ପୁଣି ଚେନ୍‌ ପୁଲିଂ କରି ଓହ୍ଲାଇଲେ ପ୍ରବାସୀ

Published: May 25, 2020, 8:28 am IST

କଣ୍ଟାବାଞ୍ଜି : ପୁଣି ଟ୍ରେନ୍‌ ଚେନ୍‌ ପୁଲ୍‌ କରି କଣ୍ଟାବାଞ୍ଜି ଷ୍ଟେସନରେ ପ୍ରବାସୀମାନେ ଓହ୍ଲାଇପଡିଥିବାର ସୂଚନା ରହିଛି । ବରଗଡ ଓ ନୂଆପଡା ଜିଲ୍ଲାର ପ୍ରାୟ 320 ଜଣ ପ୍ରବାସୀ ଓହ୍ଲାଇ ପଡିଥିବାର ସୂଚନା ମିଳିଛି । ଗୁଜୁରାଟ ଗାନ୍ଧିଧାମର ନିର୍ଗୁଣ୍ଡି ଆସୁଥିବା ଶ୍ରମିକ ଟ୍ରେନ୍‌ରୁ ପ୍ରବାସୀମାନେ ଓଡ୍ଲାଇ ପଡିଥିବାର ସୂଚନା ରହିଛି । ଗତକାଲି ଗଞ୍ଜାମ ଛତ୍ରପୁର ନିକଟରେ ମଧ୍ୟ ଶତାଧିକ ପ୍ରବାସୀ ଓଡ଼ିଆ ଟ୍ରେନ୍‌ ଚେନ୍‌ ପୁଲ୍‌ କରି ଛୁ’ ମାରିଥିଲେ ।

ଏସଆରସି ଗତକାଲି ପ୍ରବାସୀମାନଙ୍କ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଥିଲେ । ବାହାର ରାଜ୍ୟରୁ ଓଡ଼ିଶାକୁ ଆସୁଥିବା ପ୍ରବାସୀଙ୍କ ସଂପର୍କରେ ପ୍ରଶାସନିକ ଅଧିକାରୀ ତଥା ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ସୂଚନା ଦେବାକୁ କୁହାଯାଇଛି। ତେବେ ଟ୍ରେନ ଯୋଗେ ଏବେ ଅନେକ ପ୍ରବାସୀ ଆସୁଥିଲେ ବି ଅନେକ ବିନା ସୂଚନାରେ ଆସୁଥିବାରୁ ସମସ୍ୟା ଦେଖା ଦେଇପାରେ ବୋଲି ସେ କହିଥିଲେ । ପ୍ରବାସୀ ଓଡ଼ିଆମାନେ ବାହାର ରାଜ୍ୟରୁ ଫେରୁଥିବାବେଳେ ଅଧା ବାଟରୁ ଟ୍ରେନ୍‌ ଚେନ୍‌ ପୁଲ୍‌ କରି ଛୁ’ ମାରୁଥିବାର ଘଟଣା ଆହୁରି ଚିନ୍ତାରେ ପକାଉଛି ।

Related posts