ଫାଇଭ୍‌ ଟି ସଚିବ ପାଣ୍ଡିଆନଙ୍କ ଶ୍ବଶୁର ତଥା ବିଶିଷ୍ଟ ଶିଶୁ ରୋଗ ବିଶେଷଜ୍ଞ ଅକ୍ଷୟ ରାଉତଙ୍କ ପରଲୋକ

Published: May 25, 2020, 10:00 pm IST

ଭୁବନେଶ୍ବର : ଜାମସେଦପୁରର ବରିଷ୍ଠ ଶିଶୁ ରୋଗ ବିଶେଷଜ୍ଞ ଅକ୍ଷୟ ରାଉତଙ୍କ ଆଜି ପରଲୋକ ହୋଇଛି । ସୋମବାର ସନ୍ଧ୍ୟାରେ ଭୁବନେଶ୍ବରରେ ତାଙ୍କର ପରଲୋକ ହୋଇଛି। କେନ୍ଦ୍ରାପଡାର ବଲୁରିଆ ଗ୍ରାମରେ ଜନ୍ମ ଗ୍ରହଣ କରିଥିବା ଅକ୍ଷୟ, 1972ରେ ଏସ୍‌ସିବି ମେଡିକାଲ କଲେଜରୁ ଡାକ୍ତରୀ ପାଶ୍‌ କରିଥିଲେ । ସେ ଟାଟାନଗରରେ ଗରିବ ଲୋକଙ୍କୁ କମ୍‌ ଦେୟରେ ବା ମାଗଣା ଚିକିତ୍ସା କରୁଥିଲେ। ରାଉତଙ୍କ ବଡ ଝିଅ ସୁଜାତା ରାଉତ କାର୍ତ୍ତିକେୟନ୍‌ ଆଇଏଏସ , ବର୍ତ୍ତମାନ ମିଶନ ଶକ୍ତି ବିଭାଗର ମୁଖ୍ୟ ଭାବେ କାର୍ଯ୍ୟ କରୁଛନ୍ତି । ଏହା ସହିତ ସେ ହେଉଛନ୍ତି 5ଟି ସଚିବ ଭି କେ ପାଣ୍ଡିଆନଙ୍କର ଶ୍ବଶୁର।

Related posts