ଫାଇନ୍‌ ଦେଲେ ସାଂସଦ ଅପରାଜିତା ଷଡଙ୍ଗୀ

Published: Jun 4, 2020, 1:08 pm IST

ଭୁବନେଶ୍ବର :  ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ଫାଇନ୍‌ ଦେଇଛନ୍ତି । କୋଭିଡ୍‌ ନିୟମ ଭଙ୍ଗ ପାଇଁ ଫାଇନ ଦେଇଛନ୍ତି ସାଂସଦ ଅପରାଜିତା । ସ୍ବେଚ୍ଛାକୃତ ଫାଇନ୍‌ ଦେବା ନେଇ ଟ୍ବିଟ୍‌ରେ ଜଣାଇଛନ୍ତି ଅପରାଜିତା ଷଡଙ୍ଗୀ । ଲୋକଙ୍କ ଆବେଗକୁ ସମ୍ମାନ ଜଣାଇବା ସହ ଏହା ଭଲ ଲକ୍ଷଣ ବୋଲି କହିଲେ । କାଲି ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ଘରକୁ ଯାଇଥିଲେ ଅପରାଜିତା । ସେଠାରେ କିଛି ବିଜେପି ନେତା, କର୍ମୀ ଏକାଠି ହୋଇଥିଲେ । ଏକାଧିକ ଲୋକ ଏକାଠି ହେବା ନେଇ ପ୍ରତିକ୍ରିୟା ପ୍ରକାଶ ପାଇଥିଲା ।

ସୂଚନାଯୋଗ୍ୟ, ଭୁବନେଶ୍ବର ବିଜେପି ସଭାପତି ଚୟନରେ ଅସନ୍ତୁଷ୍ଟ ହୋଇ ଜଗନ୍ନାଥ ପ୍ରଧାନ ଦଳରୁ ଇସ୍ତଫା ଦେଇଥିଲେ । ମାତ୍ର ତୁଙ୍ଗ ନେତୃବୃନ୍ଦଙ୍କ ହସ୍ତକ୍ଷେପ ପରେ ସେ ତାଙ୍କ ଇସ୍ତଫାପତ୍ର ପ୍ରତ୍ୟାହାର କରିନେଇଛନ୍ତି । ଏହି ଅବସରରେ ଜଗନ୍ନାଥ ପ୍ରଧାନଙ୍କ ଘରେ ଅପରାଜିତାଙ୍କ ସମେତ ଅନ୍ୟ ତୁଙ୍ଗ ନେତୃବୃନ୍ଦ ମଧ୍ୟ ଉପସ୍ଥିତ ରହିଥିଲେ ।

Related posts