ସୁସ୍ଥ ହେଲେ ଆଉ 65 ଆକ୍ରାନ୍ତ

Published: Jun 4, 2020, 3:54 pm IST

ଭୁବନେଶ୍ବର : ଆଜି ରାଜ୍ୟରେ ଆଉ 65 ଜଣ ସୁସ୍ଥ ହୋଇଛନ୍ତି । ଏହି ସୁସ୍ଥଙ୍କ ମଧ୍ୟରେ ଗଞ୍ଜାମରୁ 14, ଜଗତସିଂହପୁର ଓ କେନ୍ଦ୍ରାପଡାରୁ 10 ଲେଖାଏଁ ରହିଥିବାବେଳେ ଭଦ୍ରକରୁ 8 ଜଣ, କେଉଁଝରରୁ 7, ବଲାଙ୍ଗିରରୁ 6, ଖୋର୍ଦ୍ଧାରୁ ତିନିଜଣ, ବାଲେଶ୍ବର ଓ ଯାଜପୁରରୁ ଦୁଇ ଜଣ ଲେଖାଏଁ ରହିଛନ୍ତି । ସେହିପରି ଢେଙ୍କାନାଳ, ଝାରସୁଗୁଡା ଓ କନ୍ଧମାଳରୁ ଜଣେ ଲେଖାଏଁ ରହିଛନ୍ତି ।  ରାଜ୍ୟରେ ମୋଟ୍‌ ସୁସ୍ଥଙ୍କ ସଂଖ୍ୟା 1481ରେ ପହଞ୍ଚିଛି ।

ଆଜି ରାଜ୍ୟରେ 90 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ନୂତନ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 2478କୁ ବୃଦ୍ଧି ହୋଇଛି । ରାଜ୍ୟରେ କରୋନା ଯୋଗୁଁ 7ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଆଉ 2ଜଣ କରୋନାରେ ଆକ୍ରାନ୍ତ ହୋଇଥିଲେ ମଧ୍ୟ କରୋନା ଯୋଗୁଁ ସେମାନଙ୍କର ମୃତ୍ୟୁ ଘଟି ନ ଥିବା ସୂଚନା ଦିଆଯାଇଛି।

Related posts