Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କେରଳରେ ଗର୍ଭବତୀ ହାତୀ ମୃତ୍ୟୁ ଘଟଣା : ରାହୁଲଙ୍କୁ ଟାର୍ଗେଟ୍‌ କଲେ ମନେକା
ଆଜିର ଖବର

କେରଳରେ ଗର୍ଭବତୀ ହାତୀ ମୃତ୍ୟୁ ଘଟଣା : ରାହୁଲଙ୍କୁ ଟାର୍ଗେଟ୍‌ କଲେ ମନେକା

June 4, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

କେରଳ : କେରଳର ମଲ୍ଲାପୁରମ୍‌ଠାରେ ବାଣଭର୍ତ୍ତି ସପୁରୀ ଖୁଆଇ ଗର୍ଭବତୀ ହାତୀର ଅମାନୁଷିକ ହତ୍ୟା ଘଟଣା ଏବେ ସାରା ଦେଶରେ ଚର୍ଚ୍ଚା ସୃଷ୍ଟି କରିଛି । ନିରୀହକୁ ଜୀବକୁ ଅତି ଅମାନୁଷିକ ଭାବେ ହତ୍ୟା କରିବାର ଏହା ଏକ ସବୁଠୁ ଘୃଣ୍ୟ ଉଦାହରଣ । ଏହି ଘଟଣାକୁ ପୂରା ଦେଶରେ ନିନ୍ଦା କରାଯାଉଛି । ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି ।

ତେବେ ବିଜେପି ନେତ୍ରୀ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ମନେକା ଗାନ୍ଧୀ ଏହି ଘଟଣାର  ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି । ସେ ଏହି ପ୍ରସଙ୍ଗରେ ରାହୁଲ୍‌ ଗାନ୍ଧିଙ୍କ ନିରବତା ଉପରେ ପ୍ରଶ୍ନ ମଧ୍ୟ ଉଠାଇଛନ୍ତି । ରାହୁଲ୍‌ ଗାନ୍ଧିଙ୍କ ନିର୍ବାଚନ କ୍ଷେତ୍ର ଓ୍ବାୟନଡ ହୋଇଥିବାରୁ ସେ ଏହି ପ୍ରସଙ୍ଗରେ ଚୁପ୍‌ ରହିଥିବାରୁ ଏନେଇ ପ୍ରଶ୍ନ କରିଛନ୍ତି ମନେକା । ମନେକା ପ୍ରଥମଥର ପାଇଁ ରାହୁଲ୍‌ ଗାନ୍ଧିଙ୍କ ନାମ ନେଇ ଟାର୍ଗେଟ୍‌ କରିଛନ୍ତି । ରାହୁଲ୍‌ ଓ୍ବାୟନଡରୁ ନିର୍ବାଚନ ଜିତି ଛନ୍ତି । ଏବେ ସେ ସର୍ବପ୍ରଥମେ ନିଜ ନିର୍ବାଚନ କ୍ଷେତ୍ରକୁ ଠିକ୍‌ କରନ୍ତୁ । ରାହୁଲ୍‌ ଏହି କ୍ଷେତ୍ରରେ ଏପର୍ଯ୍ୟନ୍ତ କ’ଣ ପାଇଁ କାର୍ଯ୍ୟାନୁଷ୍ଠାନ ନେଇନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ମନେକା ।

ପୁନଶ୍ଚ ମନେକା କହିଛନ୍ତି ଯେ, କେରଳରେ ପ୍ରତି ତିନି ଦିନରେ ହାତୀମାନଙ୍କୁ ହତ୍ୟା କରାଯାଉଛି । ବିଶେଷ କରି ମଲ୍ଲାପୁରମ ଜିଲ୍ଲାରେ ଏହା ହେଉଛି । ଏହା ଦେଶର ସବୁଠୁ ଅଧିକ ହିଂସକ ରାଜ୍ୟ । ଏଠାରେ ବିଷ ଦେଇ ପକ୍ଷୀ ଓ କୁକୁରଙ୍କୁ ମଧ୍ୟ ମାରିଥାନ୍ତି ।

