ଶାହାଙ୍କୁ ପାଲଟା ଜବାବ ଦେଲେ କେଜରୀଓ୍ବାଲ

Published: Jan 5, 2020, 4:41 pm IST

ନୂଆଦିଲ୍ଲୀ, 5/1: ଦିଲ୍ଲୀ ବିଧାନସଭା ନିର୍ବାଚନକୁ ଆଖି ଆଗରେ ରଖି ଆରୋପ-ପ୍ରତ୍ୟାରୋପ ଜାରି ରହିଛି । ଆଜି କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପି ଅଧ୍ୟକ୍ଷ ଅମିତ୍‌ ଶାହା ସଂଶୋଧିତ ନାଗରିକତା ଆଇନକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀଓ୍ବାଲା ଦେଶବାସୀଙ୍କୁ ଭ୍ରମିତ କରୁଥିବାର ଅଭିଯୋଗ କରିଥିଲେ । ଅମିତ ଶାହାଙ୍କ ବୟାନକୁ ନେଇ ଆପ୍‌ର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍‌ରୀଓ୍ବାଲ ମଧ୍ୟ ପାଲଟା ଜବାବ ରଖିଛନ୍ତି ।  କେଜରୀଓ୍ବାଲ କହିଛନ୍ତି ଯେ, ମୋତେ ଲାଗିଥିଲା ଯେ ଆମ କାମରେ ରହିଥିବା ଦୁର୍ବଳତାକୁ କହି ଦିଲ୍ଲୀ ବିକାଶର କଥା କହିବେ। କିନ୍ତୁ ସେ ତ କେବଳ ଗାଳି ଦେବା ବ୍ୟତୀତ କିଛି କହିଲେ ନାହିଁ । ଦିଲ୍ଲୀ ପାଇଁ ତାଙ୍କ ପାଖରେ ଯଦି କିଛି ଭଲ ପ୍ରସ୍ତାବ ଅଛି ତ କୁହନ୍ତୁ, ନ ହେଲେ ଆମେ ଆଗାମୀ  5 ବର୍ଷ ଭିତରେ ଆମେ ଭଲ ପ୍ରସ୍ତାବ ଦିଲ୍ଲୀରେ ଲାଗୁ କରିବୁ ବୋଲି କେଜ୍‌ରୀଓ୍ବାଲ ଟ୍ବିଟ୍‌ କରିଛନ୍ତି । (ଏଜେନ୍ସି)

Related posts