Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦେଶର ସର୍ବାଧିକ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ଏକ ନମ୍ବର ସ୍ଥାନ ଅଧିକାର କଲେ ନବୀନ ପଟ୍ଟନାୟକ
ଆଜିର ଖବର

ଦେଶର ସର୍ବାଧିକ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ଏକ ନମ୍ବର ସ୍ଥାନ ଅଧିକାର କଲେ ନବୀନ ପଟ୍ଟନାୟକ

June 2, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : ଦୀର୍ଘ କୋଡିଏ ବର୍ଷ ଧରି ଓଡ଼ିଶାର ମଙ୍ଗ ଧରିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣିଥରେ ଲୋକପ୍ରିୟତାରେ ଦେଶର ଏକ ନମ୍ବର ମୁଖ୍ୟମନ୍ତ୍ରୀ ଭାବେ ଉଭା ହୋଇଛନ୍ତି । ସି ଭୋଟର୍‌ ଦ୍ବାରା ପ୍ରସ୍ତୁତ ଷ୍ଟେଟ୍ ଅଫ୍ ନେସନ୍: ମେ’ 2020 ନାମରେ କରାଯାଇଥିବା ଏହି ସର୍ଭେରେ ଦେଶର ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ସର୍ବାଧିକ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ନବୀନଙ୍କୁ 82.96 ପ୍ରତିଶତ ପସନ୍ଦ କରନ୍ତି ବୋଲି ସର୍ଭେରୁ ଜଣାପଡିଛି । ନବୀନଙ୍କ ପଛକୁ ଅଛନ୍ତି ଛତିଶଗଡ ଓ କେରଳ ମୁଖ୍ୟମନ୍ତ୍ରୀ । ଛତିଶଗଡର ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଦ୍ବିତୀୟ ସର୍ବାଧିକ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ରହିଛନ୍ତି । ଭୂପେଶ ବଘେଲଙ୍କୁ 81.06 ପ୍ରତିଶତ ଲୋକ ପସନ୍ଦ କରନ୍ତି ବୋଲି ସର୍ଭେର ଜଣାପଡିଛି । କେରଳ ମୁଖ୍ୟମନ୍ତ୍ରୀ ପି. ବିଜୟନ ତୃତୀୟ ସ୍ଥାନରେ ରହିଥିବାବେଳେ ତାଙ୍କୁ 80.28 ପ୍ରତିଶତ ଲୋକ ପସନ୍ଦ କରନ୍ତି ବୋଲି ସୂଚନା ରହିଛି । ସେହିପରି ସବୁଠାରୁ କମ୍‌ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ହରିୟାଣାର ମନୋହର ଲାଲ୍‌ ଖଟ୍ଟର, ଉତ୍ତରାଖଣ୍ଡର ଟିଏସ୍‌ ରାଓ୍ବତ ଓ ପଞ୍ଜାବର ଅମରିନ୍ଦର ସିଂହ, ପଶ୍ଚିମବଙ୍ଗର ମମତା ବାନାର୍ଜୀ ରହିଛନ୍ତି ।

ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତାକୁ 65.69 ପ୍ରତିଶତ ଜନସମର୍ଥନ ମିଳିଛି । ଓଡ଼ିଶା ମୋଦିଙ୍କୁ 95 ପ୍ରତିଶତ ରେଟିଂ ଦେଇଥିବା ବେଳେ ହିମାଚଳ ପ୍ରଦେଶ 93.95 ଓ ଛତିଶଗଡର 92.73 ପ୍ରତିଶତ ମୋଦିଙ୍କୁ ସମର୍ଥନ କରିଛନ୍ତି । (ଏଜେନ୍ସି)

ନବୀନ ପଟ୍ଟନାୟକ
Share. Facebook Twitter LinkedIn Email WhatsApp Copy Link

Related Posts

ପଶ୍ଚିମ ଏସିଆର ସାମ୍ପ୍ରତିକ ବିକାଶ ଉପରେ ଆନ୍ତଃ-ମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

March 26, 2026

ପ୍ରିଜିମ୍‍-ଏସଜି ପୋର୍ଟାଲର ଶୁଭାରମ୍ଭ

March 26, 2026

ଇମିଗ୍ରେସନ, ଭିସା, ବିଦେଶୀ ପଞ୍ଜୀକରଣ ଏବଂ ଟ୍ରାକିଂ ଯୋଜନା ଜାରି ରଖିବାକୁ କ୍ୟାବିନେଟ ମଞ୍ଜୁରି

March 26, 2026

ଆଜି ମାର୍ଚ୍ଚ ୨୬ ତାରିଖ ଗୁରୁବାରରେ ଏହି ପାଞ୍ଚୋଟି ରାଶିର ବ୍ୟକ୍ତିମାନେ କଥାବାର୍ତ୍ତାରେ ସାବଧାନ ରୁହନ୍ତୁ

March 26, 2026
Latest News

ପଶ୍ଚିମ ଏସିଆର ସାମ୍ପ୍ରତିକ ବିକାଶ ଉପରେ ଆନ୍ତଃ-ମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

March 26, 2026

ପ୍ରିଜିମ୍‍-ଏସଜି ପୋର୍ଟାଲର ଶୁଭାରମ୍ଭ

March 26, 2026

ଇମିଗ୍ରେସନ, ଭିସା, ବିଦେଶୀ ପଞ୍ଜୀକରଣ ଏବଂ ଟ୍ରାକିଂ ଯୋଜନା ଜାରି ରଖିବାକୁ କ୍ୟାବିନେଟ ମଞ୍ଜୁରି

March 26, 2026

ଆଜି ମାର୍ଚ୍ଚ ୨୬ ତାରିଖ ଗୁରୁବାରରେ ଏହି ପାଞ୍ଚୋଟି ରାଶିର ବ୍ୟକ୍ତିମାନେ କଥାବାର୍ତ୍ତାରେ ସାବଧାନ ରୁହନ୍ତୁ

March 26, 2026

“ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ: ଏଇ ରବିବାର ୬:୩୦ରୁ ସେଲିବ୍ରେଟି ୱିଥ୍ ଲିଟିଲ ମାଷ୍ଟର୍ ଗ୍ରାଣ୍ଡ ଫିନାଲେ” 

March 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.