Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବଜ୍ରପାତରେ ନେଲା ୩ ଜୀବନ, ଜଣେ ଗୁରୁତର
ଆଜିର ଖବର

ବଜ୍ରପାତରେ ନେଲା ୩ ଜୀବନ, ଜଣେ ଗୁରୁତର

June 1, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗଂଜାମ ଜିଲ୍ଲାରେ ଆଜି ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟି ୩ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ଆହତ ହୋଇଛି । ଚିକିଟି ବ୍ଲକ୍ ଅନ୍ତର୍ଗତ ପାରସମ୍ବା ଶିବମନ୍ଦିର ନିକଟରେ ବଜ୍ରପାତରେ ନନ୍ଦିନୀ ବେହେରା (୧୮)ଙ୍କ ମୃତ୍ୟୁ ହୋଇଯାଇଛି । ତାଙ୍କ ଘର ଚିକିଟି ଗଡ଼ କୁମ୍ଭାର ସାହିରେ ହୋଇଥିବାବେଳେ ସେ ଅଜାଘର ପାରସମ୍ବା ଯାଇଥିଲେ । ବଜ୍ରପାତ ହେବାରୁ ତାଙ୍କୁ ଗୁରୁତର ଅବସ୍ଥାରେ ଚିକିଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲେ ମଧ୍ୟ ଡ଼ାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଡ଼ାକ୍ତରଖାନାରେ ପୋଲିସ୍ ଓ ପ୍ରଶାସନ ପହଞ୍ଚି ଅନୁକମ୍ପା ସହାୟତା ଯୋଗାଇ ଦେବାକୁ ସରକାରଙ୍କୁ ଦାବି କରିଛନ୍ତି ।

ସେହିପରି ବୁଗୁଡ଼ା ବ୍ଲକ୍ ତାକରଡ଼ା ଗ୍ରାମରେ ମଧ୍ୟ ବଜ୍ରପାତ ଘଟି ଦୁଇଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ଘଟଣାରୁ ପ୍ରକାଶ ଯେ ତାକରଡ଼ା ଗ୍ରାମର ନୀଳାଞ୍ଚଳ ଆଲଟିଆ, ସନ୍ତୋଷ ଗୌଡ଼ ଓ ବଳରାମ ଗୌଡ଼ କାମକରିବାକୁ ଯାଇଥିଲେ । ଅପରାହ୍ନରେ ବର୍ଷା ହେବା ଯୋଗୁଁ ଡ଼େଙ୍ଗାବାଡ଼ି ଗ୍ରାମର ଏକ ଦୋକାନ ବାରଣ୍ଡାରେ ବସିଥିବାବେଳେ ବଜ୍ରପାତ ଘଟିଥିଲା । ତିନିଜଣଙ୍କୁ ବୁଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିବାବେଳେ ଡାକ୍ତର ନିଳାଞ୍ଚଳ ଆଲଟିଆ (୩୦) ଓ ସନ୍ତୋଷ ଗୌଡ଼ଙ୍କୁ ମୃତ ଘୋଷଣା କରିଥିଲେ । ବଳରାମ ଗୌଡ଼ଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଆମ୍ବୁଲାନସ ଯୋଗେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି । ସେହିପରି ବୁଗୁଡ଼ା ବ୍ଲକ୍ ବୁରୁଝୋଳା ଗ୍ରାମର ସୀମାଞ୍ଚଳ ପ୍ରଧାନ (୬୭)ଙ୍କ ମଧ୍ୟ ବଜ୍ରଘାତ ଯୋଗୁଁ ମୃତ୍ୟୁ ଘଟିଥିବା ଜଣାପଡ଼ିଛି ।

death thunder
Share. Facebook Twitter LinkedIn Email WhatsApp Copy Link

Related Posts

ହୁଥି ବିଦ୍ରୋହୀଙ୍କ ଆକ୍ରମଣ: ଲାଲ ସାଗରରେ ବୁଡ଼ିଗଲା ଭାରତୀୟ ଜାହାଜ 

August 4, 2026

କ୍ରାଇମବ୍ରାଞ୍ଚରେ ଆତ୍ମସମର୍ପଣ କଲେ ଶରଣକୁଳ ଥାନାର ନିଲମ୍ବିତ ଇନ୍ସପେକ୍ଟର

August 4, 2026

ଜନ୍ମ–ମୃତ୍ୟୁ ପଞ୍ଜୀକରଣର ନିୟମ ବଦଳିଲା : ସଂଶୋଧନ ବିଲ୍‌କୁ ରାଜ୍ୟସଭାର ମଞ୍ଜୁରୀ

August 4, 2026

ରାଷ୍ଟ୍ରପତିଙ୍କୁ ଓଡ଼ିଶାର ହସ୍ତତନ୍ତ ଓ ହସ୍ତଶିଳ୍ପର କଳାକୃତି ଉପହାର ପ୍ରଦାନ କଲେ ରାଜ୍ୟପାଳ

August 4, 2026
Latest News

ହୁଥି ବିଦ୍ରୋହୀଙ୍କ ଆକ୍ରମଣ: ଲାଲ ସାଗରରେ ବୁଡ଼ିଗଲା ଭାରତୀୟ ଜାହାଜ 

August 4, 2026

କ୍ରାଇମବ୍ରାଞ୍ଚରେ ଆତ୍ମସମର୍ପଣ କଲେ ଶରଣକୁଳ ଥାନାର ନିଲମ୍ବିତ ଇନ୍ସପେକ୍ଟର

August 4, 2026

ଜନ୍ମ–ମୃତ୍ୟୁ ପଞ୍ଜୀକରଣର ନିୟମ ବଦଳିଲା : ସଂଶୋଧନ ବିଲ୍‌କୁ ରାଜ୍ୟସଭାର ମଞ୍ଜୁରୀ

August 4, 2026

ରାଷ୍ଟ୍ରପତିଙ୍କୁ ଓଡ଼ିଶାର ହସ୍ତତନ୍ତ ଓ ହସ୍ତଶିଳ୍ପର କଳାକୃତି ଉପହାର ପ୍ରଦାନ କଲେ ରାଜ୍ୟପାଳ

August 4, 2026

BYD EV ଉପରେ ବଡ଼ ଅଫର ଉପଲବ୍ଧ: କମ ହେଲା EMI

August 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.