ଆମ୍ଫାନ କ୍ଷୟକ୍ଷତି ଆକଳନ ପାଇଁ ଓଡିଶାରେ ପହଞ୍ଚିଲେ କେନ୍ଦ୍ରୀୟ ଦଳ

Published: Jun 3, 2020, 7:39 pm IST

ଭୁବନେଶ୍ବର: ଆମ୍ଫାନ କ୍ଷୟକ୍ଷତି ଆକଳନ ପାଇଁ ଓଡିଶାରେ ପହଞ୍ଚିଲେ ପାଞ୍ଚ ଜଣିଆ କେନ୍ଦ୍ରୀୟ ଦଳ। ପୂର୍ବରୁ ୨ ଜଣ ଅଧିକାରୀ ଆସିଥିବାବେଳେ ଆଜି ଆଉ ପାଞ୍ଚ ଜଣିଆ କେନ୍ଦ୍ରୀୟ ଦଳ ଭୁବନେଶ୍ବରରେ ପହଞ୍ଚିଛନ୍ତି। ଆସନ୍ତାକାଲି ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ନେଇ ସୂଚନା ରହିଛି। ଜଗତସିଂହପୁର, ବାଲେଶ୍ଵର, କେନ୍ଦ୍ରାପଡା, ଭଦ୍ରକ ଜିଲ୍ଲା ଗସ୍ତ କରିବେ ଏହି କେନ୍ଦ୍ରୀୟ ଦଳ। ଏହି କେନ୍ଦ୍ରୀୟ ଦଳ ଦୁଇ ଭାଗ ହୋଇ ଉପରୋକ୍ତ ଚାରୋଟି ଜିଲ୍ଲା ପରିଦର୍ଶନ କରିବା ନେଇ ଖବର ମିଳୁଛି। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଆକାଶ ମାର୍ଗରୁ ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଥିଲେ। ପ୍ରଧାନମନ୍ତ୍ରୀ ଓଡିଶାରେ ଆମ୍ଫାନ କ୍ଷୟକ୍ଷତି ପାଇଁ  ୫୦୦ କୋଟି ଟଙ୍କାର ସହାୟତା ରାଶି ଘୋଷଣା କରିଥିଲେ।

Related posts