ରାଜ୍ୟ କ୍ୟାବିନେଟ୍‌ ବୈଠକରେ 22ଟି ପ୍ରସ୍ତାବକୁ ମିଳିଲା ଅନୁମୋଦନ

Published: May 29, 2020, 3:15 pm IST

ଭୁବନେଶ୍ବର : ଆଜି ରାଜ୍ୟ କ୍ୟାବିନେଟ୍‌ ବୈଠକର ଗୁରୁତ୍ବପୂର୍ଣ୍ଣ ବୈଠକ ଶେଷ ହୋଇଛି । ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ରାଜ୍ୟ କ୍ୟାବିନେଟ୍‌ ବୈଠକରେ 22ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଥିବା ସୂଚନା ରହିଛି । ପ୍ରବାସୀଙ୍କୁ ଜୀବିକା ଯୋଗାଇବା ଲାଗି ସରକାର ଅନେକଗୁଡ଼ିଏ ନିଷ୍ପତ୍ତି ନେଇଛନ୍ତି ବୋଲି ସେ କହିଛନ୍ତି। ଏଥିଲାଗି 17ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ଓ 2020 ଜୁନରୁ 2021 ମାର୍ଚ୍ଚ ମଧ୍ୟରେ ଏହି ଅର୍ଥ ଖର୍ଚ୍ଚ ହେବ ଏହି ବୋଲି ସେ ଘୋଷଣା କରାଯାଇଛି । ସେହିପରି ରାଜ୍ୟରେ 2ଟି ଇଣ୍ଡଷ୍ଟ୍ରିଆଲ୍‌ ପାର୍କ ଅନୁଷ୍ଠିତ ହେବ  ବୋଲି ସୂଚନା ରହିଛି ।  ପର୍ଯ୍ୟଟନ ପ୍ରକଳ୍ପ ଲାଗି ଇଡକୋ ଜମି ଯୋଗାଇ ଦେବ । ହୋଟେଲ, ରେଷ୍ଟୁରାଣ୍ଟ ନିର୍ମାଣ ଲାଗି ଜମି ଯୋଗାଇ ଦେବ ଇଡକୋ ।

ଅଣ୍ଡର ଗ୍ରାଜୁଏଟ୍ କୋର୍ସକୁ ମିଳିବ ପ୍ରଫେସନାଲ କୋର୍ସର ମାନ୍ୟତା ଦିଆଯିବା ନେଇ ସୂଚନା ରହିଛି । ମାଳତୀ ଦେବୀ ପ୍ରାକ୍ ବିଦ୍ୟାଳୟ କାର୍ଯ୍ୟକ୍ରମରେ ପିଲାଙ୍କୁ ମିଳିବ ସହାୟତା । ଅଙ୍ଗନଓ୍ବାଡି ପିଲାଙ୍କୁ ପିଲାଙ୍କୁ ମାଗଣାରେ ଯୋଗାଇ ଦିଆଯିବ ଜୋତା ଏବଂ ସ୍ୱେଟର । ଆସ୍କା ସୁଗାର କୋଅପରେଟିଭ ସୋସାଇଟିକୁ 15 କୋଟି ଟଙ୍କାର ସହାୟତା ।  ଶକ୍ତି ବିଭାଗ ଅଧୀନକୁ ‘ଓରେଡା’ ଆସିବ ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି ।

ସୋସାଇଟି ଆକ୍ଟରେ ପରିବର୍ତ୍ତନ କରାଯାଇଛି ।  ପ୍ରତି 5 ବର୍ଷରେ ଥର ନବୀକରଣ କରିବାକୁ ପଡ଼ିବ । ସୋସାଇଟଇରେ ବିବାଦ ସମାଧାନ ପାଇଁ ନିଯୁକ୍ତ ହେବେ ସ୍ବତନ୍ତ୍ର କର୍ତ୍ତୃପକ୍ଷ । ସେହିପରି ଏଗ୍ରିକଲଚର ଆକ୍ଟ 1956ରେ ସଂଶୋଧନକୁ ଅନୁମୋଦନକରାଯାଇଛି । ଇ-ମାର୍କେଟ ଜରିଆରେ ଉତ୍ପାଦନକୁ ବିକି ପାରିବେ ଚାଷୀ।

କେନ୍ଦ୍ରୀୟ ଓ ନବୋଦୟ ବିଦ୍ୟାଳୟକୁ 1 ଟଙ୍କା ଭଡାରେ ଦିଆଯିବ ଜମି । ଗ୍ରାମାଞ୍ଚଳ ଲୋକଙ୍କ ଆର୍ଥିକ ବ୍ୟବସ୍ଥାର ଉନ୍ନତି ଲାଗି ପ୍ରସ୍ତାବ ଗୃହୀତ ମଧ୍ୟ କରାଯାଇଛି ।

ବାଲେଶ୍ୱର ଜିଲ୍ଲା ସଦର ତହସିଲରେ ହିଡିଗାଁରେ 3 ଏକର 50 ଡେସିମିଲ ଜାଗାରେ ଏନଡିଆରଏଫର ଗୋଟିଏ କଂପାନୀର ଏକ ହେଡକ୍ୱାଟର କରାଯିବା ନେଇ ଅନୁମତି ଦିଆଯାଇଛି । ପେଟ୍ରୋଲ୍‌ ଓ ଡିଜେଲ୍‌ ଉପରେ ଭାଟ୍‌ ବୃଦ୍ଧି ପ୍ରସ୍ତାବକୁ ଅନୁମୋଦନ ।

 

Related posts