Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅଜଣା ରୋଗରେ ଆକ୍ରାନ୍ତ ସୁକୁରାମଙ୍କ ପରିବାର, ଅର୍ଥ ଅଭାବରୁ ହୋଇପାରୁନି ଚିକିତ୍ସା
ଆଜିର ଖବର

ଅଜଣା ରୋଗରେ ଆକ୍ରାନ୍ତ ସୁକୁରାମଙ୍କ ପରିବାର, ଅର୍ଥ ଅଭାବରୁ ହୋଇପାରୁନି ଚିକିତ୍ସା

June 2, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

କନ୍ଦର୍ପ ବେହେରା
ରେଢାଖୋଲ-ସରକାର ଗରିବ ପରିବାର ପାଇଁ ବିଭିନ୍ନ ପ୍ରକାର ଯୋଜନା କାର୍ଯ୍ୟକାରୀ କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ସରକାରଙ୍କ ଏହି ଜନ ହିତକର ଯୋଜନା ଠିକ୍ ଭାବରେ ଲୋକମାନଙ୍କ ପାଖରେ ପହଂଚି ପାରୁ ନାହିଁ । ଯୋଜନା ନାଁ ରେ କୋଟି କୋଟି ଟଙ୍କା ବାଟମାରଣା ହେଉଛି । ନାକଟିଦେଉଳ ବ୍ଲକରେ ଏଭଳି ଏକ ପରିବାର ରହିଛି ଯାହାକି ସଂପୂର୍ଣ ପରିବାରକୁ ଅଜଣା ରୋଗ ଆକ୍ରାନ୍ତ କରିଛି ।
ସେମିତି ଏକ ପରିବାର ହେଲା ସମ୍ବଲପୁର ଜିଲ୍ଲା ରେଢାଖୋଲ ଉପଖଣ୍ଡ ନାକଟିଦେଉଳ ବ୍ଲକ୍ ଡଇଁଚା ଗ୍ରାମରେ ଥିବା ଏକ ପରିବାର । ଘରର ମୁଖିଆ ହେଲେ ସୁକୁରାମ ସାହୁ(୬୫) । ସେ ଏବେ ଏକ ଅଜଣା ରୋଗରେ ଆକ୍ରାନ୍ତ ହୋଇ ଖଟରେ ଶୋଇ ରହିଛନ୍ତି । ପରିବାର କହିଲେ ୪ପ୍ରାଣୀ କୁଟୁମ୍ବ । ଆଗରୁ ୩ ଝିଅକୁ ବାହାଘର କରି ସାରିଲେଣି । ଏବେ ତାଙ୍କ ପତ୍ନୀ ବୁଧୁମାନୀ ସାହୁ (୬୦) , ଝିଅ ଲକ୍ଷ୍ମୀ ,(୨୮) ସାନଝିଅ ଆଶାବତୀ(୨୫)ସୁକୁରାମ,ବୁଧୁମାନୀ ଓ ଲକ୍ଷ୍ମୀ ଙ୍କୁ ଅଜଣା ରୋଗ ଆକ୍ରାନ୍ତ କରିଛି ଯା ଫଳରେ ଅଂଟା ନଇଁ ନଇଁ ଚାଲିବାକୁ ବାଧ୍ୟ ହେଉଛନ୍ତି ।

ସୁକୁରାମ ଆଉ ଆଗ ପରି ସେତେଟା ଚାଲି ପାରୁ ନ ଥିବା ବେଳେ ଝିଅ ଲକ୍ଷ୍ମୀ ବହୁ କଷ୍ଟରେ ଅଂଟା ନଇଁ ନଇଁ ଚାଲୁଛନ୍ତି । ସାନ ଝିଅ ମୁଣ୍ଡ ଟିକେ ସେତେ କାମ କରୁ ନ ଥିବା ମାଆ ବୁଧୁମାନୀ ଆମ ପ୍ରତିନିଧିଙ୍କ ଠାରେ ପ୍ରକାଶ କରିଛନ୍ତି । ମାଆ ବୁଧୁମାନୀ ଝାଡୁ ତିଆରି କରି ଯାହା ପଇସା ହେଲା ବହୁ କଷ୍ଟରେ ଚଳିଯାଉଛି । ଏଭଳି ଏକ ପରିବାର ଏକ ଅଜଣା ରୋଗରେ ଆକ୍ରାନ୍ତ ହୋଇ ନାହିଁ ନ ଥିବା ଦୁଃଖରେ ଘାଂଟି ହେଉଥିବା ବେଳେ ପ୍ରଶାସନର ନିଘା ନାହିଁ । ପଇସା ପତ୍ର ନ ଥିବାରୁ ସେମାନେ ବାହାର ଡାକ୍ତରଖାନାକୁ ଯାଇ ଚିକିତ୍ସା ହେବାରୁ ବଂଚିତ ହେଉଛନ୍ତି । ଆଜ୍ଞା ଆମ ପାଖକୁ କେହି ବି ଆସୁ ନାହାନ୍ତି କି ଆମ କଥା ସରକାରଙ୍କ କାନକୁ ବାଜୁନି ବୋଲି କହିଛନ୍ତି ସୁକୁରାମ। ଆପଣ ଆମ କଥାକୁ ସରକାରଙ୍କ ଠାରେ ପହଂଚାଇଲେ ଆମେ ଭଲ ହୁଅନ୍ତୁ ବୋଲି କୋହଭରା କଣ୍ଠରେ ପ୍ରତିନିଧିଙ୍କୁ କହିଛନ୍ତି  ତିନି ଜଣଙ୍କୁ ଭତ୍ତା ମିଳୁଥିଲେ ମଧ୍ୟ ଔଷଧକୁ ଅଣ୍ଟୁନି । ଚାଉଳ ୨୦ କେଜି ମାସ ଯାକ ଅଂଟୁନାହିଁ ବୋଲି ସୁକୁରାମ ଆମ ପ୍ରତିନିଧିଙ୍କ ଠାରେ ପ୍ରକାଶ କରିଛନ୍ତି ।

