ଓହ୍ଲେଇ ଦେଲେନି, ଚେନ୍‌ ଟାଣି ପଳାଇଲେ ପ୍ରବାସୀ

Published: May 25, 2020, 1:06 pm IST

ରାଉରକେଲା :  ଓହ୍ଲାଇ ଦେଲେନି, ଚେନ୍‌ ଟାଣି ପଳାଇଲେ ପ୍ରବାସୀ ଶ୍ରମିକ । ଝାଡଖଣ୍ଡ ସୀମା ନୂଆଗାଁ ଷ୍ଟେସନରେ ଚେନ୍‌ ଟାଣି ଓହ୍ଲାଇଗଲେ ଶ୍ରମିକ । ପ୍ରାୟ ଦୁଇ ଶହ ଶ୍ରମିକ ଓହ୍ଲାଇ ଯାଇଥିବା ବନ୍ଧମୁଣ୍ଡା ଏଆର୍‌ଏମ୍‌ ସୂଚନା ଦେଇଛନ୍ତି । ମହାରାଷ୍ଟ୍ର କୋହ୍ଲାପୁରରୁ  ଝାଡଖଣ୍ଡରୁ ବୋକାରୋ ଶ୍ରମିକ ସ୍ପେଶାଲ୍‌ ଟ୍ରେନ୍‌ରେ ଆସୁଥିଲେ ପ୍ରବାସୀ ।  ଏହି ଟ୍ରେନ୍‌ରେ ବୌଦ୍ଧ, ସୋନପୁର, ବାଲେଶ୍ବର ଜିଲ୍ଲାର 4 ଶହରୁ ଅଧିକ ଶ୍ରମିକ ଆସୁଥିଲେ । ଏହି ଶ୍ରମିକମାନେ ଝାରସୁଗୁଡାରେ ଓହ୍ଲାଇବାର ଥିଲା, ମାତ୍ର ଷ୍ଟେସନ କର୍ତ୍ତୃପକ୍ଷ ଅନୁମତି ଦେଲେନି। ସେମାନଙ୍କୁ ରାଉରକେଲାରେ ଓହ୍ଲାଇବାକୁ କୁହାଯାଇଥିଲା । ରାଉରକେଲାରେ ପହଞ୍ଚିବା ପରେ ବି ସେମାନଙ୍କୁ ଏଠାରେ ଓହ୍ଲାଇବାର ଅନୁମତି ଦିଆଯାଇଥିଲା । ଟ୍ରେନ୍‌ଟି ବୋକାରୋ ପଳାଉଥିବାବେଳେ ଚେନ୍‌ ପୁଲିଂ କରିଥିଲେ ଶ୍ରମିକ । ସୁନ୍ଦରଗଡ ଜିଲ୍ଲା ନୂଆଗାଁରେ ଚେନ୍‌ ପୁଲିଂ କରି ପ୍ରାୟ ଦୁଇ ଶହ ଶ୍ରମିକ ପଳାଇ ଯାଇଥିଲେ ବୋଲି ସୂଚନା ରହିଛି ।

Related posts