କେ.ନୂଆପଲ୍ଲୀରେ ମଦ ବିରୋଧରେ ତାତିଲେ ମହିଳା

Published: Jun 1, 2020, 12:25 pm IST

ପିଣ୍ଟୁ ବିଷୋୟୀ

ବେଗୁନିଆପଡା : ମଦ ବିରୋଧରେ ତେଜିଲେ ସ୍ୱୟଂ ସହାୟକ ଗୋଷ୍ଠୀ। ବେଗୁନିଆପଡା ବ୍ଲକ ଅନ୍ତର୍ଗତ ବଡ଼ଖଇରଖମା ପଞ୍ଚାୟତର କେ.ନୂଆପଲ୍ଲୀ ଗ୍ରାମରେ ମହିଳା ମାନେ ବେଆଇନ ମଦକୁ ବିରୋଧ କରି ଏକାଠି ହୋଇଛନ୍ତି ମହିଳା। 13ଟି ସ୍ୱୟଂ ସହାୟକ ଗୋଷ୍ଠୀର 130ରୁ ଉର୍ଦ୍ଧ ମହିଳା ଗ୍ରାମରେ ମଦ, ଗଂଜେଇ ବିରୋଧରେ ସଚେତନତା କରିବା ସହ ଚୋରା ମଦ କାରବାର ଉପରେ ପ୍ରତିବନ୍ଧକ ଲଗେଇବା ପାଇଁ ଗାଁରେ ସଚେତନତା ରାଲି କରିଛନ୍ତି ।

ସୂଚନା ଅନୁଯାୟୀ ଗ୍ରାମର ରାସ୍ତା କଡରେ ବେଆଇନ ମଦ କାରବାର ଚାଲିଥିବା ବେଳେ ମହିଳା ମାନେ ସେଠାରେ ପହଞ୍ଚି ମଦ ଜବତ କରିଛନ୍ତି । ଏଥି ସହ ଆଗାମୀ ଦିନରେ ଗ୍ରାମକୁ ମଦ ମୁକ୍ତ କରିବା ପାଇଁ ସମସ୍ତେ ଏକାଠି ହବାକୁ ଆହ୍ୱାନ କରିଛନ୍ତି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନ । ମହିଳା ମାନଙ୍କ ଏହି ଉଦ୍ୟମକୁ ଗ୍ରାମରେ ପ୍ରଶଂସା କରାଯାଇଛି ।

Related posts