Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାଣପୁରରେ ଅମାନିଆ ଚୋରା ଦେଶୀ ମଦ ବେପାରୀ, ଅବକାରୀ ବିଭାଗ ଦ୍ୱାରା ଚଢ଼ାଉ ଓ ଗିରଫ
ଆଜିର ଖବର

ବାଣପୁରରେ ଅମାନିଆ ଚୋରା ଦେଶୀ ମଦ ବେପାରୀ, ଅବକାରୀ ବିଭାଗ ଦ୍ୱାରା ଚଢ଼ାଉ ଓ ଗିରଫ

June 11, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରଓ୍ବାଲ

ବାଣପୁର : କଙ୍କଡାକୁ ଗୋଳି ପାଣି ସୁହାଇଲା ପରି ବାଣପୁରରେ ଚୋରା ମଦ ବେପାରୀଙ୍କୁ ସୁହାଉଛି ଲକ ଡାଉନ । ଲକ ଡାଉନ ସମୟରେ ବାଣପୁରରେ ସକ୍ରିୟ ହୋଇ ଉଠିଛନ୍ତି ଚୋରା ଦେଶୀ ମଦ ବେପାରୀ ।  ବାରମ୍ବାର ଅବକାରୀ ବିଭାଗ ତଥା ପୋଲିସ ଦ୍ୱାରା ଚଢ଼ାଉ ଜାରିରହିଥିଲେ ମଧ୍ୟ କେତେଜଣ ଅମାନିଆ ଅଛନ୍ତି ଯାହାଙ୍କୁ  କିଛି ବି ଫରକ ପଡୁନି ଏବଂ ସରକାରୀ ନିୟମ ଓ କଟକଣାକୁ ଫୁ କରି ଉଡାଇଦେଉଛନ୍ତି । କିନ୍ତୁ ଗତ କିଛି ଦିନ ହେଲା ବାଣପୁରରେ ଅବକାରୀ ବିଭାଗ କଡ଼ା ପାଟ୍ରୋଲିଂ କରୁଛି l ଦିନକ ତଳେ ଅବକାରୀ ବିଭାଗ ଦ୍ୱାରା 100 ଲିଟର ଦେଶୀ ମଦ ସହ 7 ଜଣ ବେପାରୀ ଧରା ପଡ଼ିଥିବା ବେଳେ ଆଜି ପୁଣିଥରେ ଅନୁରୂପ ଭାବେ ବାଲୁଗାଁ ଅବକାରୀ ବିଭାଗ ଉପ ନିରୀକ୍ଷକ ମନୋଜ ବାରିକଙ୍କ ନେତୃତ୍ୱରେ ଏକ ଚଢ଼ାଉ ବାଣପୁର ଥାନା ଅନ୍ତର୍ଗତ  ସାନ ସିରେଇପୁର ଫରେଷ୍ଟ ବିଟ ହାଉସ ପାଖରେ ହୋଇଛି l ପୂର୍ବରୁ ଖବର ପାଇ ଗତକାଲି ରାତି 3 ଘଟିକାରେ ଅବକାରୀ ବିଭାଗ ଉକ୍ତ ସ୍ଥାନ ରେ ଛପି ରହିଥିଲା ଏବଂ ପାଖାପାଖି ସକାଳ 5 ଘଟିକା ରେ 128 ଲିଟର ଦେଶୀ ମଦ ସହ 4 ଗୋଟି ବାଇକ କୁ ଜବତ କରିବା ସହ 5 ଜଣ ମଦ ବେପାରୀ ଙ୍କୁ  ଗିରଫ କରିବାରେ ସଫଳ ହୋଇଛି ।  ଏହି ଚୋରା ମଦ ବେପାରୀଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି ।

ସୂଚନାଥାଉ କି ବାଣପୁର ଅଞ୍ଚଳରେ ପ୍ରବଳ ମାତ୍ରାରେ ଚୋରା ମଦ କାରବାର ବୃଦ୍ଧି ପାଉଥିବାବେଳେ ବାରମ୍ବାର  ପୋଲିସ ଓ ଅବକାରୀ ବିଭାଗ ଦ୍ୱାରା ଚଢ଼ାଉ ମଧ୍ୟ ଜାରି ରହିଛି । ଏହା ଦେଖି କେତେ ବେପାରୀ ନିଜ କରବାର ବନ୍ଦ କରିଦେଇଥିବାବେଳେ ଆଉ କେତେଜଣ ଅମାନିଆ ପୋଲିସ ଓ ଅବକାରୀ ବିଭାଗ ହାତରେ ଧରାପଡ଼ି ଗିରଫ ହେଉଛନ୍ତି । ଉକ୍ତ ଚଢ଼ାଉରେ ଅବକାରୀ ବିଭାଗ ଏ.ଏସ.ଆଇ ସନ୍ତୋଷ ନାୟକ, କନଷ୍ଟେବଳ ରତ୍ନାକର ଜାଲୀ, ମୀନକେତନ ମାହାଲିକ, ଉର୍ମିଷ୍ଠା ସାମନ୍ତସିଂହାର  ଓ  ପୁର୍ଣିମା ଦାସ ଆଦି ସାମିଲ ଥିଲେ ।

ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଫେବୃୟାରୀ ୨ ତାରିଖ ସୋମବାରରେ ଏହି ରାଶିଗୁଡିକ ଭାଗ୍ୟ ଖୋଲାଲି, ଜାଣନ୍ତୁ ରାଶିଫଳ

February 2, 2026

Naveen Patnaik on Budget: ନବୀନ କହିଲେ ସମସ୍ତଙ୍କୁ ନିରାଶ କଲା କେନ୍ଦ୍ର ବଜେଟ

February 1, 2026

Union Budget 2026 କୁ ସ୍ୱାଗତ କରି ଏହା ଶିଳ୍ପ-ଅନୁକୂଳ ବୋଲି କହିଲା CII ଓଡ଼ିଶା

February 1, 2026

କେନ୍ଦ୍ରୀୟ ବଜେଟ୍: ମେଡିକାଲ୍ ଟୁରିଜିମ୍ ପ୍ରୋତ୍ସାହନ ପାଇଁ ପ୍ରତିଷ୍ଠା ହେବ ୫ ଆଞ୍ଚଳିକ ମେଡିକାଲ୍ ହବ୍

February 1, 2026
Latest News

ଭାରତୀୟ ରେଳବାଇ ପାଇଁ 2.93 ଲକ୍ଷ କୋଟିର ରେକର୍ଡ ପୁଞ୍ଜି ବ୍ୟୟବରାଦ

February 2, 2026

ଆଜି ଫେବୃୟାରୀ ୨ ତାରିଖ ସୋମବାରରେ ଏହି ରାଶିଗୁଡିକ ଭାଗ୍ୟ ଖୋଲାଲି, ଜାଣନ୍ତୁ ରାଶିଫଳ

February 2, 2026

୧୯ ବର୍ଷରୁ କମ୍ ବିଶ୍ୱକପ୍ ରୁ ବିଦା ହେଲା ପାକିସ୍ତାନ: ସେମିଫାଇନାଲରେ ପ୍ରବେଶ କଲା ଭାରତ

February 1, 2026

Naveen Patnaik on Budget: ନବୀନ କହିଲେ ସମସ୍ତଙ୍କୁ ନିରାଶ କଲା କେନ୍ଦ୍ର ବଜେଟ

February 1, 2026

Union Budget 2026 କୁ ସ୍ୱାଗତ କରି ଏହା ଶିଳ୍ପ-ଅନୁକୂଳ ବୋଲି କହିଲା CII ଓଡ଼ିଶା

February 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.