ସରକାର ଏଭଳି ଅଜଣା ରୋଗରେ ଆକ୍ରାନ୍ତ ଥିବା ପରିବାର ପ୍ରତି ଯଥେଷ୍ଟ ଧ୍ୟାନ ଦେବାର ଅବଶ୍ୟକତା ରହିଛି । ନ ହେଲେ ଅଜଣା ରୋଗରେ ଆକ୍ରାନ୍ତ ଥିବା ପରିବାରଟି ସଂପୂର୍ଣ୍ଣ ଧ୍ୱଂସ ପାଇଯିବ । ଏଥିପ୍ରତି ଜିଲ୍ଲାପାଳ ଦୃଷ୍ଟିଦେବାକୁ ଦାବୀ ହେଉଛି । ଏସଂପର୍କରେ ନାକଟିଦେଉଳ ବିଡିଓ ବିଶ୍ୱନାଥ ସାହୁ ଙ୍କୁ ଫୋନରେ ଯୋଗାଯୋଗ କରିଥିଲେ ମଧ୍ୟ ଯୋଗାଯୋଗ ସଂଭବ ହୋଇପାରି ନଥିଲା ।

Share. Facebook Twitter LinkedIn Email WhatsApp Copy Link

Related Posts

ଟି-୨୦ ବିଶ୍ୱକପ୍ ଜିତିବା ପରେ ଟିମ୍ ଇଣ୍ଡିଆର ବ୍ୟସ୍ତବହୁଳ କାର୍ଯ୍ୟସୂଚୀ: ଜାଣନ୍ତୁ କେଉଁଠି ଆଉ କେବେ?

March 13, 2026

ଟ୍ରମ୍ପଙ୍କ ପାଇଁ ବଡ଼ ଝଟକା!: ଇରାକରେ ଆମେରିକୀୟ KC-135 ବିମାନ ଦୁର୍ଘଟଣାଗ୍ରସ୍ତ

March 13, 2026

ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରଠାରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜାରି

March 13, 2026

ଓଡ଼ିଶା ଆସିଲା କତାରରେ ମୃତ୍ୟୁବରଣ କରିଥିବା ଓଡ଼ିଆ ଶ୍ରମିକଙ୍କ ମୃତ ଶରୀର

March 13, 2026
Latest News

ଦେଶରେ କେତେ ଗ୍ୟାସ ସିଲିଣ୍ଡର ମହଜୁଦ ଅଛି?: LPG ସଙ୍କଟ ମଧ୍ୟରେ ଜାଣନ୍ତୁ ସଂଖ୍ୟା 

March 13, 2026

ଇରାନକୁ ଖୋଲାଖୋଲି ସମର୍ଥନ କଲେ ରୁଷ ଏବଂ ଚୀନ୍!: ଜାତିସଂଘରେ ହେଲା କଡ଼ା ବିତର୍କ

March 13, 2026

ଟି-୨୦ ବିଶ୍ୱକପ୍ ଜିତିବା ପରେ ଟିମ୍ ଇଣ୍ଡିଆର ବ୍ୟସ୍ତବହୁଳ କାର୍ଯ୍ୟସୂଚୀ: ଜାଣନ୍ତୁ କେଉଁଠି ଆଉ କେବେ?

March 13, 2026

ଟ୍ରମ୍ପଙ୍କ ପାଇଁ ବଡ଼ ଝଟକା!: ଇରାକରେ ଆମେରିକୀୟ KC-135 ବିମାନ ଦୁର୍ଘଟଣାଗ୍ରସ୍ତ

March 13, 2026

ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରଠାରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜାରି

March 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.