Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଫେଲ୍‌ ମାମଲାରେ ସରକାରଙ୍କ ୟୁଟର୍ଣ୍ଣ ପରେ ବର୍ଷିଲେ ଚିଦାମ୍ବରମ୍‌ :   ଚୋର ଚୋରି ଫାଇଲ୍‌ ଫେରାଇ ଦେଇଛି
ଆଜିର ଖବର

ରାଫେଲ୍‌ ମାମଲାରେ ସରକାରଙ୍କ ୟୁଟର୍ଣ୍ଣ ପରେ ବର୍ଷିଲେ ଚିଦାମ୍ବରମ୍‌ :   ଚୋର ଚୋରି ଫାଇଲ୍‌ ଫେରାଇ ଦେଇଛି

March 9, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
chidambaram
"ମୁଁ ଜଣେ ମାନସିକ ନକ୍ସଲ ହୋଇଥିବାରୁ ଗର୍ବିତ": ପ୍ରଧାନମନ୍ତ୍ରୀଙ୍କ ବୟାନର ଜବାବ ଦେଲେ ଚିଦାମ୍ବରମ୍

ରାଫେଲ୍‌ ମାମଲାରେ ସରକାର ୟୁଟର୍ଣ୍ଣ ନେଇଛନ୍ତି  । ଗତ ବୁଧବାର ଦିନ ସୁପ୍ରିମ୍‌କୋର୍ଟରେ ରାଫେଲ୍‌ ସମ୍ପର୍କିତ ଯାଚିକା ପୁନଃବିଚାର ଉପରେ ସରକାର କୋର୍ଟରେ ରାଫେଲ୍‌ ସମ୍ପର୍କିତ ଦସ୍ତାବିଜ୍‌ ଚୋରି ହୋଇଯାଇଛି ଓ ଏହାର ତଦନ୍ତ ଚାଲିଛି ବୋଲି କହିଥିଲେ । ଚୋରିକୁ ନେଇ ସରକାରଙ୍କ ଦକ୍ଷତା ଉପରେ ମଧ୍ୟ ପ୍ରଶ୍ନ ଉଠାଇଥିଲେ ସୁପ୍ରିମ୍‌କୋର୍ଟ । ରାଫେଲ୍‌ ଦସ୍ତାବିଜ୍‌ ଚୋରି ହେବା ଅଭିଯୋଗ ପରେ ବିରୋଧୀଙ୍କ କଡ଼ା ସମାଲୋଚନା ପରେ  ଏହି ମାମଲାରେ ସରକାର ୟୁ ଟର୍ଣ୍ଣ ନେଇଛନ୍ତି । ରାଫେଲ୍‌ ସମ୍ପର୍କିତ ଦସ୍ତାବିଜ୍‌ ଚୋରି ହୋଇନି ବରଂ ଏହାର ଫଟୋକପି କରାଯାଇଛି ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛନ୍ତି । ଏହାପରେ ଆଟର୍ନି ଜେନେରାଲ କେ କେ ବେଣୁଗୋପାଳ କହିଛନ୍ତି, ପ୍ରତିରକ୍ଷା ମନ୍ତ୍ରାଳୟରୁ ରାଫେଲ ଡକ୍ୟୁମେଂଟ ଚୋରି ହୋଇନଥିବାର ସ୍ପଷ୍ଟ କରିଥିଲେ । ଅଭିଯୋଗକାରୀ ଏହାର ଫଟୋ କପି ବ୍ୟବହାର କରିଛନ୍ତି । ବେଣୁଗୋପଳ କହିଛନ୍ତି, ସୁପ୍ରିମକୋର୍ଟଙ୍କୁ ସେ ଜଣାଇଥିଲେ ଯେ ସରକାରଙ୍କ ଗୋପନୀୟ ଫାଇଲର ଫଟୋ କପି ପିଟିସନରେ ଦାଖଲ କରିଛନ୍ତି ଅଭିଯୋଗକାରୀ । ରାଫେଲ୍‌ ଡିଲ୍‌ ଚୋରି ହୋଇନାହିଁ ବରଂ ଯାଚିକା କର୍ତ୍ତା ଏଥିରେ ମୂଳ ଫାଇଲ୍‌ର ନକଲକୁ ଉପଯୋଗ ବୋଲି କହିଛନ୍ତି ବୋଲି କହିବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର୍‌ସୋର୍‌ରେ ଲାଗିଛି । ଏହି ପରିପ୍ରେକ୍ଷୀରେ କଂଗ୍ରେସ ନେତା ପି. ଚିଦାମ୍ବରମ୍‌ କହିଛନ୍ତି ଯେ, ଜଣାପଡୁଛି ଯେ, ଚୋର ଚୋରି ଫାଇଲ୍‌କୁ ଗୋଟିଏ ଦିନ ଭିତରେ ଫେରାଇ ଦେଇଛନ୍ତି ।  ସେ ଏନେଇ ଏକ ଟ୍ବିଟ୍‌ କରିଛନ୍ତି ଯେ, ବୁଧବାର ଦିନ ସରକାର ଦସ୍ତାବିଜ୍‌ ଚୋରି ହେବାର ଅଭିଯୋଗ କଲେ, ଶୁକ୍ରବାର ଦିନ ଏହାର ନକଲ ହୋଇଛି ବୋଲି କହିଲେ । ଲାଗୁଛି ଯେ ଗୁରୁବାର ଦିନ ଚୋର ଦସ୍ତାବିଜ୍‌ଟିକୁ ଫେରାଇ ଦେଇଛି ।  ଆହୁରି କଟାକ୍ଷ କରି କହିଛନ୍ତି ଯେ, ମୁଁ ସରକାରଙ୍କ ବୁଦ୍ଧିକୁ ସାଲ୍ୟୁଟ୍‌ କରୁଛି ।

