ନୂଆଦିଲ୍ଲୀ : ଭାରତର ହୁ ହୁ ହୋଇ କରୋନା ସଂକ୍ରମଣ ମାମଲା ବଢୁଛି । କେନ୍ଦ୍ର ସ୍ବାସ୍ଥ୍ୟ ପରିବାର ମନ୍ତ୍ରାଳୟ ସୂଚନା ଅନୁସାରେ ଗତ 24 ଘଣ୍ଟାରେ ଦେଶରେ 9887 ଆକ୍ରାନ୍ତ ହୋଇଥିବାବେଳେ 294ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 6,642ରେ ପହଞ୍ଚିଥିବାବେଳେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା 2 ଲକ୍ଷ 36 ହଜାର 657କୁ ବୃଦ୍ଧି ହୋଇଛି । ଏପର୍ଯ୍ୟନ୍ତ ଦେଶରେ 1 ଲକ୍ଷ 15 ହଜାର 942 ଆକ୍ଟିଭ୍ କେସ୍ ରହିଥିବାବେଳେ ସୁସ୍ଥ ହୋଇଛନ୍ତି 1 ଲକ୍ଷ 14 ହଜାର 73 ଜଣ ।
ବିଶ୍ବରେ ସବୁଠୁ ଅଧିକ କରୋନା ପ୍ରଭାବିତ ଦେଶ ଆମେରିକା, ବ୍ରାଜିଲ୍, ରୁଷ୍, ବ୍ରିଟେନ୍ ପରେ ଭାରତ ଷଷ୍ଠ ସ୍ଥାନରେ ରହିଛି । ସେହିପରି ସଂକ୍ରମିତ ହାର ବୃଦ୍ଧିରେ ଭାରତ ବିଶ୍ବରେ ତୃତୀୟ ସ୍ଥାନରେ ପହଞ୍ଚିଛି ।
ଭାରତରେ ପାଞ୍ଚୋଟି ଦେଶରେ ସର୍ବାଧିକ ସଂକ୍ରମିତ ମାମଲା ସାମ୍ନାକୁ ଆସୁଛି । ସର୍ବାଧିକ ମାମଲା ମହାରାଷ୍ଟ୍ରରୁ ଆସୁଥିବାବେଳେ ମହାରାଷ୍ଟ୍ର ପରେ ଦ୍ବିତୀୟ ସ୍ଥାନରେ ରହିଛି ଦିଲ୍ଲୀ, ତୃତୀୟ ସ୍ଥାନରେ ତାମିଲନାଡୁ, ଚତୁର୍ଥ ସ୍ଥାନରେ ଗୁଜୁରାଟ ଓ ପଞ୍ଚମ ସ୍ଥାନରେ ରହିଛି ପଶ୍ଚିମବଙ୍ଗ । ଏହି ପାଞ୍ଚୋଟି ରାଜ୍ୟରେ ସର୍ବାଧିକ ଆକ୍ଟିଭ୍ ମାମଲା ରହିଛି ।
ମହାରାଷ୍ଟ୍ରରେ ସର୍ବାଧିକ 80, 229 ଜଣ ଆକ୍ରାନ୍ତ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା 2849କୁ ବୃଦ୍ଧି ହୋଇଛି । ମହାରାଷ୍ଟ୍ର ପଛକୁ ରହିଛି ଗୁଜୁରାଟ । ଗୁଜୁରାଟରେ ମୃତ୍ୟୁ ସଂଖ୍ୟା 1190 ରହିଥିବାବେଳେ ଦିଲ୍ଲୀରେ 708, ମଧ୍ୟପ୍ରଦେଶରେ 384, ପଶ୍ଚିମବଙ୍ଗରେ 366, ଉତ୍ତରପ୍ରଦେଶରେ 257, ତାମିଲନାଡୁରେ 232, ରାଜସ୍ଥାନରେ 218, ତେଲେଙ୍ଗାନାରେ 113, ଆନ୍ଧ୍ରପ୍ରଦେଶରେ 73 ଜଣଙ୍କ ମୃତ୍ୟୁ ହୋଇଥିବାର ସୂଚନା ରହିଛି ।
କେଉଁ ରାଜ୍ୟରେ କିପରି ରହିଛି କରୋନା ସ୍ଥିତି :
କ୍ରମିକ ସଂଖ୍ୟା | ରାଜ୍ୟର ନାମ | ଆକ୍ରାନ୍ତଙ୍କ ସଂଖ୍ୟା (11ବିଦେଶୀଙ୍କ ସମେତ) |
ସୁସ୍ଥ | ମୃତ |
---|---|---|---|---|
1 | ଆଣ୍ଡାମାନ ନିକୋବର | 33 | 33 | 0 |
2 | ଆନ୍ଧ୍ରପ୍ରଦେଶ | 4303 | 2576 | 73 |
3 | ଅରୁଣାଚଳ ପ୍ରଦେଶ | 45 | 1 | 0 |
4 | ଆସାମ | 2153 | 498 | 4 |
5 | ବିହାର | 4596 | 2225 | 29 |
6 | ଚଣ୍ଡୀଗଡ | 304 | 222 | 5 |
7 | ଛତିଶଗଡ | 879 | 244 | 2 |
8 | ଦିଲ୍ଲୀ | 26334 | 10315 | 708 |
9 | ଗୋଆ | 196 | 165 | 0 |
10 | ଗୁଜୁରାଟ | 19094 | 13003 | 1190 |
11 | ହରିୟାଣା | 3597 | 2134 | 24 |
12 | ହିମାଚଳ ପ୍ରଦେଶ | 393 | 189 | 5 |
13 | ଜମ୍ମୁକାଶ୍ମୀର | 3324 | 1086 | 36 |
14 | ଝା୍ଡଖଣ୍ଡ | 881 | 410 | 7 |
15 | କର୍ଣ୍ଣାଟକ | 4835 | 1688 | 57 |
16 | କେରଳ | 1699 | 712 | 14 |
17 | ଲଦାଖ | 97 | 48 | 1 |
18 | ମଧ୍ୟପ୍ରଦେଶ | 8996 | 5878 | 384 |
19 | ମହାରାଷ୍ଟ୍ର | 80229 | 35156 | 2849 |
20 | ମଣିପୁର | 132 | 41 | 0 |
21 | ମେଘାଳୟ | 33 | 13 | 1 |
22 | ମିଜୋରାମ | 22 | 1 | 0 |
23 | ଓଡ଼ିଶା | 2608 | 1604 | 8 |
24 | ପୁଡୁଚେରୀ | 99 | 36 | 0 |
25 | ପଞ୍ଜାବ | 2461 | 2069 | 48 |
26 | ରାଜସ୍ଥାନ | 10084 | 7359 | 218 |
27 | ତାମିଲନାଡୁ | 28694 | 15762 | 232 |
28 | ତେଲେଙ୍ଗାନା | 3290 | 1627 | 113 |
29 | ତ୍ରିପୁରା | 692 | 173 | 0 |
30 | ଉତ୍ତରାଖଣ୍ଡ | 1215 | 344 | 11 |
31 | ଉତ୍ତରପ୍ରଦେଶ | 9733 | 5648 | 257 |
32 | ପଶ୍ଚିମବଙ୍ଗ | 7303 | 2912 | 366 |
ଭାରତରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା | 236657 | 114073 | 6642 |