Categories
ଆଜିର ଖବର ଜାତୀୟ ଖବର

ଅରବିନ୍ଦ କେଜରୀଓ୍ବାଲ ଅସୁସ୍ଥ, ଆସନ୍ତାକାଲି କରୋନା ଟେଷ୍ଟ ହେବ

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀଓ୍ବାଲ ଅସୁସ୍ଥ ହୋଇଥିବାର ସୂଚନା ରହିଛି । ମୁଖ୍ୟମନ୍ତ୍ରୀ କେଜରୀଓ୍ବାଲଙ୍କୁ ଗତକାଲିଠାରୁ ହାଲ୍‌କା ଜ୍ବର ହେବା ସହିତ ତାଙ୍କ ଗଳାରେ କଷ୍ଟ ଅନୁଭବ ହେଉଥିବାର ଜଣାପଡିଛି ।  ଆସନ୍ତାକାଲି ତାଙ୍କର କରୋନା ଟେଷ୍ଟ ହେବ । ଦେହ ଅସୁସ୍ଥ ଥବାରୁ ଗତକାଲି ଅପରାହ୍ନରୁ ସମସ୍ତ ମିଟିଂକୁ ସ୍ଥଗିତ ରଖାଯାଇଥିଲା । ସେହିପରି ସେ କାହା ସହ ସାକ୍ଷାତ ମଧ୍ୟ କରିନଥିଲେ । ଅସୁସ୍ଥ ଅନୁଭବ କରିବା ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀଓ୍ବାଲ ନିଜକୁ ଆଇସୋଲେଟ୍‌ କରିଛନ୍ତି ।

ଗତକାଲି ଦିଲ୍ଲୀ ସରକାର ହସ୍ପିଟାଲରେ ଭାଗବଣ୍ଟା କରିଛନ୍ତି । କେଜରୀଓ୍ବାଲ ସରକାରଙ୍କ କ୍ୟାବିନେଟ୍‌ ନିଷ୍ପତ୍ତି ଅନୁଯାୟୀ ଦିଲ୍ଲୀ ସରକାରଙ୍କ ଅଧୀନରେ ଥିବା ସମସ୍ତ ସରକାରୀ ତଥା ଘରୋଇ ହସ୍ପିଟାଲରେ କେବଳ ଦିଲ୍ଲୀବାସୀଙ୍କର ଚିକିତ୍ସା କରାଯିବ । କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ହସ୍ପିଟାଲଗୁଡିକରେ ଅନ୍ୟ ସମସ୍ତ ଲୋକେ ଅର୍ଥାତ୍‌ ଦିଲ୍ଲୀ ବାହାର ଲୋକମାନେ ଚିକିତ୍ସା ହୋଇପାରିବେ ।  ସେହିପରି ଆଜିଠାରୁ ଦିଲ୍ଲୀର ବୋର୍ଡର ସୀମାକୁ ଖୋଲି ଦିଆଯାଇଛି । ଦିଲ୍ଲୀରେ ଏବେ ସଂକ୍ରମଣ ମାମଲା ବଢିବାରେ ଲାଗିଛି । ଦିଲ୍ଲୀରେ ସର୍ବମୋଟ ସଂକ୍ରମିତଙ୍କ ସଂଖ୍ୟା 27 ହଜାର 654 ରହିଥିବାବେଳେ 761ଜଣଙ୍କର ମୃତ୍ୟୁ ହୋଇଛି । ଜୁନ୍‌  1 ତାରିଖ ପରଠାରୁ ରାଜଧାନୀ ଦିଲ୍ଲୀରେ ପ୍ରାୟ ପ୍ରତ୍ୟେକ ଦିନ 1200ରୁ ଅଧିକ କରୋନା ମାମଲା ସାମ୍ନାକୁ ଆସୁଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ପଦର ଶପଥ ନେବେ କେଜରୀଓ୍ବାଲ

