ନୂଆଦିଲ୍ଲୀ : ଚୀନର ଉହାନ ସହରରୁ ସୃଷ୍ଟି ହୋଇଥିବା ଏହି ମାରାତ୍ମକ ଭାଇରସ ଯୋଗୁଁ ସାରା ବିଶ୍ବ ଆଜି ସଂକଟମୟ ସ୍ଥିତିରେ । ଭାରତରେ ମଧ୍ୟ କରୋନା ବ୍ୟାପକ ପ୍ରସାର କରିଛି। ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା 1 ଲକ୍ଷ 38 ହଜାର 854ରେ ପହଞ୍ଚିଥିବାବେଳେ ମୃତ୍ୟୁ ସଂଖ୍ୟା 4 ହଜାର 21କୁ ବୃଦ୍ଧି ପାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ 24 ଘଣ୍ଟାରେ 6,977 ଆକ୍ରାନ୍ତ ହୋଇଥିବାବେଳେ 154ଜଣଙ୍କର ମୃତ୍ୟୁ ହୋଇଛି । ଭାରତରେ ସର୍ବମୋଟ୍ 1 ଲକ୍ଷ 38 ହଜାର 845 ଜଣ ଲୋକ ଆକ୍ରାନ୍ତ ହୋଇଛନ୍ତି । ସେଥିରୁ 77 ହଜାର 103 ଜଣ ସକ୍ରିୟ ଆକ୍ରାନ୍ତ ଥିବା ବେଳେ ସୁସ୍ଥ ହୋଇଛନ୍ତି 57 ହଜାର 720 ଜଣ ।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ କରୋନା ଭାଇରସରେ ମହାରାଷ୍ଟ୍ରରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ହୋଇଛି । ମହାରାଷ୍ଟ୍ରରେ 50 ହଜାର 231 ଜଣ ଆକ୍ରାନ୍ତ ହୋଇଛନ୍ତି । ସେହିପରି 1635 ଜଣଙ୍କର ମୃତ୍ୟୁ ହୋଇଛି । ଗୁଜୁରାଟରେ 858, ମଧ୍ୟପ୍ରଦେଶରେ 290, ଓ ପଶ୍ଚିମବଙ୍ଗରେ 272, ରାଜସ୍ଥାନରେ 163, ଦିଲ୍ଲୀରେ 261, ତାମିଲନାଡୁରେ 111 , ଦିଲ୍ଲୀରେ 261, ଉତ୍ତରପ୍ରଦେଶରେ 161, ଆନ୍ଧ୍ରପ୍ରଦେଶରେ 56, ବିହାରରେ 11, କର୍ଣ୍ଣାଟକରେ 42, ପଞ୍ଜାବରେ 40, ତେଲେଙ୍ଗାନାରେ 53, ଜମ୍ମୁ ଓ କାଶ୍ମୀରରେ 21, ଓଡ଼ିଶାରେ 7, ହରିୟାଣାରେ 16, କେରଳରେ 6, ଆସାମରେ 4, ଝାରଖଣ୍ଡରେ 4, ଉତ୍ତରାଖଣ୍ଡରେ 3, ଚଣ୍ଡୀଗଡରେ 4, ହିମାଚଳ ପ୍ରଦେଶରେ 4 ଓ ମେଘାଳୟରେ ଜଣଙ୍କର ମୃତ୍ୟୁ ଘଟିଛି । (ଏଜେନ୍ସି)