କୀର୍ତ୍ତି ନଗରସ୍ଥିତ ଏକ ବସ୍ତିରେ ଭୀଷଣ ଅଗ୍ନିକାଣ୍ଡ : 100ଟି ଘର ପୋଡି ପାଉଁଶ

Published: May 22, 2020, 1:41 pm IST

ନୂଆଦିଲ୍ଲୀ : ଦିଲ୍ଲୀର କୀର୍ତ୍ତି ନଗର ସ୍ଥିତ ଚୁନା ଭଟ୍ଟି ନିକଟସ୍ଥ ଏକ ବସ୍ତିରେ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ 100ଟି ଘର ପୋଡି ଯାଇଥିବାର ସୂଚନା ମିଳିଛି । ଆଜି ସକାଳ 11 ଘଟିକା ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିବାର ସୂଚନା ମିଳିଛି । ତେବେ ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇଥିବାର ସୂଚନା ମିଳିପାରିନାହିଁ ।

ଘଟଣାସ୍ଥଳରେ 29ଟି ଦମକଳ ଗାଡି ପହଞ୍ଚି ନିଆ୍ଁକୁ ଆୟ୍ତତ୍ତ କରିବାକୁ ଚେଷ୍ଟା କରିଛନ୍ତି । ଏହି ବସ୍ତିରେ ରହୁଥିବା ଲୋକମାନେ ଜୀବନ ବଞ୍ଚାଇବା ପାଇଁ ରେଳ ଧାରଣା ଉପରକୁ ଚାଲି ଆସିଛନ୍ତି । ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ, ରେଳ ଧାରଣାରେ ମଧ୍ୟ ନିଆଁ ଲାଗିଯାଇଥିବାର ସୂଚନା ମିଳିଛି । କିନ୍ତୁ କୌଣସି ଟ୍ରେନ୍‌ ନ ଆସୁଥିବାରୁ କିଛି କ୍ଷତି ହୋଇନଥିବାର ଜଣାପଡିଛି । ତେବେ ଅଗ୍ନିକାଣ୍ଡ କିଭଳି ଓ କେଉଁ କାରଣ ପାଇଁ ଲାଗିଛି, ତାହା ଜଣା ପଡି ନାହିଁ ।  ତେବେ ଏଠାରେ ଥିବା ଘର ଓ ଦୋକାନ ସମ୍ପୂର୍ଣ୍ଣ ରୂପେ ଜଳି ଯାଇଥିବାର ଏଠାରେ ରହୁଥିବା ଲୋକମାନଙ୍କର ବହୁତ କ୍ଷତି ହୋଇଛି । (ଏଜେନ୍ସି)

Related posts