
ନୂଆଦିଲ୍ଲୀ : ଦେଶରେ ଲକ୍ ଡାଉନ୍ ଚାଲିଥିବା ସତ୍ତ୍ବେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା 1 ଲକ୍ଷ 18 ହଜାରରୁ ଅଧିକରେ ପହଞ୍ଚିଛି। ଆକ୍ରାନ୍ତଙ୍କ ମଧ୍ୟରୁ 66,330 ଜଣ ଚିକିତ୍ସାଧୀନ ଥିବାବେଳେ 48,534 ଜଣ ସୁସ୍ଥ ହୋଇଛନ୍ତି। ତେବେ 3,583 ଜଣଙ୍କ ମୃତ୍ୟୁ ଘଟିଛି। ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ଦିଆଯାଇଥିବା ସୂଚନା ଅନୁସାରେ ଗତ 24 ଘଣ୍ଟାରେ ଦେଶରେ ସର୍ବାଧିକ 6,088 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 148ଜଣଙ୍କର ମୃତ୍ୟୁ ହୋଇଛି ।
ମହାରାଷ୍ଟ୍ରରେ ସର୍ବାଧିକ 41ହଜାର 642ଜଣ ଆକ୍ରାନ୍ତ ହୋଇ ଥିବାବେଳେ 1ହଜାର 454ଜଣଙ୍କ ମୃତ୍ୟୁ ଘଟିଛି। ମଧ୍ୟପ୍ରଦେଶରେ 270, ଗୁଜୁରାଟରେ 733, ପଶ୍ଚିମବଙ୍ଗରେ 259, ରାଜସ୍ଥାନରେ 151, ଦିଲ୍ଲୀରେ 194, ଉତ୍ତରପ୍ରଦେଶରେ 138, ଆନ୍ଧ୍ରପ୍ରଦେଶରେ 53, ତାମିଲନାଡୁରେ 94, ତେଲେଙ୍ଗାନାରେ 45, କର୍ଣ୍ଣାଟକରେ 41, ପଞ୍ଜାବରେ 39, ଜମ୍ମୁ-କାଶ୍ମୀରରେ 20, ହରିୟାଣାରେ 15, ବିହାରରେ 11, କେରଳରେ 4, ଝାଡଖଣ୍ଡରେ 3,ଓଡ଼ିଶାରେ 7, ଚଣ୍ଡୀଗଡରେ 3, ହିମାଚଳ ପ୍ରଦେଶରେ 3, ଆସାମରେ 4 ଓ ମେଘାଳୟରେ ଜଣଙ୍କର ମୃତ୍ୟୁ ହୋଇଛି ।