ଦେଶରେ କରୋନା ମୃତ୍ୟୁ ଛଅ ହଜାର ଟପିଲା, ଗତ 24 ଘଣ୍ଟାରେ ଗଲାଣି 260 ଜୀବନ

Published: Jun 4, 2020, 9:41 am IST

ନୂଆଦିଲ୍ଲୀ: ମହାମାରୀ କରୋନା ସାରା ବିଶ୍ବକୁ କବଳିତ କରିଛି । ଭାରତରେ ମଧ୍ୟ କାୟା ବିସ୍ତାର କରିଛି କରୋନା। ଦେଶରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। 24 ଘଣ୍ଟାରେ ପୁଣି 9 ହଜାରରୁ ଅଧିକ ମାମଲା ସାମନାକୁ ଆସିଛି । ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ 2ଲକ୍ଷ 16 ହଜାର ଟପିଥିବା ବେଳେ ମୃତ୍ୟୁ ସଂଖ୍ୟା 6 ହଜାର ପାର ହେଲାଣି ।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଗତ 24 ଘଣ୍ଟାରେ ଦେଶରେ ସର୍ବାଧିକ 9 ହଜାର  304 ଟି ନୂଆ କରୋନା ଆକ୍ରାନ୍ତଙ୍କ ମାମଲା ସାମନାକୁ ଆସିଥିବାବେଳେ 260ଜଣଙ୍କ ମୃତ୍ୟୁ ହୋଇଛି । ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ 2 ଲକ୍ଷ 16 ହଜାର 919 ରେ ପହଂଚିଛି ।  ସେହିପରି ମୃତ୍ୟୁ ସଂଖ୍ୟା 6 ହଜାର 075ରେ ପହଞ୍ଚିଛି । ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ 1ଲକ୍ଷ 4 ହଜାର107 ଜଣ ସୁସ୍ଥ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 1ଲକ୍ଷ 06 ହଜାର 707ଜଣ ସକ୍ରିୟ ଅଛନ୍ତି।  କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ କରୋନା ଭାଇରସରେ ମହାରାଷ୍ଟ୍ରରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ହୋଇଛି ।

Related posts