ସୂଚନାଯୋଗ୍ୟ, ଗତ 27 ତାରିଖରେ କିଛି ଲୋକ ସପୁରୀ ଭିତରେ ବାଣ ପୂରାଇ ଗର୍ଭବତୀ ହାତୀକୁ ଖାଇବାକୁ ଦେଇଥିଲେ। ହାତୀଟି ଅତି ଖୁସିରେ ସପୁରୀ ଖାଇବା ମାତ୍ରେ, ପାଟିରେ ବାଣ ଫୁଟିଯାଇଥିଲା। ମଣିଷର ଛଳନାର ଶିକାର ହୋଇ ଅସହ୍ୟ ଯନ୍ତ୍ରଣାରେ ଛଟପଟ ହାତୀ ପ୍ରାଣ ବିକଳରେ ଏକ ନଦୀ ଭିତରକୁ ପଶିଯାଇଥିଲା। ନଦୀରେ ଠିଆ ହୋଇଥିବା ଅବସ୍ଥାରେ ହିଁ ହାତୀଟିର ମୃତ୍ୟୁ ଘଟିଥିବା କୁହାଯାଉଛି।ବନ କର୍ମଚାରୀ ନଦୀ ଭିତରୁ ହାତୀକୁ ମୃତଦେହ ଉଦ୍ଧାର କରିଥିଲେ।

ନୃଶଂସ ମଣିଷର ଏଭଳି ଜଘନ୍ୟ କାଣ୍ଡକୁ ଚାରିଆଡ଼ୁ ନିନ୍ଦା କରାଯାଇଛି। ସୋସିଆଲ ସାଇଟ୍‌ରେ ଫଟୋ ଓ କାର୍ଟୁନ୍‌ ଜରିଆରେ ଏହି ଘଟଣାକୁ କଡା ନିନ୍ଦା କରାଯିବା ସହ ଦୋଷୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି ହେଉଛି ।(ଏଜେନ୍ସି)

manekagandhi rahulgandhi
Share. Facebook Twitter LinkedIn Email WhatsApp Copy Link

Related Posts

ସମ୍ବଲପୁର ବିଶ୍ବବିଦ୍ୟାଳୟରେ ବନ୍ଦେମାତରମ୍ ଶିବିର ୨୦୨୬ ଉଦଘାଟନୀ ସମାରୋହ

October 11, 2026

ବନ ବିଭାଗ ଚଢ଼ାଉ: ୧୧୩୦ଟି ବଜ୍ରକାପ୍ତା କାତି ଜବତ, ୩ ଗିରଫ

October 11, 2026

ମହଙ୍ଗା ପଡ଼ିଲା ଜନ୍ତୁ ଶିକାର ପାଇଁ ବିଦ୍ୟୁତ ତାର ବିଛାଇବା: ଅଭିଯୁକ୍ତ ଗିରଫ

October 11, 2026

ବସ୍ କଣ୍ଡକ୍ଟରକୁ ମାରଣାନ୍ତକ ଆକ୍ରମଣ: ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

October 11, 2026
Latest News

ସମ୍ବଲପୁର ବିଶ୍ବବିଦ୍ୟାଳୟରେ ବନ୍ଦେମାତରମ୍ ଶିବିର ୨୦୨୬ ଉଦଘାଟନୀ ସମାରୋହ

October 11, 2026

ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ୧୩ରେ ନେଇପାରେ ଲଘୁଚାପ ରୂପ

October 11, 2026

ମା’ ଗଡ଼ଚଣ୍ଡୀଙ୍କ ପୀଠରେ ଆରମ୍ଭ ହେଲା ଷୋଡ଼ଶ ଉପଚାର ପୂଜା

October 11, 2026

ବନ ବିଭାଗ ଚଢ଼ାଉ: ୧୧୩୦ଟି ବଜ୍ରକାପ୍ତା କାତି ଜବତ, ୩ ଗିରଫ

October 11, 2026

ମହଙ୍ଗା ପଡ଼ିଲା ଜନ୍ତୁ ଶିକାର ପାଇଁ ବିଦ୍ୟୁତ ତାର ବିଛାଇବା: ଅଭିଯୁକ୍ତ ଗିରଫ

October 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.