ଓଡ଼ିଶାକୁ ସ୍ଵତନ୍ତ୍ର ରାଜ୍ୟ ପାହ୍ୟା ଦାବିରେ ଅଭିନବ ପ୍ରୟାସ: ୩୧୪ ବ୍ଳକ୍‌କୁ ପଦଯାତ୍ରା

Published: May 22, 2020, 3:23 pm IST

ପିଣ୍ଟୁ ବିଷୋୟୀ
ବେଗୁନିଆପଡା: ଓଡ଼ିଶାକୁ ସ୍ଵତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପ୍ରଦାନ ଦାବି ଦୀର୍ଘଦିନରୁ ଜାରି ରହିଛି। ତେବେ ଏହି ଦାବିକୁ ଏକ ଅନନ୍ୟ ଉପାୟରେ ଉପସ୍ଥାପନ କରିଛନ୍ତି ଜଗତସିଂହପୁରର ଜନୈକ ବ୍ୟକ୍ତି। ଆଜକୁ ପ୍ରାୟ ୨ ମାସ ହେଲାଣି ରାଜ୍ୟର ୩୧୪ ବ୍ଲକକୁ ପଦଯାତ୍ରାରେ ବାହାରିଛନ୍ତି ଜଗତସିଂହପୁର ଜିଲ୍ଲା ବଡଚଣା ବ୍ଲକର ସତ୍ୟବ୍ରତ ଦାସ। ପଦ ଯାତ୍ରାରେ ଚାଲି ଚାଲି ଆଜି ସେ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକକୁ ଆସିଥିଲେ। ବେଗୁନିଆପଡାରୁ ପୁରୁଷୋତ୍ତମପୁର ବ୍ଲକକୁ ଯିବା ବେଳେ ତାଙ୍କୁ କୋଦଳା ଏନ୍ଏସି ଠାରେ କୋଦଳା ଏନ୍ଏସିର ଗୃହରକ୍ଷୀ ରଜନୀକାନ୍ତ ସେଠି, ସମାଜସେବୀ ଦଣ୍ଡପାଣି ପଟ୍ଟନାୟକ, ସାଜନ କୁମାର ସାହୁ, ସୁଦାମ ମହାନ୍ତି, ଆଇୱାଇଏ ନ୍ୟୁଜ ରାଜ୍ୟ ପ୍ରତିନିଧି ଜଗବନ୍ଧୁ ସାହୁ ପ୍ରମୁଖ ସମ୍ମାନିତ କରିଥିଲେ। ତାଙ୍କର ଏହି ମହାନ ଉଦ୍ୟମକୁ ସମ୍ମାନ ଜଣାଇବା ପାଇଁ ଉତ୍ତରୀୟ, ପୁଷ୍ପଗୁଚ୍ଛ, ପଇଡ ଆଦି ପ୍ରଦାନ କରିବା ସହିତ ତାଙ୍କୁ ସମ୍ବର୍ଦ୍ଧିତ କରି ତାଙ୍କ ମନୋବଳକୁ ଦୃଢ଼ କରିଥିଲେ।

Related posts