10ଟି ଜିଲ୍ଲାରୁ ଚିହ୍ନଟ ହେଲେ 67 କରୋନା ଆକ୍ରାନ୍ତ

Published: May 28, 2020, 10:47 am IST

ଭୁବନେଶ୍ବର : ଆଜି ଚିହ୍ନଟ ହୋଇଥିବା 67ଙ୍କ ମଧ୍ୟରେ 10ଟି ଜିଲ୍ଲାରୁ ଆକ୍ରାନ୍ତ ରହିଛନ୍ତି । ଏହି ନୂତନ 67 ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ 26 ଜଣ ଚିହ୍ନଟ ହୋଇଥିବାବେଳେ ଯାଜପୁର ଓ ଖୋର୍ଦ୍ଧାରୁ 11 ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୟାଗଡରୁ 7, ସୋନପୁରରୁ 4,  ବଲାଙ୍ଗିର, ଜଗତସିଂହପୁର ଓ ସମ୍ବଲପୁରରୁ ଦୁଇ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ସେହିପରି କେନ୍ଦୁଝର ଓ ବରଗଡ ଜିଲ୍ଲାରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ବୋଲି ସୂଚନା ଦେଇଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ନୂତନ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 1660କୁ  ବୃଦ୍ଧି ହୋଇଛି ।

କେଉଁ ଜିଲ୍ଲାରେ କିପରି ରହିଛି କରୋନା ସ୍ଥିତି :

ଜିଲ୍ଲା ପଜିଟିଭ୍‌ ସୁସ୍ଥ ସକ୍ରିୟ ମୃତ
ଗଞ୍ଜାମ 394 283 108 3
ଯାଜପୁର 253 126 127 0
ବାଲେଶ୍ବର 139 119 20 0
ଖୋର୍ଦ୍ଧା 110 57 50 3
ଭଦ୍ରକ 106 74 32 0
କଟକ 86 14 71 1
ପୁରୀ 85 25 60 0
କେନ୍ଦ୍ରାପଡା 61 27 34 0
ନୟାଗଡ 57 6 51 0
ବଲାଙ୍ଗିର 56 4 52 0
ଜଗତସିଂହପୁର 49 5 44 0
ସୁନ୍ଦରଗଡ 39 27 12 0
ବୌଦ୍ଧ 33 4 29 0
ଅନୁଗୁଳ 25 15 10 0
ଦେବଗଡ 24 2 22 0
କେଉଁଝର 21 7 14 0
ମାଲକାନ୍‌ଗିରି 19 0 19 0
ମୟୂରଭଞ୍ଜ 16 11 5 0
କଳାହାଣ୍ଡି 15 2 13 0
ନୂଆପଡା 14 0 14 0
କନ୍ଧମାଳ 13 0 13 0
ଗଜପତି 10 0 10 0
ଢେଙ୍କାନାଳ 7 1 6 0
କୋରାପୁଟ 7 1 6 0
ସମ୍ବଲପୁର 7 0 7 0
ଝାରସୁଗୁଡା 6 2 4 0
ସୋନପୁର 5 0 5 0
ବରଗଡ 2 0 2 0
ନବରଙ୍ଗପୁର 1 0 1 0

Related posts