ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣକୁ ବିଫଳ କଲା ସୁରକ୍ଷା ବାହିନୀ

Published: May 28, 2020, 12:39 pm IST

ଜମ୍ମୁକାଶ୍ମୀର : ଜାମ୍ମୁ କାଶ୍ମୀରରେ ପୁଲୱାମା ଭଳି ଏକ ବଡ ଧରଣର ଆତଙ୍କୀ ଆକ୍ରମଣ ଷଡଯନ୍ତ୍ରକୁ ବିଫଳ କରିଛି ସୁରକ୍ଷା ବାହିନୀ। ଜାମ୍ମୁ କାଶ୍ମୀରର  ରାଜପୋରା ଅଞ୍ଚଳରୁ ଏକ କାରରୁ ବିପୁଳ ପରିମାଣର ‘ଆଇଡି’ ବୋମା ଉଦ୍ଧାର କରାଯାଇଛି। ମିଳିଥିବା ସୂଚନା ଅନୁସାରେ ଗୁରୁବାର ଜାମ୍ମୁ କାଶ୍ମୀରର ରାଜପୋରା ଅଞ୍ଚଳରରେ ସେନା ବାହିନୀ ପୁଲୱାମା ପୁଲିସ ଓ ସିଆରଏଫ ସର୍ଚ୍ଚ ଅପରେସନ କରୁଥିବା ବେଳେ ଏକ ସାଣ୍ଟ୍ରୋ କାରରୁ ବିପୁଳ ପରିମାଣର ’ଆଇଡି’ (ଇମ୍ପ୍ରୋଭାଇଜଡ୍ ବିସ୍ଫୋରକ ଉପକରଣ) ଊଦ୍ଧାର କରିଥିଲେ। ପରେ ଉକ୍ତ କାରରେ ଥିବା ବୋମାକୁ ବୋମା  ନିଷ୍କ୍ରୟକାରୀ ଦଳ ଏହି ବୋମାକୁ ଠିକ୍ ସମୟରେ ନିଷ୍କ୍ରିୟ କରିଦେଇଛନ୍ତି।

ମିଳିଥିବା ସୂଚନା ଅନୁସାରେ ପୁଲୱାମା ପୋଲିସ, ସିଆରପିଏଫ୍‌ ଏବଂ ସେନା ମିଳିତ ଭାବେ ସର୍ଚ୍ଚ ଅପରେସନ୍‌ କରୁଥିବାବେଳେ ଏହି ଗାଡିକୁ ଚିହ୍ନଟ କରିଥିଲେ। ରାଜପୋରା ରୋଡରେ ଆତଙ୍କବାଦୀ ସଙ୍ଗଠନ ହିଜବୁଲ ମୁଜାହିଦ୍ଦିନର ଜଣେ ଆତଙ୍କବାଦୀ ଏହି କାରଟିକୁ ଚଳାଇ ଆସୁଥିଲେ। ସନ୍ଦେହ ହେବାରୁ ସର୍ଚ୍ଚ  ଅପରେସନ କରୁଥିବା ପୁଲୱାମା ପୁଲିସ, ସିଆରପିଏଫ ଓ ସେନା ଗାଡିଟିକୁ ଅଟକାଇ ବାକୁ ଚେଷ୍ଟା କରିଥିଲେ। ଏହପରେ ଆତଙ୍କବାଦୀ ସୁରକ୍ଷା ବାହିନୀ ଉପରୁକୁ ଗୁଳି ଚଳାଇଥିଲେ। ସୁରକ୍ଷା ବାହିନୀ ମଧ୍ୟ କାର ଉପରକୁ ଗୁଳି ଚଳାଇଥିଲେ। ଯାହା ଫଳରେ ଆତଙ୍କବାଦୀ ରାସ୍ତାରେ କାରକୁ ଛାଡି ଅନ୍ଧାରରେ ପଳାଇ ଯାଇଥିଲା। ସୁରକ୍ଷା ବାହିନୀ କାରକୁ ଯାଞ୍ଚ କରିବାକୁ ଏଥିରେ ବିପୁଳ ପରିମାଣର ଆଇଡି ବୋମା ରହିଥିବା ଦେଖିବାକୁ ପାଇଥିଲା। ଏହାପରେ ତୁରନ୍ତ ଘଟଣା ସ୍ଥଳକୁ ବୋମା  ନିଷ୍କ୍ରୟକାରୀ ଦଳକୁ ଡକା ଯିବା ସହ ବୋମାକୁ ନିଷ୍କ୍ରିୟ କରାଯାଇଥିଲା ।ତେବେ ଜବତ ହୋଇଥିବା ଧଳା ସାଣ୍ଟ୍ରାେ କାର୍‌ଟିରେ ଦୁଇ ଚକିଆ ଗାଡିର ନମ୍ବର ପ୍ଲେଟ ଲଗାଯାଇଥିବାବେଳେ ଏହିି ଗାଡିଟି କଠୁଆରେ ପଞ୍ଜିକୃତ ହୋଇଥିବାର ସୂଚନା ରହିଛି । ଗାଡିରେ ମୋଟ୍‌ 40ରୁ 45 କିଲୋର ବିସ୍ଫୋରକ ଦ୍ରବ୍ୟ ରହିଥିବାବେଳେ ଏହାକୁ ନିଷ୍କ୍ରିୟ କରାଯାଇଛି। ସୂଚନା ଦେଇଛନ୍ତି ଜାମ୍ମୁକାଶ୍ମୀରର ଆଇଜି ବିଜୟ କୁମାର ।

ସୂଚନାଯୋଗ୍ୟ, 2019 ଫେବୃଆରୀ ମାସରେ ଫୁଲଓ୍ବାମାଠାରେ ଏହିପରି ଆତଙ୍କବାଦୀ ଆକ୍ରମଣ କରାଯାଇଥିଲା। ଯେଉଁଥିରେ ଏକ କାରରେ ବୋମା ରଖାଯାଇଥିଲା ଏବଂ ସିଆରପିଏଫ ଗାଡି ଯାଉଥିବା ରାସ୍ତାରେ ଯାଉଥିବା ସମୟରେ ବିସ୍ପୋରଣ କରାଯାଇଥିଲା । ଏହି ଆତଙ୍କବାଦୀ ଆକ୍ରମଣରେ ପ୍ରାୟ 45 ଜଣ ଯବାନ ସହିଦ ହୋଇଥିଲେ ।

Related posts