Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଦେଶରୁ ଫେରିଥିବା ଗର୍ଭବତୀଙ୍କୁ ଆପାର୍ଟମେଣ୍ଟ ଓ ହସ୍ପିଟାଲରେ ମିଳିଲାନି ପ୍ରବେଶ ଅନୁମତି : ଗର୍ଭସ୍ଥ ସନ୍ତାନର ମୃତ୍ୟୁ
ଆଜିର ଖବର

ବିଦେଶରୁ ଫେରିଥିବା ଗର୍ଭବତୀଙ୍କୁ ଆପାର୍ଟମେଣ୍ଟ ଓ ହସ୍ପିଟାଲରେ ମିଳିଲାନି ପ୍ରବେଶ ଅନୁମତି : ଗର୍ଭସ୍ଥ ସନ୍ତାନର ମୃତ୍ୟୁ

May 29, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ମାଙ୍ଗାଲୋର୍‌ : କରୋନା ସଂକଟ ସମୟରେ ସମେସ୍ତ ଭେଦଭାବ ଭୁଲି ମାନବତା ପ୍ରଦର୍ଶନ କରୁଛନ୍ତି । କିନ୍ତୁ ଏହି ସଂକଟ ସମୟରେ ଲୋକଙ୍କ କଠୋରତା ମଧ୍ୟ ଦେଖିବାକୁ ମିଳୁଛି । ଏପରି ଏକ ମାମଲା ମାଙ୍ଗଲୋର୍‌ରେ ଘଟିଥିବାର ସାମ୍ନାକୁ ଆସିଛି । ବନ୍ଦେ ଭାରତ ଫ୍ଲାଇଟରେ ଜଣେ ଗର୍ଭବତୀ ମହିଳା ଭାରତ ଫେରିଥିବାବେଳେ ତାଙ୍କୁ ପ୍ରଥମେ ଆପାର୍ଟମେଣ୍ଟ ଓ ପରେ ତାଙ୍କୁ ପ୍ରାଇଭେଟ୍‌ ହସ୍ପିଟାଲକୁ ପ୍ରବେଶ ଅନୁମତି ନ ମିଳିବା ଫଳରେ ତାଙ୍କ ଗର୍ଭସ୍ଥ ସନ୍ତାନର ମୃତ୍ୟୁ ହୋଇଥିବାର ଦୁଃଖଦ ଘଟଣା ଘଟିଛି ।

ମିଳିଥିବା ସୂଚନା ଅନୁସାରେ ବନ୍ଦେ ଭାରତ ମିଶନ ଯୋଜନା ଆାଧାରରେ ଜଣେ ଗର୍ଭବତୀ ମହିଳା ଦେଶକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ଏହି ସମୟରେ ତାଙ୍କର କରୋନା ଟେଷ୍ଟ ମଧ୍ୟ କରାଯାଇଥିଲା । କିନ୍ତୁ ତାଙ୍କର ରିପୋର୍ଟ ନେଗେଟିଭ୍‌ ଆସିଥିଲା । ଏହା ପରେ ମଙ୍ଗଲୋର୍‌ ସ୍ଥିତ ରହୁଥିବା ଆପାର୍ଟମେଣ୍ଟରେ ତାଙ୍କୁ ଯିବାକୁ ଅନୁମତି ମିଳିଲା ନାହିଁ । ଆପାର୍ଟମେଣ୍ଟ ଆସୋସିଏସନ୍‌ ତାଙ୍କୁ ଆପାର୍ଟମେଣ୍ଟ ଭିତରକୁ ପ୍ରବେଶ ଅନୁମତି ଦେଲେ ନାହିଁ । ଏହି ଆପାର୍ଟମେଣ୍ଟରେ ତାଙ୍କ ପୂରା ପରିବାର ରହୁଥିବାବେଳେ ତାଙ୍କୁ ଘରକୁ ଯିବାକୁ ଅନୁମତି ମିଳିନଥିଲା । ଏହାପରେ ମହିଳା ଜଣକ ଏକ ପ୍ରାଇଭେଟ୍‌ ହସ୍ପିଟାଲରେ ଚିକିତ୍ସା କରିବା ପାଇଁ ପହଞ୍ଚିଥିଲେ । କିନ୍ତୁ ସେ ବିଦେଶରୁ ଫେରିଥିବା କାରଣରୁ ହସ୍ପିଟାଲ ମଧ୍ୟ ତାଙ୍କ ଚିକିତ୍ସା କରିବା ପାଇଁ ମନା କରିଥିଲେ । ଘରୋଇ ହସ୍ପିଟାଲର ଏପରି ଅମାନବୀୟତା କାର୍ଯ୍ୟ ପାଇଁ ମହିଳାଙ୍କ ଗର୍ଭରେ ତାଙ୍କ ସନ୍ତାନର ମୃତ୍ୟୁ ହୋଇଥିବାର ସୂଚନା ମିଳିଛି ।

