
ଛତିଶଗଡ : ପଡୋଶୀ ଛତିଶଗଡ ରାଜ୍ୟରେ ପ୍ରବେଶ କଲେ ପଙ୍ଗପାଳ ପଲ। ଛତିଶଗଡ କୋରିଆ ଜିଲ୍ଲାର ଭରତପରୁ ଜଙ୍ଗଲରେ ପଙ୍ଗପାଳ ପହଞ୍ଚିଥିବାର ସୂଚନା ରହିଛି। ମଧ୍ୟପ୍ରଦେଶରୁ ଆସି କୋରିଆଁ ଜିଲ୍ଲାରେ ପହଞ୍ଚିଛନ୍ତି ପଙ୍ଗପାଳ। ଜଙ୍ଗଲରେ ପହଞ୍ଚିଥିବାରୁ ସ୍ଥାନୀୟ ଗାଁ ଲୋକଙ୍କ ମଧ୍ୟରେ ଛନ୍କା ପଶିଛି। ପଙ୍ଗପାଳ ଦଳକୁ ଘଉଡାଇବା ପାଇଁ ଗାଁ ଲୋକ ମାନେ ମିଳିତ ଉଦ୍ୟମ ଆରମ୍ଭ କରିଛନ୍ତି। ବାଣଫୁଟାଇ, ଟିଣ ବାଡେଇ ପଙ୍ଗପାଳଙ୍କୁ ଘଉଡାଉଥିବା ସୂଚନା ରହିଛି। ଅଗ୍ନିଶମ କର୍ମଚାରୀମାନେ ମଧ୍ୟ କୀଟନାଶକ ସ୍ପ୍ରେ କରୁଥିବାର ସୂଚନା ରହିଛି। ଛତିଶଗଡକୁ ଆସିଥିବା ପଙ୍ଗପାଳ ଦଳ ପ୍ରାୟ ତିନି କିମି ପର୍ଯ୍ୟନ୍ତ ଲମ୍ବିଛି । ଏହି ତିନି କିମି ଲମ୍ବିଥିବା ଦଳରେ କୋଟି କୋଟି ସଂଖ୍ୟାରେ ପଙ୍ଗପାଳ ଅଛନ୍ତି ବୋଲି ସୂଚନା ରହିଛି। ସେହିପରି ଛତିଶଗଡରେ ପଙ୍ଗପାଳ ଆସିବା ପରେ ଓଡ଼ିଶାକୁ ମଧ୍ୟ ପଙ୍ଗପାଳ ଭୟ ବଢିଛି। ଚାଷୀଙ୍କ ପାଇଁ ରାଜ୍ୟ କୃଷି ବିଭାଗ ଗାଇଡଲାଇନ୍ସ ଜାରି କରିଛି ।