ଆଜି ସନ୍ଧ୍ୟାରେ ଘୋଷଣା ହେବ ସାଧାରଣ ନିର୍ବାଚନ ତାରିଖ

Published: Mar 10, 2019, 1:15 pm IST

ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ଆଜି ସନ୍ଧ୍ୟାରେ ଭାରତର ଜାତୀୟ ନିର୍ବାଚନ କମିଶନ ଲୋକସଭା ନିର୍ବାଚନ ପାଇଁ ତାରିଖ ଘୋଇଶନା କରିବେ ବୋଲି ବିଶେଷ ସୂତ୍ରରୁ ଖବର ମିଳିଛି। ଆଜି ସନ୍ଧ୍ୟା ପାଞ୍ଚଟାରେ ନିର୍ବାଚନ କମିଶନ ଏହା ଘୋଷଣା କରିବେ । ଆସନ୍ତା ଜୁନ ପ୍ରଥମ ସପ୍ତାହରେ ୧୬ଶ ଲୋକସଭା ର କାର୍ୟକାଳ ପୂରିବାକୁ ଯାଉଛି। ତାହାପୂର୍ବରୁ ନିର୍ବାଚନ ଅନୁଷ୍ଠିତ ହେବ। ଆସନ୍ତା ଏପ୍ରିଲ ଦ୍ଵିତୀୟ ସପ୍ତାହରୁ ଲୋକସଭା ସମେତ ଓଡିଶା, ଆନ୍ଧ୍ରପ୍ରଦେଶ, ସିକିମ ଓ ଅରୁଣାଚଳ ପ୍ରଦେଶ ବିଧାନସଭା ପାଇଁ ନିର୍ବାଚନ ତାରିଖ ଘୋଷଣା ହେବ।

Related posts