ଭୁବନେଶ୍ବରରୁ ଆଉ 5 ପଜିଟିଭ୍‌ ଚିହ୍ନଟ

Published: Jun 6, 2020, 6:16 pm IST

ଭୁବନେଶ୍ବର : ଭୁବନେଶ୍ବରରୁ ଆଉ 5 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ବିଏମ୍‌ସି ପକ୍ଷରୁ ଟ୍ବିଟ୍‌ କରାଯାଇଛି । ଆଜି ସକାଳୁ 173 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ତନ୍ମଧ୍ୟରେ ଖୋର୍ଦ୍ଧାରୁ 9 ଜଣ ରହିଥିଲେ । ଏହି 9 ଜଣ ଆକ୍ରାନ୍ତଙ୍କ ମଧ୍ୟରୁ 5 ଜଣ ଭୁବନେଶ୍ବରର ବୋଲି ବିଏମ୍‌ସି ଟ୍ବିଟ୍ କରି ସୂଚନା ଦେଇଛି । 5 ଜଣ ଆକ୍ରାନ୍ତଙ୍କ ମଧ୍ୟରୁ 4 ଜଣ ହୋମ୍‌ କ୍ବାରେଣ୍ଟିନ୍‌ରେ ରହିଥିବା ବେଳେ ଜଣେ ସ୍ଥାନୀୟ ଆକ୍ରାନ୍ତ ବୋଲି ଜଣାପଡିଛି । ସ୍ଥାନୀୟ ଆକ୍ରାନ୍ତ ଜଣକ ଗଜପତି ନଗରର ବୋଲି ବିଏମ୍‌ସି ସୂଚନା ଦେଇଛି । ଏହାକୁ ମିଶାଇ ରାଜଧାନୀରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 86ରେ ପହଞ୍ଚିଥିବା ବେଳେ ତନ୍ମଧ୍ୟରୁ 51 ଜଣ ସୁସ୍ଥ ହୋଇଛନ୍ତି । 3 ଜଣଙ୍କର ପ୍ରାଣହାନି ଘଟିଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 32 ରହିଛି ।

Related posts