ଆସିଥିବା କୌଣସି ପ୍ରଶ୍ନପତ୍ରର ପୁନଃ ପରୀକ୍ଷା ହେବ ନାହିଁ । ତେବେ ବାତିଲ୍‌ ହୋଇଥିବା ଇଂରାଜୀ ପରୀକ୍ଷା ପାଇଁ ଆସନ୍ତା ୧୨ ତାରିଖରେ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ରହିଛି । ଚଳିତ ବର୍ଷ ରାଜ୍ୟର ୨୯୫୩ଟି କେନ୍ଦ୍ରରେ ପ୍ରାୟ ୫ଲକ୍ଷ ୮୭,୭୨୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ପରୀକ୍ଷା ସୁପରିଚାଳନା ନିମନ୍ତେ ୫୮ଟି ଜିଲ୍ଲାସ୍ତରୀୟ ସ୍କ୍ଵାର୍ଡ, ବୋର୍ଡ ଅଫ ସେକେଣ୍ଡାରି ଏଡୁକେସନର ୪୪ଟି କେନ୍ଦ୍ରୀୟ ସ୍କ୍ଵାର୍ଡ ଏବଂ ଜିଲ୍ଲାପାଳମାନଙ୍କ ତତ୍ତ୍ୱାବଧାନରେ ସ୍ୱତନ୍ତ୍ର ସ୍କ୍ଵାର୍ଡ ଗଠନ କରାଯାଇଥିଲେ ମଧ୍ୟ ପ୍ରଶ୍ନପତ୍ର ଭାଇରାଲ୍‌ ହେବା ଚିନ୍ତାର ବିଷୟ ପାଲଟିଛି ।

thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ବିଶ୍ୱ ଦକ୍ଷତା ପ୍ରତିଯୋଗିତା ସାଂଘାଇ ୨୦୨୬ରେ ୧୦ମ ସ୍ଥାନ ହାଲ କଲା ଭାରତ

September 29, 2026

‘ପ୍ରହାର-ସିଟି ନୀତି ଏବଂ ରଣନୀତି’ ଉପରେ ଏକ ସମ୍ମିଳନୀକୁ ଉଦଘାଟନ କଲେ ଅମିତ ଶାହ

September 29, 2026

‘ଇଣ୍ଡିଆ ଏନର୍ଜି ୱିକ୍ ୨୦୨୭’ ର ପ୍ରାରମ୍ଭିକ କାର୍ଯ୍ୟକ୍ରମ ଅନୁଷ୍ଠିତ

September 29, 2026

ସେପ୍ଟେମ୍ବର ୨୯ ତାରିଖରେ ଏହି ପାଞ୍ଚୋଟି ରାଶିର ଚମକିବ ଭାଗ୍ୟ

September 29, 2026
Latest News

ବାସ୍ତୁ ନିୟମ: ଟ୍ରେଜେରି ସଫା ରଖିଲେ ବୃଦ୍ଧି ପାଏ ଧନ, ଜାଣନ୍ତୁ କେଉଁଠି ରଖିବେ ଟଙ୍କା-ପଇସା

September 29, 2026

ୟୁପି ରାଜ୍ୟସଭା ନିର୍ବାଚନ: ୧୦ମ ଆସନ ପାଇଁ ଜୋରଦାର ଲଢ଼େଇ; ଜାଣନ୍ତୁ କ୍ରସ୍-ଭୋଟିଂ ଓ ସଂଖ୍ୟାର ପୂର୍ଣ୍ଣ ହିସାବ

September 29, 2026

ଶିଶୁଙ୍କୁ ନିମୋନିଆ: କାରଣ, ଲକ୍ଷଣ ଓ ସାବଧାନତା

September 29, 2026

ଷଷ୍ଠ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ତ୍ରି-ଭାଷା ନୀତିରୁ ଛାଡ଼ କରିବାକୁ ସିବିଏସ୍‌ଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

September 29, 2026

ବିଶ୍ୱ ଦକ୍ଷତା ପ୍ରତିଯୋଗିତା ସାଂଘାଇ ୨୦୨୬ରେ ୧୦ମ ସ୍ଥାନ ହାଲ କଲା ଭାରତ

September 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.