Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାଣପୁର ଓ ବାଲୁଗାଁରେ ସଟ୍‌ଡାଉନ୍‌ ସ୍ଥିତି ପରଖିଲେ ଖୋର୍ଦ୍ଧା ଜିଲ୍ଲାପାଳ
ଆଜିର ଖବର

ବାଣପୁର ଓ ବାଲୁଗାଁରେ ସଟ୍‌ଡାଉନ୍‌ ସ୍ଥିତି ପରଖିଲେ ଖୋର୍ଦ୍ଧା ଜିଲ୍ଲାପାଳ

June 6, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରଓ୍ବାଲ

ବାଣପୁର : କରୋନା ସଂକ୍ରମଣକୁ ପ୍ରତିରୋଧ କରିବା ପାଇଁ ରାଜ୍ୟ ସରକାର 11ଟି ଜିଲ୍ଲାରେ ଦୁଇଦିନିଆ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି । ଜୁନ୍‌ 30 ପର୍ଯ୍ୟନ୍ତ ଏହି ନିୟମ ବଳବତ୍ତର ରହିବ । 48 ଘଣ୍ଟିଆ ସଟ୍‌ଡାଉନକୁ କଡାକଡି କରିବା ପାଇଁ ପୋଲିସ୍‌ ପାଟ୍ରୋଲିଂ କରିବା ସହ ଯାଞ୍ଚ ମଧ୍ୟ କରୁଛି। ଏହି ପରିପ୍ରେକ୍ଷୀରେ ଆଜି ଖୋର୍ଦ୍ଧା ଜିଲ୍ଲାପାଳ ଓ ଟିମ୍‌ ଆଜି ସକାଳେ ଖୋର୍ଦ୍ଧା ଜିଲ୍ଲାର ସବୁ ଅଞ୍ଚଳ ବୁଲି ଦେଖିଛନ୍ତି । ଏହି କ୍ରମରେ ମଧ୍ୟାହ୍ନରେ ବାଣପୁର ଓ ବାଲୁଗାଁ ଅଞ୍ଚଳ ମଧ୍ୟ ପରିଦର୍ଶନ କରି ସ୍ଥିତି ପରଖିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ ଓ ତାଙ୍କ ଟିମ୍‌।  ଏହି ଅଞ୍ଚଳରେ ସଟଡାଉନ୍‌ ନିୟମ ବେଶ୍‌ କଡାକଡି ରୂପେ ପାଳନ ହେଉଥିବାରୁ ଜିଲ୍ଲାପାଳ ଏଥିରେ ସନ୍ତୁଷ୍ଟ ରହିଥିବାର ସୂଚନା ରହିଛି । ଏହି ଦୁଇ ଅଞ୍ଚଳରେ ସଟ୍‌ ଡାଉନ୍‌ ସମ୍ପୂର୍ଣ୍ଣ ଭାବେ ପାଳନ କରାଯାଇଛି। ଦୋକାନ ବଜାର ବନ୍ଦ ରହିଛି । ଲୋକମାନେ ସ୍ବତଃସ୍ଫୂର୍ତ୍ତ ଭାବେ ସଟ୍‌ଡାଉନ୍‌ ନିୟମ ପାଳନ କରୁଥିବାରୁ ଜନତାଙ୍କୁ ଧନ୍ୟବାଦ ଜଣାଇଥିଲେ ଜିଲ୍ଲାପାଳ । ଏହି ଅବସରରେ ବାଣପୁର ଓ ବାଲୁଗାଁ ପୋଲିସ ଓ ପ୍ରଶାସନକୁ ସାଧୁବାଦ ଜଣାଇଛନ୍ତି ଜିଲ୍ଲାପାଳ।