ତେବେ ଏହି ଘଟଣା ପାଇଁ ମାଙ୍ଗଲୋର୍‌ ନଗର ନିଗମ କମିଶନର ସମ୍ପୃକ୍ତ ଆପାର୍ଟମେଣ୍ଟ ଆସୋସିଏସନ୍‌କୁ ନୋଟିସ୍‌ ଜାରି କରିଛନ୍ତି । ଏହା ସହିତ ମହିଳା ଜଣକ ତାଙ୍କ ଘରକୁ ଯିବାରେ କେହି ବି ପ୍ରତିବନ୍ଧକ ଲଗାଇପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦେଇଛନ୍ତି । ଯଦି ଏପରି କେହି କରନ୍ତି ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନି ନିଆଯିବ ବୋଲି ସୂଚନା ଦେଇଛନ୍ତି ନଗର ନିଗମ କମିଶନର । (ଏଜେନ୍ସି)

pregnant-woman
Share. Facebook Twitter LinkedIn Email WhatsApp Copy Link

Related Posts

ସିଏସଆଇଆର-ଆଇଏମଏମଟି ପରିଦର୍ଶନ କଲେ ତେଲଙ୍ଗାନା ଗଣମାଧ୍ୟମ ପ୍ରତିନିଧି

February 3, 2026

କାର ସହ କେଜି ଗଂଜେଇ ଜବତ, ଜଣେ ଗିରଫ

February 3, 2026

ଫକୀର ମୋହନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ଯୋଗ ଦେଲେ ରାଷ୍ଟ୍ରପତି

February 3, 2026

“ଚାଷୀଙ୍କ ରକ୍ତକୁ ଶୋଷଣ କରିଛି ସରକାର”: ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଉପରେ ରାହୁଲ ଗାନ୍ଧୀଙ୍କ ପ୍ରଶ୍ନ 

February 3, 2026
Latest News

ସିଏସଆଇଆର-ଆଇଏମଏମଟି ପରିଦର୍ଶନ କଲେ ତେଲଙ୍ଗାନା ଗଣମାଧ୍ୟମ ପ୍ରତିନିଧି

February 3, 2026

କାର ସହ କେଜି ଗଂଜେଇ ଜବତ, ଜଣେ ଗିରଫ

February 3, 2026

ଫକୀର ମୋହନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ଯୋଗ ଦେଲେ ରାଷ୍ଟ୍ରପତି

February 3, 2026

“ଚାଷୀଙ୍କ ରକ୍ତକୁ ଶୋଷଣ କରିଛି ସରକାର”: ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଉପରେ ରାହୁଲ ଗାନ୍ଧୀଙ୍କ ପ୍ରଶ୍ନ 

February 3, 2026

ଜିଓ-ବ୍ଲାକରକ୍ ଇନଭେଷ୍ଟମେଣ୍ଟ ଆଡ଼ଭାଇଜର୍ସ ପକ୍ଷରୁ ‘ବ୍ୟକ୍ତିଗତ ନିବେଶ ପରାମର୍ଶ’ ଶୁଭାରମ୍ଭ

February 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.