ଆଜି ଆଉ 112 ଆକ୍ରାନ୍ତ ସୁସ୍ଥ

Published: Jun 6, 2020, 3:35 pm IST

ଭୁବନେଶ୍ବର : ଆଜି ଆଉ 112 କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାର ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।  112 ମଧ୍ୟରେ  ସର୍ବାଧିକ 33 ଜଣ କେନ୍ଦ୍ରାପଡାରୁ ସୁସ୍ଥ ହୋଇଥିବାବେଳେ ବଲାଙ୍ଗିରରୁ 16, ଯାଜପୁରରୁ 11, ସୁନ୍ଦରଗଡରୁ 10, ଜଗତସିଂହପୁରର 8, ଗଞ୍ଜାମରୁ 7, ଖୋର୍ଦ୍ଧାରୁ  7, କଟକ ଓ ସୁବର୍ଣ୍ଣପୁରରୁ 4 ଜଣ ଲେଖାଏଁ  ସୁସ୍ଥ ହୋଇଥିବାର ସୂଚନା ରହିଛି । ବାଲେଶ୍ବର, ପୁରୀ ଓ ସମ୍ବଲପୁରରୁ ତିନି ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । ନୟାଗଡରୁ 2 ଓ ମୟୂରଭଞ୍ଜରୁ ଜଣେ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଯାଏ ରାଜ୍ୟରେ ମୋଟ 1716 ଆକ୍ରାନ୍ତ ସୁସ୍ଥ ହେଲେଣି । ଆଜି ରାଜ୍ୟରେ 173 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।  ନୂତନ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 2,781 ଛୁଇଁଛି ।

Related posts