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭାରେ ପ୍ରଚଣ୍ଡ ବହୁମତ ପାଇ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ପଦର ଶପଥ ନେବେ ଅରବିନ୍ଦ କେଜରୀଓ୍ବାଲ। ସରକାରୀ ଅଧିସୂଚନା ଅନୁସାରେ ରାଷ୍ଟ୍ରପତି ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶକ୍ରମେ ୬ ଜଣ ବିଧାୟକଙ୍କୁ ମନ୍ତ୍ରୀ ଭାବେ ନିଯୁକ୍ତି ଦେଇଛନ୍ତି।  ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ପଦ ପାଇଁ ଅରବିନ୍ଦ କେଜରୀଓ୍ବାଲ ଶପଥ ନେବେ। ଦିଲ୍ଲୀର ରାମଲୀଲା ମୈଦାନଠାରେ ଆୟୋଜିତ ଏକ ଉତ୍ସବରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀଓ୍ବାଲଙ୍କ ସହିତ ମନୀଷ ସିସୋଦିଆ, ସତ୍ୟେନ୍ଦ୍ର ଜୈନ, ଗୋପାଳ ରାୟ, କୈଳାଶ ଗହଲୋତ, ଇମ୍ରାନ ହୁସେନ ଓ ରାଜେନ୍ଦ୍ର ଗୌତମ  ପ୍ରମୁଖ ଶପଥ ଗ୍ରହଣ କରିବେ। ଶପଥ ଗ୍ରହଣ କାର୍ଯ୍ୟକ୍ରମ ପାଇଁ ଟ୍ରାଫିକ୍‌ ପୁଲିସ୍‌ ଆଡଭରଜାରୀ ଜାରି କରିଛି। ଏଥିରେ ପାର୍କିଂ ବ୍ୟବସ୍ଥା ଉପରେ ଗୁରୁତ୍ବାରୋପ କରାଯାଇଛି। ସେହିପରି ରାମଲୀଲା ମୈଦାନ ନିକଟସ୍ଥ କିଛି ରାସ୍ତାକୁ ମଧ୍ୟ ଡାଇଭର୍ଟ କରାଯାଇଛି। ସୂଚନାଯାୟୀ ଚଳିତ ନିର୍ବାଚନରେ ଆପ୍‌ 62ଟି ଆସନ ଜିତି ବାଜିମାତ୍‌ କରିଥିବାବେଳେ ବିଜେପି 8ଟି ଆସନ  ଓ କଂଗ୍ରେସ ଶୂନ୍ୟରେ ରହିଛି।(ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ନିର୍ଭୟାଙ୍କ ମା’ଙ୍କୁ ଭ୍ରମିତ କରାଯାଇ ରାଜନୀତି କରାଯାଉଛି : ଅରବିନ୍ଦ କେଜରୀଓ୍ବାଲ

ନୂଆଦିଲ୍ଲୀ : ନିର୍ଭୟା ମା’ଙ୍କ ଅଭିଯୋଗ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରୀଓ୍ବାଲ ଭାରତୀୟ ଜନତା ଦଳକୁ ଟାର୍ଗେଟ କରିଛନ୍ତି। କେଜ୍‌ରୀଓ୍ବାଲ କହିଛନ୍ତି ଯେ, ନିର୍ଭୟା ଦୋଷୀଙ୍କ ଫାଶୀ ବିଳମ୍ବ ପ୍ରସଙ୍ଗରେ ନିର୍ଭୟାଙ୍କ ମା’କୁ କେହି ଭ୍ରମିତ କରି ରାଜନୀତି କରୁଛନ୍ତି। ଦିଲ୍ଲୀ ସରକାର ନିଜ କାମକୁ କିଛି ଘଣ୍ଟାରେ ପୂରା କରିଛି। କିଛି ଦିନ ପୂର୍ବରୁ ଯେତେବେଳେ ପ୍ରଥମେ ଦୟା ଯାଚିକା ଆସିଥିଲା, କିଛି ଘଣ୍ଟା ଭିତରେ ଏହାକୁ ଖାରଜ କରି ରାଷ୍ଟ୍ରପତିଙ୍କ ନିକଟକୁ ପଠାଇ ଦିଆଯାଇଥିଲା। ଦୋଷୀଙ୍କ ଫାଶୀ ବିଳମ୍ବରେ ଦିଲ୍ଲୀ ସରକାରଙ୍କ କିଛି ରୋଲ୍‌ ନାହିଁ ବୋଲି କହିଛନ୍ତି କେଜରୀଓ୍ବାଲ। ଏହି ଘଟଣାରେ ପ୍ରକାଶ ଜାଭେଡକର ରାଜନୀତି କରୁଛନ୍ତି । କେଜରୀଓ୍ବାଲ କହିଛନ୍ତି ଯେ, ନିର୍ଭୟା ମା’ଙ୍କୁ କେହି ମିସ୍‌ ଗାଇଡ୍‌ କରୁଛନ୍ତି । ଆମେ ତ ଯଥାଶୀଘ୍ର ଦୋଷୀଙ୍କୁ ଫାଶୀ ମିଳୁ ବୋଲି ଚାହୁଁଛୁ। କେଜରୀଓ୍ବାଲା କହିଛନ୍ତି ଯେ, ଦିଲ୍ଲୀ ପୋଲିସ୍‌ ଆମ ପାଖରେ ଅଛନ୍ତି ନା ଲଆଣ୍ଡ ଅର୍ଡର । ଆମ ପାଖକୁ ତ କେବଳ ଫାଇଲ୍‌ ଆସିଥାଏ, ଯାହାକୁ ଆମେ ଏଠାରୁ ସେଠାକୁ ପଠାଇଥାଉ । ଏଥିରେ କେବଳ କେନ୍ଦ୍ର ସରକାରଙ୍କର ହିଁ ରୋଲ୍‌ ରହିଛି। (ଏଜେନ୍ସି)

