ଗତ 24 ଘଣ୍ଟା ମଧ୍ୟରେ ଦେଶରେ 8392 ନୂତନ କରୋନା ରୋଗୀ ଚିହ୍ନଟ, 230 ଜଣଙ୍କ ମୃତ୍ୟୁ

Published: Jun 1, 2020, 10:14 am IST

ନୂଆଦିଲ୍ଲୀ : ଆଜିଠାରୁ ଦେଶରେ ଲକଡାଉନ୍ 5.0ର ଆରମ୍ଭ ହୋଇଛି । ଏହା ସହିତ ଆଜିଠାରୁ ଦେଶରେ ଅନଲକ୍- 1.0 ମଧ୍ୟ ଆରମ୍ଭ ହୋଇଛି । କରୋନା ମୁକାବିଲା ପାଇଁ ଦେଶରେ ଚାରୋଟି ପର୍ଯ୍ୟାୟ ଲକଡାଉନ୍ ପରେ ଆଜିଠାରୁ ଦେଶରେ ଅନଲକ୍ ନିୟମ ଲାଗୁ ହୋଇଛି ।

ଏସବୁ ମଧ୍ୟରେ ଦେଶରେ କରୋନା ବିପର୍ଯ୍ୟୟ ଜାରି ରହିଛି । ଦେଶରେ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା 1.90 ଲକ୍ଷ ଅତିକ୍ରମ କରିଥିବାବେଳେ ମୃତ୍ୟୁ ସଂଖ୍ୟା 5,394ରେ ପହଞ୍ଚିଛି।  ବର୍ତ୍ତମାନ ସୁଦ୍ଧା ଦେଶରେ  1 ଲକ୍ଷ 90 ହଜାର 535 ଲୋକ କରୋନା ଦ୍ୱାରା ସଂକ୍ରମିତ ହୋଇଥିବାବେଳେ 5,394 ଜଣଙ୍କର ମୃତ୍ୟୁ ହୋଇଛି। ତେବେ  ଦେଶର 91,819 ଲୋକ ସୁସ୍ଥ ହୋଇ ନିଜ ଘରକୁ ଫେରିଛନ୍ତି। ବର୍ତ୍ତମାନ ଦେଶରେ 92,322 ସକ୍ରିୟ ମାମଲା ରହିଛି।

ଗତ 24 ଘଣ୍ଟା ମଧ୍ୟରେ ଦେଶରେ ରେକର୍ଡ 8,392 ନୂତନ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ 230 ଜଣଙ୍କର ମୃତ୍ୟୁ ଘଟିଛି। ସ୍ବାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ ଅନୁସାରେ ମହାରାଷ୍ଟ୍ରରେ ସର୍ବାଧିକ 2286ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଗୁଜୁରାଟରେ 1038, ଦିଲ୍ଲୀରେ 473, ତାମିଲନାଡୁରେ 173, ତେଲେଙ୍ଗାନାରେ 82, ଆନ୍ଧ୍ରପ୍ରଦେଶରେ 62, କର୍ଣ୍ଣାଟକରେ 51, ଉତ୍ତରପ୍ରଦେଶରେ 213, ପଞ୍ଜାବରେ 45, ପଶ୍ଚିମବଙ୍ଗରେ 317, ରାଜସ୍ଥାନରେ 194, ଜମ୍ମୁକାଶ୍ମୀରରେ 28, ହରିୟାଣାରେ 20, କେରଳରେ 9, ଝାଡଖଣ୍ଡରେ 5, ବିହାରେ 21, ଓଡ଼ିଶାରେ 7, ଆସାମରେ 4, ହିମାଚଳ ପ୍ରଦେଶରେ 5,ମେଘାଳୟରେ ଜଣକର ମୃତ୍ୟୁ ଘଟିଛି । (ଏଜେନ୍ସି)

Related posts