Share. Facebook Twitter LinkedIn Email WhatsApp Copy Link

Related Posts

​ଜମ୍ମୁ-କଶ୍ମୀରରେ ଗଞ୍ଜାମ ପର୍ଯ୍ୟଟକଙ୍କ ମୃତ୍ୟୁ: ମୃତଦେହ ଫେରାଇ ଆଣିବା ପାଇଁ ବ୍ରହ୍ମପୁର ସାଂସଦଙ୍କ ପ୍ରୟାସ

September 2, 2026

“ଧନ୍ୟବାଦ, ଭାରତ”: ବନ୍ୟା ସହାୟତା ପାଇଁ ସଂସଦରେ କହିଲେ ନେପାଳ ପ୍ରଧାନମନ୍ତ୍ରୀ

September 2, 2026

ସୁପ୍ରିମକୋର୍ଟରେ ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ସେପ୍ଟେମ୍ବର ୭କୁ ଘୁଞ୍ଚିଲା ଶୁଣାଣି

September 2, 2026

୭ ଦିନ ପରେ ନେପାଳ ବନ୍ୟା ସ୍ଥିତି: ୧୧୨୭ ମୃତ, ୪୮୫୮ ନିଖୋଜ

September 2, 2026
Latest News

​ଜମ୍ମୁ-କଶ୍ମୀରରେ ଗଞ୍ଜାମ ପର୍ଯ୍ୟଟକଙ୍କ ମୃତ୍ୟୁ: ମୃତଦେହ ଫେରାଇ ଆଣିବା ପାଇଁ ବ୍ରହ୍ମପୁର ସାଂସଦଙ୍କ ପ୍ରୟାସ

September 2, 2026

“ଧନ୍ୟବାଦ, ଭାରତ”: ବନ୍ୟା ସହାୟତା ପାଇଁ ସଂସଦରେ କହିଲେ ନେପାଳ ପ୍ରଧାନମନ୍ତ୍ରୀ

September 2, 2026

ସୁପ୍ରିମକୋର୍ଟରେ ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ସେପ୍ଟେମ୍ବର ୭କୁ ଘୁଞ୍ଚିଲା ଶୁଣାଣି

September 2, 2026

୭ ଦିନ ପରେ ନେପାଳ ବନ୍ୟା ସ୍ଥିତି: ୧୧୨୭ ମୃତ, ୪୮୫୮ ନିଖୋଜ

September 2, 2026

​ଗଞ୍ଜାମ ଜିଲ୍ଲାର ୧୨ଟି ଉଚ୍ଚ ବିଦ୍ୟାଳୟକୁ +୨ ବିଦ୍ୟାଳୟର ମାନ୍ୟତା: ସାଧୁବାଦ ଜଣାଇଲେ ସାଂସଦ

September 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.