ଖୋର୍ଦ୍ଧା ଜିଲ୍ଲାପାଳ ସୀତାଂଶୁ ରାଉତଙ୍କ ସମେତ ଏସ୍‌ପି ଅଜେୟ ପ୍ରତାପ ସ୍ବାଇଁ, ଉପ ଜିଲ୍ଲାପାଳ ଶାନ୍ତ୍ବନୁ ମହାନ୍ତି, ଡିଏସ୍‌ପି ସତୀଶ ପାଢୀବାଲୁଗାଁ ଓ ବାଣପୁର ଅଞ୍ଚଳ ପରିଦର୍ଶନ କରିଥିଲେ । ଏହି ଅବସରରେ ବାଲୁଗାଁ ଏସ୍‌ଡିପିଓ ସୁରେଶ କୁମାର ଦାସ, ବାଲୁଗାଁ ଆଇଆଇସି ରମାକାନ୍ତ ମାହାଲିକ, ବାଣପୁର ଆଇଆଇସି ସଞ୍ଜୟ କୁମାର ପଟ୍ଟନାୟକ, ବାଣପୁର ତହସିଲଦାର ମନ୍ମଥ ବେହେରା, ଚିଲିକା ଅତିରିକ୍ତ ତହସିଲଦାର ଅପର୍ଣ୍ଣା ଭୋଇ ପ୍ରମୁଖ ଉପସ୍ଥିତ ରହିଥିଲେ ।

ଖୋର୍ଦ୍ଧାଜିଲ୍ଲାପାଳ ବାଣପୁର-ବାଲୁଗାଁ
Share. Facebook Twitter LinkedIn Email WhatsApp Copy Link

Related Posts

ଲୋକପ୍ରିୟ ହାସ୍ୟ ଅଭିନେତା ଅସରାନିଙ୍କ ଦେହାନ୍ତ: ଜାଣନ୍ତୁ ତାଙ୍କ ବିଷୟରେ ସବୁ କିଛି

October 20, 2025

ପାର୍ବଣ ଋତୁରେ ଯାତ୍ରୀଙ୍କ ଗତିବିଧିର ସମୀକ୍ଷା କଲେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

October 20, 2025

ଫ୍ରାନ୍ସକୁ ଝଟକା ଦେଲା ଏହି ମୁସଲିମ ଦେଶ: ରାଫେଲ ଜେଟ୍ ବଦଳରେ ଚୀନ୍ ଠାରୁ କିଣିବ ଲଢ଼ୁଆ ବିମାନ

October 20, 2025

ଦୀପାବଳି ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

October 20, 2025
Latest News

ଲୋକପ୍ରିୟ ହାସ୍ୟ ଅଭିନେତା ଅସରାନିଙ୍କ ଦେହାନ୍ତ: ଜାଣନ୍ତୁ ତାଙ୍କ ବିଷୟରେ ସବୁ କିଛି

October 20, 2025

ନାମାଙ୍କନ ଦାଖଲ କରିବା ମାତ୍ରେ ଆରଜେଡି ପ୍ରାର୍ଥୀଙ୍କୁ ଗିରଫ କଲା ଝାଡ଼ଖଣ୍ଡ ପୋଲିସ: ଜାଣନ୍ତୁ କାରଣ

October 20, 2025

ପାର୍ବଣ ଋତୁରେ ଯାତ୍ରୀଙ୍କ ଗତିବିଧିର ସମୀକ୍ଷା କଲେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

October 20, 2025

ଆଇଏନଏସ ବିକ୍ରାନ୍ତରେ ଦେଶପ୍ରେମ ଓ ଆଲୋକର ଉତ୍ସବ ଦୀପାବଳି ପାଳିଲେ ପ୍ରଧାନମନ୍ତ୍ରୀ

October 20, 2025

ପରାଜୟର ହ୍ୟାଟ୍ରିକ୍ ପରେ କିପରି ସେମିଫାଇନାଲରେ ପହଞ୍ଚିପାରିବ ଟିମ୍ ଇଣ୍ଡିଆ?: ଜାଣନ୍ତୁ ସମୀକରଣ

October 20, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.