ପ୍ରତିରକ୍ଷା ସଚିବଙ୍କୁ କରୋନା

Published: Jun 4, 2020, 12:26 pm IST

ନୂଆଦିଲ୍ଲୀ : ଦେଶର ପ୍ରତିରକ୍ଷା ସଚିବ ଅଜୟ କୁମାର କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି । 1985 ବ୍ୟାଚ୍‌ ଆଇଏଏସ୍‌ ଅଫିସର ଅଜୟ କୁମାର ଙ୍କ କରୋନା ରିପୋର୍ଟ ପଜିଟିଭ୍‌ ଆସିଛି । ସାଉଥ ବ୍ଲକର କିଛି ଅଂଶ ସିଲ୍‌ କରାଯିବା ବିଶୋଧନ କାର୍ଯ୍ୟ ଜାରି ରହିଛି। ସାଉଥ୍‌ ବ୍ଲକର ମନ୍ତ୍ରାଳୟର ମୁଖ୍ୟାଳୟରେ କାର୍ଯ୍ୟରତ 35 ଜଣ ଅଧିକାରୀଙ୍କୁ ହୋମ୍‌ କ୍ବାରେଣ୍ଟାଇନ୍‌ରେ ରଖାଯାଇଛି ।

ଦେଶରେ କରୋନା ମାମଲା ବୃଦ୍ଧି ହୋଇଛି । ରାଷ୍ଟ୍ରପତି ଭବନରେ ମଧ୍ୟ କରୋନା ମାମଲା ଦେଖିବାକୁ ମିଳିଥିଲା । ସେହିପରି ଦିଲ୍ଲୀର ଏଲ୍‌ଜି କାର୍ଯ୍ୟାଳୟରେ ମଧ୍ୟ କରୋନା ସଂକ୍ରମଣ ମାମଲା ସାମ୍ନାକୁ ଆସିଥିଲା । (ଏଜେନ୍ସି)

Related posts