ରାଜ୍ୟରେ ଆଉ 75 ଜଣ ସୁସ୍ଥ ହେଲେ

Published: May 28, 2020, 2:53 pm IST

ଭୁବନେଶ୍ବର : ରାଜ୍ୟରେ ଆଉ 75 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସକାଳେ ରାଜ୍ୟରେ 76 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 67 ଜଣ ସୁସ୍ଥ ହୋଇଛନ୍ତି । ସୁସ୍ଥ ବ୍ୟକ୍ତିଙ୍କ ମଧ୍ୟରେ ଯାଜପୁରରୁ ସର୍ବାଧିକ 25 ଜଣ ସୁସ୍ଥ ହୋଇଥିବା ବେଳେ ଗଞ୍ଜାମରୁ 19, କଟକରୁ 9ଜଣ, ପୁରୀରୁ 8, ନୟାଗଡ ଓ କେନ୍ଦ୍ରାପଡାରୁ 3 ଜଣ ଲେଖାଏଁ ରହିଥିବାବେଳେ କନ୍ଧମାଳ ଓ ବଲାଙ୍ଗିରରୁ 2 ଜଣ ରହିଛନ୍ତି । ସେହିପରି କେଉଁଝର, ବୌଦ୍ଧ ଓ ସମ୍ବଲପୁରରୁ ଜଣେ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 887ରେ ପହଞ୍ଚିଛି ।

Related posts