କଂଗ୍ରେସର ଟିକେଟ ଟୁଇଷ୍ଟ୍‌ : ପରିବାରର ଏକାଧିକଙ୍କୁ ମିଳିବ ଟିକେଟ

Published: Mar 9, 2019, 2:50 pm IST

ନିର୍ବାଚନୀ ଟିକଟେକୁ ନେଇ କଂଗ୍ରେସ ପୁଣି ଥରେ ଟୁଇଷ୍ଟ୍‌ କରିଛି । ଏଥରର ପରିବାରବାଦକୁ ଅଗ୍ରାଧିକାର ଦିଆଯିବ ନାହିଁ ବୋଲି ରାଜ୍ୟ କଂଗ୍ରେସ ତରଫରୁ କୁହାଯାଇଥିଲା । ଗତକାଲି ପର୍ଯ୍ୟନ୍ତ ଗୋଟିଏ ପରିବାରର ଜଣକୁ ଟିକେଟ୍‌ ଦେବାକୁ କହୁଥିବା ରାଜ୍ୟ କଂଗ୍ରେସ ଆଜି କଥାରେ ୟୁ ଟର୍ଣ୍ଣ ନେଇଛି । ଆଜି କଂଗ୍ରେସ ରାଜ୍ୟ ସଭାପତି ନିରଞ୍ଜନ ପଟ୍ଟନାୟକ ପରିବାରର ଏକାଧିକ ଲୋକ ରାଜନୀତିରେ ସକ୍ରିୟ ଥିଲେ, ଟିକଟ ମିଳିବ ବୋଲି କହିଛନ୍ତି । ତେବେ ହଠାତ୍‌ ଆସି ଦଳରେ ମିଶିଲେ ଟିକେଟ ମିଳିବନି ସେ ସୂଚନା ଦେଇଛନ୍ତି । ପରିବାରବାଦକୁ ଗୁରୁତ୍ବ ଦେଉଥିବା କଂଗ୍ରେସ ପୁଣି ଥରେ ପରିବାରକୁ ଫେରିଯାଇଛି । କଂଗ୍ରେସର ଗୋଷ୍ଠୀ କନ୍ଦଳକୁ ପ୍ରତିହତ କରିବା ତଥା ସମସ୍ତଙ୍କୁ ସନ୍ତୁଷ୍ଟ କରିବା ପାଇଁ ନିର୍ବାଚନୀ ପୂର୍ବରୁ ନିଜ କଥାକୁ ଫେରାଇଛି ଓଡ଼ିଶା ରାଜ୍ୟ କଂଗ୍ରେସ । ତେବେ କଂଗ୍ରେସ ମୁଖ୍ୟଙ୍କ ପରିବାରରେ ମା’ ଓ ପୁଅ ଦୁହେଁ ରାଜନୀତିରେ ଛିଡ଼ା ହେବା ପରେ ବୋଧେ ଏହି ସମୀକରଣ ବଦଳିଛି ବୋଲି ଅନୁମାନ କରାଯାଉଛି ।

Related posts