ସୁସ୍ଥ ହେଲେ ଆଉ 84 ଆକ୍ରାନ୍ତ, ରାଜ୍ୟରେ ମୋଟ ସୁସ୍ଥ ହେଲେ 733 ଆକ୍ରାନ୍ତ

Published: May 26, 2020, 3:08 pm IST

ଭୁବନେଶ୍ବର : ଆଜି ରାଜ୍ୟରେ ଆଉ 84 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାର ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହି ନୂତନ 84 ଜଣ ସୁସ୍ଥଙ୍କ ମଧ୍ୟରେ ଗଞ୍ଜାମରୁ ସର୍ବାଧିକ 24 ଜଣ, ଯାଜପୁରର 18 ଜଣ, ବାଲେଶ୍ବରରୁ 11 ଜଣ, କଟକରୁ 7 ଜଣ, ଭଦ୍ରକରୁ 6 ଜଣ, କେନ୍ଦ୍ରାପଡାରୁ 5ଜଣ, ଖୋର୍ଦ୍ଧା ଓ ପୁରୀରୁ 4 ଜଣ ଲେଖାଏଁ ରହିଥିବାବେଳେ ନୟାଗଡ ଓ ମୟୂରଭଞ୍ଜରୁ ଦୁଇଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । ସୁନ୍ଦରଗଡରୁ ଜଣେ ସୁସ୍ଥ  ହୋଇଛନ୍ତି । ଏବେ ରାଜ୍ୟରେ ମୋଟ୍‌ ସୁସ୍ଥଙ୍କ ସଂଖ୍ୟା 733ରେ ପହଞ୍ଚିଛି। ଆଜି ରାଜ୍ୟରେ 79 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ରାଜ୍ୟରେ ସର୍ବମୋଟ ଆକ୍ରାନ୍ତଙ୍କ ସଂଖ୍ୟା 1513ରେ ପହଞ୍ଚିଛି ।

Related posts