ରାଜ୍ୟରେ କରୋନା ସ୍ଥିତି ନିୟନ୍ତ୍ରଣାଧୀନ, ଚିନ୍ତା ଜନକ ନୁହେଁ : ଏସ୍‌ଆରସି

Published: May 24, 2020, 12:56 pm IST

ଭୁବନେଶ୍ବର : କରୋନା ମୁକାବିଲାକୁ ନେଇ ଏସ୍‌ଆରସି ପ୍ରଦୀପ ଜେନା ପ୍ରେସ୍‌ମିଟ୍‌ କରିଛନ୍ତି। ରାଜ୍ୟରେ ଏବେ କରୋନା ସ୍ଥିତି ନିୟନ୍ତ୍ରଣାଧୀନ ରହିଛି କିନ୍ତୁ ଚିନ୍ତା ଜନକ ନୁହେଁ ବୋଲି କହିଛନ୍ତି ରାଜ୍ୟ ସ୍ବତନ୍ତ୍ର ରିଲିଫ୍‌ କମିଶନର। ପ୍ରବାସୀଙ୍କୁ କ୍ବାରେଣ୍ଟିନ୍‌ରେ ରଖାଯାଉଥିବାରୁ ସ୍ଥିତି ନିୟନ୍ତ୍ରଣରେ ରହିଛି। ତେବେ ବାହାର ରାଜ୍ୟରୁ ଆସୁଥିବା ପ୍ରବାସୀମାନଙ୍କ ସମ୍ପର୍କରେ ସୂଚନା ଦେବାକୁ କୁହାଯାଇଛି।

ଟ୍ରେନ୍‌ ଯୋଗେ ବାହାର ରାଜ୍ୟରୁ ଅଧିକରୁ ଅଧିକ ଯାତ୍ରୀ ଆସୁଛନ୍ତି। ଅନ୍ୟ ରାଜ୍ୟରୁ ପ୍ରବାସୀ ଆସିଲେ କର୍ତ୍ତୃପକ୍ଷଙ୍କୁ ସୂଚନା ଦେବାକୁ କହିଛନ୍ତି ଏସ୍‌ଆରସି। ଆଜି ତେଲେଙ୍ଗାନାରୁ 12ଟି ଟ୍ରେନ୍‌ରେ 20 ହଜାରରୁ ଅଧିକ ଯାତ୍ରୀ ଆସୁଛନ୍ତି।

ରାଜ୍ୟ ବାହାରୁ କେହି ଆସିଲେ ପଞ୍ଚାୟତକୁ ତଥ୍ୟ ଦିଅନ୍ତୁ ବୋଲି କହିଛନ୍ତି ଏସ୍‌ଆରସି । ସେହିପରି ସହରରେ ଯଦି କେହି ପ୍ରବାସୀ ଆସୁଛନ୍ତି, ତେବେ ସେହି ଅଞ୍ଚଳର ଲୋକମାନେ ତାଙ୍କ ସମ୍ପର୍କରେ ନିକଟସ୍ଥ ପ୍ରଶାସନିକ ଅଧିକାରୀଙ୍କ ନିକଟରେ ତଥ୍ୟ ଦିଅନ୍ତୁ ।

ଆଜି ତେଲଙ୍ଗାନାରୁ ୧୨ଟି ଟ୍ରେନ୍‌ରେ ଆସୁଛନ୍ତି ୨୦ ହଜାର ପ୍ରବାସୀ। ବିନା ସୂଚନାରେ ଫେରନ୍ତା ପ୍ରବାସୀ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ବିନା ସୂଚନାରେ ନ ଆସିବାକୁ ପ୍ରବାସୀଙ୍କୁ ଏସ୍‌ଆରସିଙ୍କ ପରାମର୍ଶ। ବିନା ସୂଚନାରେ ଆସିଲେ ମାଗଣା ଟିକେଟ ଲାଗୁ ହୋଇ ନପାରେ ବୋଲି ସୂଚନା ଦେଇଛନ୍ତି ଏସ୍‌ଆରସି। କେନ୍ଦ୍ରର ଗାଇଡ଼ଲାଇନ ଅନୁଯାୟୀ ରାଜ୍ୟରେ ଟ୍ରେନ ଚଳାଚଳ ପାଇଁ ମଧ୍ୟ ଅନୁମତି ଦିଆଯାଇଥିବାର ମଧ୍ୟ ସୂଚନା ଦେଇଛନ୍ତି ସ୍ବତନ୍ତ୍ର ରିଲିଫ୍ କମିସନର୍। ନିୟମ ନ ମାନିଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ବତନ୍ତ୍ର ରିଲିଫ୍ କମିସନର୍ କହିଛନ୍ତି।

କରୋନା ମୁକାବିଲା ଲାଗି ରାଜ୍ୟରେ ସଙ୍ଗରୋଧ ନିୟମ ବଦଳିଥିବା ନେଇ ସୂଚନା ଦେଇ ସ୍ବତନ୍ତ୍ର ରିଲିଫ୍ କମିସନର୍ କହିଛନ୍ତି ଯେ ବାହାରୁ ଆସୁଥିବା ଲୋକ 14 ଦିନ ସଙ୍ଗରୋଧରେ ରହିବେ, ଗ୍ରାମାଞ୍ଚଳକୁ ଆସୁଥିବା ଲୋକ 7 ଦିନ ବାଧ୍ୟତାମୂଳକ ସଙ୍ଗରୋଧରେ ରହିବେ। ଏହାପରେ ଯାହାର ଲକ୍ଷଣ ଦେଖା ନ ଯିବ, ସେମାନଙ୍କୁ 7 ଦିନ ଘରେ ସଙ୍ଗରୋଧରେ ରହିବାକୁ ପଡ଼ିବ ବୋଲି ସୂଚନା ଦେଇଛନ୍ତି ଏସ୍‌ଆରସି।

Related posts