Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଜ୍ୟରେ କରୋନା ସ୍ଥିତି ନିୟନ୍ତ୍ରଣାଧୀନ, ଚିନ୍ତା ଜନକ ନୁହେଁ : ଏସ୍‌ଆରସି
ଆଜିର ଖବର

ରାଜ୍ୟରେ କରୋନା ସ୍ଥିତି ନିୟନ୍ତ୍ରଣାଧୀନ, ଚିନ୍ତା ଜନକ ନୁହେଁ : ଏସ୍‌ଆରସି

May 24, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର : କରୋନା ମୁକାବିଲାକୁ ନେଇ ଏସ୍‌ଆରସି ପ୍ରଦୀପ ଜେନା ପ୍ରେସ୍‌ମିଟ୍‌ କରିଛନ୍ତି। ରାଜ୍ୟରେ ଏବେ କରୋନା ସ୍ଥିତି ନିୟନ୍ତ୍ରଣାଧୀନ ରହିଛି କିନ୍ତୁ ଚିନ୍ତା ଜନକ ନୁହେଁ ବୋଲି କହିଛନ୍ତି ରାଜ୍ୟ ସ୍ବତନ୍ତ୍ର ରିଲିଫ୍‌ କମିଶନର। ପ୍ରବାସୀଙ୍କୁ କ୍ବାରେଣ୍ଟିନ୍‌ରେ ରଖାଯାଉଥିବାରୁ ସ୍ଥିତି ନିୟନ୍ତ୍ରଣରେ ରହିଛି। ତେବେ ବାହାର ରାଜ୍ୟରୁ ଆସୁଥିବା ପ୍ରବାସୀମାନଙ୍କ ସମ୍ପର୍କରେ ସୂଚନା ଦେବାକୁ କୁହାଯାଇଛି।

ଟ୍ରେନ୍‌ ଯୋଗେ ବାହାର ରାଜ୍ୟରୁ ଅଧିକରୁ ଅଧିକ ଯାତ୍ରୀ ଆସୁଛନ୍ତି। ଅନ୍ୟ ରାଜ୍ୟରୁ ପ୍ରବାସୀ ଆସିଲେ କର୍ତ୍ତୃପକ୍ଷଙ୍କୁ ସୂଚନା ଦେବାକୁ କହିଛନ୍ତି ଏସ୍‌ଆରସି। ଆଜି ତେଲେଙ୍ଗାନାରୁ 12ଟି ଟ୍ରେନ୍‌ରେ 20 ହଜାରରୁ ଅଧିକ ଯାତ୍ରୀ ଆସୁଛନ୍ତି।

ରାଜ୍ୟ ବାହାରୁ କେହି ଆସିଲେ ପଞ୍ଚାୟତକୁ ତଥ୍ୟ ଦିଅନ୍ତୁ ବୋଲି କହିଛନ୍ତି ଏସ୍‌ଆରସି । ସେହିପରି ସହରରେ ଯଦି କେହି ପ୍ରବାସୀ ଆସୁଛନ୍ତି, ତେବେ ସେହି ଅଞ୍ଚଳର ଲୋକମାନେ ତାଙ୍କ ସମ୍ପର୍କରେ ନିକଟସ୍ଥ ପ୍ରଶାସନିକ ଅଧିକାରୀଙ୍କ ନିକଟରେ ତଥ୍ୟ ଦିଅନ୍ତୁ ।

ଆଜି ତେଲଙ୍ଗାନାରୁ ୧୨ଟି ଟ୍ରେନ୍‌ରେ ଆସୁଛନ୍ତି ୨୦ ହଜାର ପ୍ରବାସୀ। ବିନା ସୂଚନାରେ ଫେରନ୍ତା ପ୍ରବାସୀ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ବିନା ସୂଚନାରେ ନ ଆସିବାକୁ ପ୍ରବାସୀଙ୍କୁ ଏସ୍‌ଆରସିଙ୍କ ପରାମର୍ଶ। ବିନା ସୂଚନାରେ ଆସିଲେ ମାଗଣା ଟିକେଟ ଲାଗୁ ହୋଇ ନପାରେ ବୋଲି ସୂଚନା ଦେଇଛନ୍ତି ଏସ୍‌ଆରସି। କେନ୍ଦ୍ରର ଗାଇଡ଼ଲାଇନ ଅନୁଯାୟୀ ରାଜ୍ୟରେ ଟ୍ରେନ ଚଳାଚଳ ପାଇଁ ମଧ୍ୟ ଅନୁମତି ଦିଆଯାଇଥିବାର ମଧ୍ୟ ସୂଚନା ଦେଇଛନ୍ତି ସ୍ବତନ୍ତ୍ର ରିଲିଫ୍ କମିସନର୍। ନିୟମ ନ ମାନିଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ବତନ୍ତ୍ର ରିଲିଫ୍ କମିସନର୍ କହିଛନ୍ତି।

