ବୁର୍ଲାରେ ସ୍ବାଇନ ଫ୍ଲୁ ରୋଗୀ ଚିହ୍ନଟ

Published: Mar 10, 2019, 4:41 pm IST
swine flu victims claim in burla medical

ବୁର୍ଲାରେ ଜଣେ ସ୍ବାଇନ ଫ୍ଳୁ ରୋଗୀ ଆଜି ଚିହ୍ନଟ ହୋଇଛନ୍ତି । ସେ ଗତ ୩ ଦିନ ହେଲା ଅସୁସ୍ଥ ହୋଇ ବୁର୍ଲା ବଡମେଡିକାଲରେ ଚିକିତ୍ସିତ ହେଉଛନ୍ତି । ତାଙ୍କର ରକ୍ତ ନମୁନାରୁ ସେ ସ୍ବାଇନ ଫ୍ଳୁରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି ।  ସ୍ବାଇନ ଫ୍ଲୁ ଦେଖାଦେଇଥିବାରୁ ବଡମେଡିକାଲ କର୍ତ୍ତୃପକ୍ଷ ଏଥିପାଇଁ ଏକ ସ୍ବତନ୍ତ୍ର ୱାର୍ଡ ତିଆରି କରିଛନ୍ତି । ଏହି ୱାର୍ଡରେ କେବଳ ସ୍ବାଇନ ଫ୍ଲୁ ରୋଗୀମାନଙ୍କୁ ଚିକିତ୍ସା କରାଯିବ । ଦୀର୍ଘ ଦିନ ପରେ ପୁଣି ସ୍ବାଇନ ଫ୍ଲୁ ରୋଗୀ ଚିହ୍ନଟ ହୋଇଥିବାରୁ ମେଡିକାଲ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢିଯାଇଛି । ତେବେ ଠିକ ଭାବେ ରୋଗୀଙ୍କ ଚିକିତ୍ସା କରାଯିବ ବୋଲି ବଡମେଡିକାଲ କର୍ତ୍ତୃପକ୍ଷ କହିଛନ୍ତି ।

Related posts