
ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇଜଣ ଯୁବକ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ଦୁଇଯୁବକଙ୍କୁ ଉଦ୍ଧାର କରାଯାଇ ଏମ୍କେସିଜିରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି । ଉଭୟ ଯୁବକଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଦିଗପହଣ୍ଡି ପଟୁ ଆସୁଥିବା ଜଗଦଳପୁର ଗ୍ରାମର ତ୍ରିଲୋଚନ ଦାଶ (୨୩) ଏବଂ ବ୍ରହ୍ମପୁରର ରୋହିତ ବେହେରା (୨୨) ବାଇକ୍ରେ ଆସୁଥିବାବେଳେ ଫାଷ୍ଟଗେଟ୍ ନିକଟରେ ରାସ୍ତା ପାଶ୍ୱର୍ ଡ଼ିଭାଇଡ଼୍ରକୁ ଧକ୍କା ଦେଇଥିଲେ । ଫଳରେ ଉଭୟ ଛିଟିକି ପଡ଼ିଥିଲେ । ଟ୍ରାଫିକ୍ ଥାନା ଗାଡ଼ିକୁ ଜବତ କରିବା ସହ ଉଭୟଙ୍କୁ ମେଡ଼ିକାଲ୍ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ନେଇ ଟ୍ରାଫିକ୍ ଡ଼ିଏସ୍ପି ସାର୍ଥକ ରାୟ ସୂଚନା ଦେଇଛନ୍ତି ।