Categories
ଆଜିର ଖବର

ଶାହାଙ୍କୁ ପାଲଟା ଜବାବ ଦେଲେ କେଜରୀଓ୍ବାଲ

ନୂଆଦିଲ୍ଲୀ, 5/1: ଦିଲ୍ଲୀ ବିଧାନସଭା ନିର୍ବାଚନକୁ ଆଖି ଆଗରେ ରଖି ଆରୋପ-ପ୍ରତ୍ୟାରୋପ ଜାରି ରହିଛି । ଆଜି କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପି ଅଧ୍ୟକ୍ଷ ଅମିତ୍‌ ଶାହା ସଂଶୋଧିତ ନାଗରିକତା ଆଇନକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀଓ୍ବାଲା ଦେଶବାସୀଙ୍କୁ ଭ୍ରମିତ କରୁଥିବାର ଅଭିଯୋଗ କରିଥିଲେ । ଅମିତ ଶାହାଙ୍କ ବୟାନକୁ ନେଇ ଆପ୍‌ର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍‌ରୀଓ୍ବାଲ ମଧ୍ୟ ପାଲଟା ଜବାବ ରଖିଛନ୍ତି ।  କେଜରୀଓ୍ବାଲ କହିଛନ୍ତି ଯେ, ମୋତେ ଲାଗିଥିଲା ଯେ ଆମ କାମରେ ରହିଥିବା ଦୁର୍ବଳତାକୁ କହି ଦିଲ୍ଲୀ ବିକାଶର କଥା କହିବେ। କିନ୍ତୁ ସେ ତ କେବଳ ଗାଳି ଦେବା ବ୍ୟତୀତ କିଛି କହିଲେ ନାହିଁ । ଦିଲ୍ଲୀ ପାଇଁ ତାଙ୍କ ପାଖରେ ଯଦି କିଛି ଭଲ ପ୍ରସ୍ତାବ ଅଛି ତ କୁହନ୍ତୁ, ନ ହେଲେ ଆମେ ଆଗାମୀ  5 ବର୍ଷ ଭିତରେ ଆମେ ଭଲ ପ୍ରସ୍ତାବ ଦିଲ୍ଲୀରେ ଲାଗୁ କରିବୁ ବୋଲି କେଜ୍‌ରୀଓ୍ବାଲ ଟ୍ବିଟ୍‌ କରିଛନ୍ତି । (ଏଜେନ୍ସି)

Categories
ଆଜିର ଖବର

ବିଜେପିର ଆକ୍ରମକ ପ୍ରଚାରକୁ ଜନତାଙ୍କ ପ୍ରତ୍ୟାଖାନ : ଅରବିନ୍ଦ କେଜ୍‌ରୀଓ୍ବାଲ

ନୂଆଦିଲ୍ଲୀ, 23/12: ଝାଡଖଣ୍ଡ ବିଧାନସଭା ନିର୍ବାଚନ ଫଳାଫଳରେ ଜେଏମଏମ୍‌-କଂଗ୍ରେସ-ଆରଜେଡି ମହାମେଣ୍ଟ ଆଗୁଆ ରହିଥିବାବେଳେ ଗତ ପାଞ୍ଚବର୍ଷ ଧରି ସରକାରରେ ରହିଥିବା ବିଜେପି ପଛୁଆ ରହିଛି। ଝାଡଖଣ୍ଡରେ ବିଜେପିରେ କଡ୍ଡା ପରାଜୟର ଫଳ ଆସିବା ନେଇ ସ୍ପଷ୍ଟ ଦେଖାଯାଉଛି। ଏହି ସମୟରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରୀଓ୍ବାଲ ନିଜର ମତ ରଖିଛନ୍ତି। ବିଜେପିର ଅହଂକାରକୁ ଜନତା ପ୍ରତ୍ୟାଖ୍ୟାନ କରିଛନ୍ତି ବୋଲି ଅରବିନ୍ଦ କେଜ୍‌ରୀଓ୍ବାଲ କହିଛନ୍ତି। ଆମ୍‌ ଆଦ୍‌ମୀ ସୁପ୍ରିମୋ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରୀଓ୍ବାଲ ଜେଏମଏମ୍‌ ନେତା ହେମନ୍ତ ସୋରେନ୍‌ଙ୍କ ଶୁଭେଚ୍ଛା ଜଣାଇବା ସହ କହିଛନ୍ତି ଯେ, ଜନତା କାମକୁ ଭୋଟ ଦିଅନ୍ତି, ବିଜେପି ଅହଂକାର ଦେଖାଇଛି। ଶେଷ ଦୁଇ ପର୍ଯ୍ୟାୟରେ ସିଏବି ଓ ଏନ୍‌ଆରସିକୁ ନେଇ ଆକ୍ରମକ ପ୍ରଚାର ମଧ୍ୟ କରିଛି। କିନ୍ତୁ ଫଳରେ ଜନତା ତାଙ୍କୁ ଅଗ୍ରାହ୍ୟ କରିଛି। (ଏଜେନ୍ସି)