କରୋନା ମୁକାବିଲା ଲାଗି ରାଜ୍ୟରେ ସଙ୍ଗରୋଧ ନିୟମ ବଦଳିଥିବା ନେଇ ସୂଚନା ଦେଇ ସ୍ବତନ୍ତ୍ର ରିଲିଫ୍ କମିସନର୍ କହିଛନ୍ତି ଯେ ବାହାରୁ ଆସୁଥିବା ଲୋକ 14 ଦିନ ସଙ୍ଗରୋଧରେ ରହିବେ, ଗ୍ରାମାଞ୍ଚଳକୁ ଆସୁଥିବା ଲୋକ 7 ଦିନ ବାଧ୍ୟତାମୂଳକ ସଙ୍ଗରୋଧରେ ରହିବେ। ଏହାପରେ ଯାହାର ଲକ୍ଷଣ ଦେଖା ନ ଯିବ, ସେମାନଙ୍କୁ 7 ଦିନ ଘରେ ସଙ୍ଗରୋଧରେ ରହିବାକୁ ପଡ଼ିବ ବୋଲି ସୂଚନା ଦେଇଛନ୍ତି ଏସ୍‌ଆରସି।

ଏସ୍‌ଆରସି କରୋନାସ୍ଥିତି
Share. Facebook Twitter LinkedIn Email WhatsApp Copy Link

Related Posts

WhatsApp Business Rules Change: ଅକ୍ଟୋବର ୧ ରୁ ବଦଳିବ ୱାଟ୍ସଆପ୍ ନିୟମ, ଜାଣନ୍ତୁ କଣ

September 30, 2026

ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ବିବାଦ: ଆଜି ୧୨ ଘଣ୍ଟିଆ ‘ଓଡ଼ିଶା ବନ୍ଦ’

September 30, 2026

ଓଡ଼ିଶାରେ ଆଇଟି ସମ୍ପ୍ରସାରଣ: ୧୨ଟି ଜିଲ୍ଲାରେ ଖୋଲିବ ଆଇଟି ପାର୍କ, ଭୁବନେଶ୍ୱରରେ ହେବ ୫୦,୦୦୦ କୋଟିର ମେଗା ପ୍ରକଳ୍ପ

September 30, 2026

୬ ବର୍ଷ ପରେ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର: ପ୍ରଥମ ୩ ଦିନ ମାଗଣା ଦର୍ଶନ

September 30, 2026
Latest News

ବ୍ୟାଙ୍କ ମିଶ୍ରଣ ପରେ ବି ବୈଧ ପୁରୁଣା ଚେକ୍: କର୍ଣ୍ଣାଟକ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

September 30, 2026

WhatsApp Business Rules Change: ଅକ୍ଟୋବର ୧ ରୁ ବଦଳିବ ୱାଟ୍ସଆପ୍ ନିୟମ, ଜାଣନ୍ତୁ କଣ

September 30, 2026

ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ବିବାଦ: ଆଜି ୧୨ ଘଣ୍ଟିଆ ‘ଓଡ଼ିଶା ବନ୍ଦ’

September 30, 2026

ଓଡ଼ିଶାରେ ଆଇଟି ସମ୍ପ୍ରସାରଣ: ୧୨ଟି ଜିଲ୍ଲାରେ ଖୋଲିବ ଆଇଟି ପାର୍କ, ଭୁବନେଶ୍ୱରରେ ହେବ ୫୦,୦୦୦ କୋଟିର ମେଗା ପ୍ରକଳ୍ପ

September 30, 2026

ବଦଳୁଥିବା ପାଗରେ କାଶ-ଥଣ୍ଡାରୁ ମୁକ୍ତି: ଆପଣାନ୍ତୁ ଏହି ୬ଟି ସହଜ ଓ ପ୍ରଭାବଶାଳୀ ଘରୋଇ ଉପଚାର

September 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.