Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାଣପୁର ଓ ବାଲୁଗାଁରେ ସଟ୍‌ଡାଉନ୍‌ ସ୍ଥିତି ପରଖିଲେ ଖୋର୍ଦ୍ଧା ଜିଲ୍ଲାପାଳ
ଆଜିର ଖବର

ବାଣପୁର ଓ ବାଲୁଗାଁରେ ସଟ୍‌ଡାଉନ୍‌ ସ୍ଥିତି ପରଖିଲେ ଖୋର୍ଦ୍ଧା ଜିଲ୍ଲାପାଳ

June 6, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରଓ୍ବାଲ

ବାଣପୁର : କରୋନା ସଂକ୍ରମଣକୁ ପ୍ରତିରୋଧ କରିବା ପାଇଁ ରାଜ୍ୟ ସରକାର 11ଟି ଜିଲ୍ଲାରେ ଦୁଇଦିନିଆ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି । ଜୁନ୍‌ 30 ପର୍ଯ୍ୟନ୍ତ ଏହି ନିୟମ ବଳବତ୍ତର ରହିବ । 48 ଘଣ୍ଟିଆ ସଟ୍‌ଡାଉନକୁ କଡାକଡି କରିବା ପାଇଁ ପୋଲିସ୍‌ ପାଟ୍ରୋଲିଂ କରିବା ସହ ଯାଞ୍ଚ ମଧ୍ୟ କରୁଛି। ଏହି ପରିପ୍ରେକ୍ଷୀରେ ଆଜି ଖୋର୍ଦ୍ଧା ଜିଲ୍ଲାପାଳ ଓ ଟିମ୍‌ ଆଜି ସକାଳେ ଖୋର୍ଦ୍ଧା ଜିଲ୍ଲାର ସବୁ ଅଞ୍ଚଳ ବୁଲି ଦେଖିଛନ୍ତି । ଏହି କ୍ରମରେ ମଧ୍ୟାହ୍ନରେ ବାଣପୁର ଓ ବାଲୁଗାଁ ଅଞ୍ଚଳ ମଧ୍ୟ ପରିଦର୍ଶନ କରି ସ୍ଥିତି ପରଖିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ ଓ ତାଙ୍କ ଟିମ୍‌।  ଏହି ଅଞ୍ଚଳରେ ସଟଡାଉନ୍‌ ନିୟମ ବେଶ୍‌ କଡାକଡି ରୂପେ ପାଳନ ହେଉଥିବାରୁ ଜିଲ୍ଲାପାଳ ଏଥିରେ ସନ୍ତୁଷ୍ଟ ରହିଥିବାର ସୂଚନା ରହିଛି । ଏହି ଦୁଇ ଅଞ୍ଚଳରେ ସଟ୍‌ ଡାଉନ୍‌ ସମ୍ପୂର୍ଣ୍ଣ ଭାବେ ପାଳନ କରାଯାଇଛି। ଦୋକାନ ବଜାର ବନ୍ଦ ରହିଛି । ଲୋକମାନେ ସ୍ବତଃସ୍ଫୂର୍ତ୍ତ ଭାବେ ସଟ୍‌ଡାଉନ୍‌ ନିୟମ ପାଳନ କରୁଥିବାରୁ ଜନତାଙ୍କୁ ଧନ୍ୟବାଦ ଜଣାଇଥିଲେ ଜିଲ୍ଲାପାଳ । ଏହି ଅବସରରେ ବାଣପୁର ଓ ବାଲୁଗାଁ ପୋଲିସ ଓ ପ୍ରଶାସନକୁ ସାଧୁବାଦ ଜଣାଇଛନ୍ତି ଜିଲ୍ଲାପାଳ।

ଖୋର୍ଦ୍ଧା ଜିଲ୍ଲାପାଳ ସୀତାଂଶୁ ରାଉତଙ୍କ ସମେତ ଏସ୍‌ପି ଅଜେୟ ପ୍ରତାପ ସ୍ବାଇଁ, ଉପ ଜିଲ୍ଲାପାଳ ଶାନ୍ତ୍ବନୁ ମହାନ୍ତି, ଡିଏସ୍‌ପି ସତୀଶ ପାଢୀବାଲୁଗାଁ ଓ ବାଣପୁର ଅଞ୍ଚଳ ପରିଦର୍ଶନ କରିଥିଲେ । ଏହି ଅବସରରେ ବାଲୁଗାଁ ଏସ୍‌ଡିପିଓ ସୁରେଶ କୁମାର ଦାସ, ବାଲୁଗାଁ ଆଇଆଇସି ରମାକାନ୍ତ ମାହାଲିକ, ବାଣପୁର ଆଇଆଇସି ସଞ୍ଜୟ କୁମାର ପଟ୍ଟନାୟକ, ବାଣପୁର ତହସିଲଦାର ମନ୍ମଥ ବେହେରା, ଚିଲିକା ଅତିରିକ୍ତ ତହସିଲଦାର ଅପର୍ଣ୍ଣା ଭୋଇ ପ୍ରମୁଖ ଉପସ୍ଥିତ ରହିଥିଲେ ।

ଖୋର୍ଦ୍ଧାଜିଲ୍ଲାପାଳ ବାଣପୁର-ବାଲୁଗାଁ
Share. Facebook Twitter LinkedIn Email WhatsApp Copy Link

Related Posts

ଆଇଆଇସି ସନ୍ଧ୍ୟାରାଣୀ ଜେନାଙ୍କ ନାଁରେ ମାମଲା ରୁଜୁ

June 2, 2026

ଆଜି ଶପଥ ଗ୍ରହଣ କରିବେ ସୁପ୍ରିମକୋର୍ଟର ୫ ନୂତନ ବିଚାରପତି

June 2, 2026

ଆସନ୍ତା ୧୯ରେ ରାଷ୍ଟ୍ରପତି, ୨୦ରେ ଆସିବେ ପ୍ରଧାନମନ୍ତ୍ରୀ

June 2, 2026

କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀ କଣ କଲେ ଆଲୋଚନା, ଜାଣନ୍ତୁ ପୁରା ଖବର

June 2, 2026
Latest News

ଆଇଆଇସି ସନ୍ଧ୍ୟାରାଣୀ ଜେନାଙ୍କ ନାଁରେ ମାମଲା ରୁଜୁ

June 2, 2026

ଆଜି ଶପଥ ଗ୍ରହଣ କରିବେ ସୁପ୍ରିମକୋର୍ଟର ୫ ନୂତନ ବିଚାରପତି

June 2, 2026

ଆସନ୍ତା ୧୯ରେ ରାଷ୍ଟ୍ରପତି, ୨୦ରେ ଆସିବେ ପ୍ରଧାନମନ୍ତ୍ରୀ

June 2, 2026

ରକ୍ଷକ ନା ଭକ୍ଷକ? ଓଡ଼ିଶା ପୋଲିସକୁ ନେଇ ବଢ଼ୁଛି ପ୍ରଶ୍ନ ?

June 2, 2026

କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀ କଣ କଲେ ଆଲୋଚନା, ଜାଣନ୍ତୁ ପୁରା ଖବର

June 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.