ଦେଶରେ ବଢି ଚାଲିଛି କରୋନା : ଦିନକରେ 9,971 ଆକ୍ରାନ୍ତ, 287 ମୃତ

Published: Jun 7, 2020, 9:57 am IST

ନୂଆଦିଲ୍ଲୀ : ଭାରତରେ କରୋନା ମାମଲା ହୁ ହୁ ହୋଇ ବଢି ଚାଲିଛି । ଗତ 24 ଘଣ୍ଟାରେ ଦେଶରେ ରେକର୍ଡ ସଂଖ୍ୟକ 9,971ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 287ଜଣ ଙ୍କର ମୃତ୍ୟୁ ହୋଇଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି । ସେହିପରି ଦେଶରେ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 2 ଲକ୍ଷ 46 ହଜାର628କୁ ବୃଦ୍ଧି ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା  6,929ରେ ପହଞ୍ଚିଛି ।  ଦେଶରେ 1ଲକ୍ଷ 20 ହଜାର 406ଟି ଆକ୍ଟିଭ୍‌ କେସ୍‌ ରହିଥିବାବେଳେ ସୁସ୍ଥ ହୋଇଛନ୍ତି 1 ଲକ୍ଷ 19 ହଜାର 293ଜଣ ।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁସାରେ ମହାରାଷ୍ଟ୍ରରେ ସର୍ବାଧିକ 82,968ଜଣ ଆକ୍ରାନ୍ତ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା 2,969କୁ ବୃଦ୍ଧି ହୋଇଛି । ସେହିପରି ଗୁଜୁରାଟରେ 1,219ଜଣଙ୍କର କରୋନା ଜନିତ ମୃତ୍ୟୁ ହୋଇଥିବାବେଳେ ଦିଲ୍ଲୀରେ 271ଜଣ, ମଧ୍ୟପ୍ରଦେଶରେ 399, ପଶ୍ଚିମବଙ୍ଗରେ 383, ଉତ୍ତରପ୍ରଦେଶ 257, ତାମିଲନାଡୁରେ 251, ରାଜସ୍ଥାନରେ 231, ତେଲେଙ୍ଗାନାରେ 123, ଆନ୍ଧ୍ରପ୍ରଦେଶରେ 73ଜଣଙ୍କର ମୃତ୍ୟୁ ହୋଇଛି ।

Related posts