ଅରବିନ୍ଦ କେଜରୀଓ୍ବାଲ ଅସୁସ୍ଥ, ଆସନ୍ତାକାଲି କରୋନା ଟେଷ୍ଟ ହେବ

Published: Jun 8, 2020, 12:45 pm IST

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀଓ୍ବାଲ ଅସୁସ୍ଥ ହୋଇଥିବାର ସୂଚନା ରହିଛି । ମୁଖ୍ୟମନ୍ତ୍ରୀ କେଜରୀଓ୍ବାଲଙ୍କୁ ଗତକାଲିଠାରୁ ହାଲ୍‌କା ଜ୍ବର ହେବା ସହିତ ତାଙ୍କ ଗଳାରେ କଷ୍ଟ ଅନୁଭବ ହେଉଥିବାର ଜଣାପଡିଛି ।  ଆସନ୍ତାକାଲି ତାଙ୍କର କରୋନା ଟେଷ୍ଟ ହେବ । ଦେହ ଅସୁସ୍ଥ ଥବାରୁ ଗତକାଲି ଅପରାହ୍ନରୁ ସମସ୍ତ ମିଟିଂକୁ ସ୍ଥଗିତ ରଖାଯାଇଥିଲା । ସେହିପରି ସେ କାହା ସହ ସାକ୍ଷାତ ମଧ୍ୟ କରିନଥିଲେ । ଅସୁସ୍ଥ ଅନୁଭବ କରିବା ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀଓ୍ବାଲ ନିଜକୁ ଆଇସୋଲେଟ୍‌ କରିଛନ୍ତି ।

ଗତକାଲି ଦିଲ୍ଲୀ ସରକାର ହସ୍ପିଟାଲରେ ଭାଗବଣ୍ଟା କରିଛନ୍ତି । କେଜରୀଓ୍ବାଲ ସରକାରଙ୍କ କ୍ୟାବିନେଟ୍‌ ନିଷ୍ପତ୍ତି ଅନୁଯାୟୀ ଦିଲ୍ଲୀ ସରକାରଙ୍କ ଅଧୀନରେ ଥିବା ସମସ୍ତ ସରକାରୀ ତଥା ଘରୋଇ ହସ୍ପିଟାଲରେ କେବଳ ଦିଲ୍ଲୀବାସୀଙ୍କର ଚିକିତ୍ସା କରାଯିବ । କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ହସ୍ପିଟାଲଗୁଡିକରେ ଅନ୍ୟ ସମସ୍ତ ଲୋକେ ଅର୍ଥାତ୍‌ ଦିଲ୍ଲୀ ବାହାର ଲୋକମାନେ ଚିକିତ୍ସା ହୋଇପାରିବେ ।  ସେହିପରି ଆଜିଠାରୁ ଦିଲ୍ଲୀର ବୋର୍ଡର ସୀମାକୁ ଖୋଲି ଦିଆଯାଇଛି । ଦିଲ୍ଲୀରେ ଏବେ ସଂକ୍ରମଣ ମାମଲା ବଢିବାରେ ଲାଗିଛି । ଦିଲ୍ଲୀରେ ସର୍ବମୋଟ ସଂକ୍ରମିତଙ୍କ ସଂଖ୍ୟା 27 ହଜାର 654 ରହିଥିବାବେଳେ 761ଜଣଙ୍କର ମୃତ୍ୟୁ ହୋଇଛି । ଜୁନ୍‌  1 ତାରିଖ ପରଠାରୁ ରାଜଧାନୀ ଦିଲ୍ଲୀରେ ପ୍ରାୟ ପ୍ରତ୍ୟେକ ଦିନ 1200ରୁ ଅଧିକ କରୋନା ମାମଲା ସାମ୍ନାକୁ ଆସୁଛି । (ଏଜେନ୍ସି)

Related posts