କରୋନାରେ ଆକ୍ରାନ୍ତ ହେଲେ ଉଦ୍ଧବ ସରକାରଙ୍କ ଆଉ ଏକ ମନ୍ତ୍ରୀ

Published: May 25, 2020, 11:18 am IST

ମୁମ୍ବାଇ : ମହାରାଷ୍ଟ୍ରରେ କରୋନା ସ୍ଥିତି ଅଣାୟତ୍ତ ରହିଥିବାବେଳେ ମହାରାଷ୍ଟ୍ରର କ୍ୟାବିନେଟ୍‌ ମନ୍ତ୍ରୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହ୍ବାନ‌ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କୁ ଏବେ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଅଶୋକ ଚୌହ୍ବାନ୍‌ ବର୍ତ୍ତମାନ ନାନ୍ଦେଡରେ ରହିଥିବାବେଳେ ତାଙ୍କ ଚିକିତ୍ସା ପାଇଁ ମୁମ୍ବାଇଙ୍କୁ ସ୍ଥାନାନ୍ତର କରିସାରିଛନ୍ତି ।  କିଛି ଦିନ ପୂର୍ବରୁ ତାଙ୍କଠାରେ ଲକ୍ଷଣ ଦେଖାଦେଇଥିଲା । ସେ କରୋନା ଟେଷ୍ଟ କରିବା ପରେ ତାଙ୍କଠାରେ ପଜିଟିଭ୍‌ ଚିହ୍ନଟ ହୋଇଛି ।

ଅଶୋକଙ୍କ ପୂର୍ବରୁ ଉଦ୍ଧବ ସରକାରଙ୍କ କ୍ୟାବିନେଟ୍‌ ମନ୍ତ୍ରୀ ଥିବା ଜିତେନ୍ଦ୍ର ଅଓ୍ବାଡ ମଧ୍ୟ କରୋନାରେ ସଂକ୍ରମିତ ହୋଇଥିଲେ । କିନ୍ତୁ ସେ ବର୍ତ୍ତମାନ ସୁସ୍ଥ ହୋଇଛନ୍ତି ।ମହାରାଷ୍ଟ୍ରରେ ସଂକ୍ରମିତଙ୍କ ସଂଖ୍ୟା 50 ହଜାର ପାର କରିଥିବାବେଳେ ମୃତ୍ୟୁ ସଂଖ୍ୟା 1635ରେ ପହଞ୍ଚିଛି । (ଏଜେନ୍ସି)

Related posts